Get Updates
Get notified of breaking news, exclusive insights, and must-see stories!

ଆସୁଛନ୍ତି ମା': ଖାନନଗରରେ ମୁଖ୍ୟ ଆକର୍ଷଣ ଅମରନାଥ ଗୁମ୍ପା ତୋରଣ

ଆସୁଛନ୍ତି ମା । ଆଉ ଅଳ୍ପ ଦିନର ଅପେକ୍ଷା । ଧରାପୃଷ୍ଟକୁ ଅବତରଣ କରିବେ ଜଗତଜନନୀ ମାଆ ଦୁର୍ଗା । ଦୁର୍ଗା ପୂଜା ପାଇଁ ସିଲଭର ସିଟିରେ ପ୍ରସ୍ତୁତି ଜୋର ଦାର । ଧୁମଧାମରେ ପୂଜା କରିବାକୁ ଆୟୋଜକ ଲାଗି ପଡିଛନ୍ତି ଆୟୋଜକ ।

କଟକ: ଆସୁଛନ୍ତି ମା । ଆଉ ଅଳ୍ପ ଦିନର ଅପେକ୍ଷା । ଧରାପୃଷ୍ଟକୁ ଅବତରଣ କରିବେ ଜଗତଜନନୀ ମାଆ ଦୁର୍ଗା । ଦୁର୍ଗା ପୂଜା ପାଇଁ ସିଲଭର ସିଟିରେ ପ୍ରସ୍ତୁତି ଜୋର ଦାର । ଧୁମଧାମରେ ପୂଜା କରିବାକୁ ଆୟୋଜକ ଲାଗି ପଡିଛନ୍ତି ଆୟୋଜକ । କାରଣ ଦୁଇବର୍ଷ ପରେ ଏଥର ବିନା କଟକଣାରେ, ଭକ୍ତଙ୍କ ମେଳରେ ଦୁର୍ଗାପୂଜା ହେଉଥୁବାରୁ ଅଧିକ ଭିଡ଼ ହେବାର ସମ୍ଭାବନା ରହିଛି ।

Dussehra 2022

ତେବେ ସାଜସଜ୍ଜା ପାଇଁ ସହରର ପୂଜା ମଣ୍ଡପମାନଙ୍କ ମଧ୍ୟରେ ପ୍ରତିଯୋଗିତା ଦେଖିବାକୁ ମିଳିଥାଏ । ସେଥିପାଇଁ ସବୁ ମଣ୍ଡପ ଆଗରେ ବାଉଁଶ ବନ୍ଧା ଓ ଆଲୋକମାଳା କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇସାରିଛି । ଶ୍ରଦ୍ଧାଳୁଙ୍କ ମନ ମୋହିବାକୁ ଆକର୍ଷଣୀୟ ତୋରଣ ପ୍ରସ୍ତୁତିରେ ଲାଗି ପଡିଛନ୍ତି ସମସ୍ତେ । ତେବେ ଏସବୁ ମଧ୍ୟରେ ଏଥର କଟକ ଦୁର୍ଗା ପୂଜାର ମୁଖ୍ୟ ଆକର୍ଷଣ ହେବ ଖାନନଗର ପୂଜା ମଣ୍ଡପର ଅମରନାଥ ଗୁମ୍ଫା ତୋରଣ ।

ଖାନନଗର ମଣ୍ଡପରେ ପ୍ରାୟ ୭୦ ଫୁଟ ଉଚ୍ଚତାର ଅମରନାଥ ଗୁମ୍ଫା ଫାଟକ ସଦୃଶ ତୋରଣ ତିଆରି କରାଯିବ । ଏଥିପାଇଁ ବାଉଁଶ ବନ୍ଧା କାମ ଶେଷ ହୋଇଥିବା ବେଳେ ଅମରନାଥ ଗୁମ୍ଫା ପାଇଁ କୃତ୍ରିମ କାର୍ଯ୍ୟ ବି ଆରମ୍ଭ ହୋଇଗଲାଣି । ପୂଜା ମଣ୍ଡପରେ ଅତ୍ୟାଧୁନିକ ଆଲୋକମାଳା ଲଗାଯିବ । ସେହିପରି ଏଠାରେ ମହଣ ମହଣ ଚାନ୍ଦିରେ ଶୋଭା ପାଇବେ ମା' ଜଗତଜନନୀ ।ଦୀର୍ଘ ଦୁଇ ବର୍ଷ ବ୍ୟବଧାନ ପରେ ସିଲଭର ସିଟିରେ ମହା ଆଡ଼ମ୍ବରରେ ହେବ ଦଶହରା ପର୍ବ ।

ସୂଚନାଥାଉ କି, ଭାଇଚାରା ସହର କଟକରେ ଚଳିତ ବର୍ଷ ପ୍ରାୟ ୧୭୦ଟି ପୂଜା ମଣ୍ଡପରେ ମହାମାୟୀଙ୍କ ପୂଜାର୍ଚ୍ଚନା ହେବ । ସେଥି ମଧ୍ୟରୁ ୨୮ ଟି ପୂଜା ମଣ୍ଡପରେ ଏଥର ଚାନ୍ଦି ମେଢ଼ ରହିଛି । ପୂର୍ବରୁ ଏହାର ସଂଖ୍ୟା ୨୭ ରହିଥିବା ବେଳେ ଏଥର ଆଉ ଗୋଟିଏ ମଣ୍ଡପରେ ଚାନ୍ଦି ମେଢ଼ କରାଯାଇଛି । ସେହିପରି କଟକର ଭସାଣି ପର୍ବ ମଧ୍ୟ ବେଶ ଧୁମଧାମରେ କରାଯିବ । ଆସନ୍ତା ୬ ତାରିଖରେ ଭସାଣି ଉତ୍ସବ ପଡ଼ୁଥିବାରୁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବ । ତେଣୁ ସହରରେ ଶାନ୍ତି ଶୃଙ୍ଖଳାର ସହ ପୂଜା ପାଇଁ ପ୍ରାୟ ୬୩ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯିବ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+