ଦୁର୍ଗାପୂଜା ୨୦୨୨: ରସୁଲଗଡ଼ରେ ନିର୍ମାଣ ହେବ ଅକ୍ଷରଧାମା ତୋରଣ
ଦୁର୍ଗାପୂଜା ୨୦୨୨: ରସୁଲଗଡ଼ରେ ନିର୍ମାଣ ହେବ ଅକ୍ଷରଧାମା ତୋରଣ
ଦୁର୍ଗାପୂଜା ୨୦୨୨: ପାର୍ବଣ ପାଇଁ ସଜେଇ ହେଲାଣି ପୂଜା ମଣ୍ତପ । ଦୁର୍ଗାପୂଜା ପାଇଁ ଜୋରଦାର ଚାଲିଛି ପ୍ରସ୍ତୁତି । କରୋନା ପାଇଁ ଦୁଇ ବର୍ଷ ହେବ ଫିକା ପଡିଥିଲା ଦସହରା । ହେଲେ ଚଳିତ ବର୍ଷ ଭକ୍ତଙ୍କ ଗହଣରେ ପୂଜା ପାଇବେ ମା' । ରାଜଧାନୀରେ ବିଭିନ୍ନ ପୂଜା କମିଟି ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି ।

ରସୁଲଗଡ଼ରେ ନିର୍ମାଣ ହେବ ଅକ୍ଷରଧାମା ତୋରଣ
ରାଜଧାନୀର ବିଭିନ୍ନ ସ୍ଥାନରେ ଭଳିକି ଭଳି ତୋରଣ ତିଆରି ହେବ । ସାଜସଜ୍ୱା ଉପରେ ଦିଆଯାଉଛି ଗୁରୁତ୍ୱ । ଭୁବନେଶ୍ୱରର ରସୁଲଗଡ଼ରେ ନିର୍ମାଣ ହେବ ଦିଲ୍ଲୀର ଅକ୍ଷରଧାମର ତୋରଣ । ଏ ନେଇ ରସୁଲଗଡ଼ ଦୁର୍ଗାପୂଜା ପରିଚାଳନା କମିଟି ପକ୍ଷରୁ ସୂଚନା ଦିଆଯାଇଛି । ୧୨୦ ଓସାର ଓ ୮୦ ଫୁଟ୍ ଉଚ୍ଚତା ବିଶିଷ୍ଟ ତୋରଣ ତିଆରି ହେବ । ଯେଉଁଥି ପାଇଁ ପଶ୍ଚିମବଙ୍ଗର କାରିଗର କାର୍ଯ୍ୟ ଆରମ୍ଭ କଲେଣି । ସେହିପରି ୨୫ ଫୁଟ୍ ଉଚ୍ଚର ମୂର୍ତ୍ତି ନିର୍ମାଣ କରାଯିବ । ଏହାସହିତ ରଙ୍ଗିନ୍ ଲାଇଟ ଏହି ମାହୋଲରେ ଚାରଚାନ୍ଦ ଲଗାଇବ । ସାଂସ୍କୃତିକ କାର୍ଯ୍ୟକ୍ରମର ମଧ୍ୟ ଆୟୋଜନ କରାଯାଇଛି ।

କେବେଠୁ ଆରମ୍ଭ ହେବ ମା'ଙ୍କ ପୂଜା
ଷଷ୍ଠୀରୁ ଆରମ୍ଭ ହେବ ମା'ଙ୍କ ପୂଜା । ଦଶମୀ ପର୍ଯ୍ୟନ୍ତ ରୀତିନୀତିରେ ମା'ଙ୍କ ପୂଜା କରାଯିବ । ବିଭିନ୍ନ ରକମର ଖେଚୁଡ଼ି ଭୋଗ ସହ ମା'ଙ୍କ ପାଖରେ ଚରୁ ଅନ୍ନ ଓ ଦହି ପଖାଳ ଭୋଗ ମଧ୍ୟ ଲାଗି ହେବ ।
ସୁରକ୍ଷା ବ୍ୟବସ୍ଥା
ଶାରଦୀୟ ଦୁର୍ଗାପୂଜା ପାଇଁ ସୁରକ୍ଷା ବ୍ୟବସ୍ଥା ଉପରେ ମଧ୍ୟ ଅଧିକ ଗୁରୁତ୍ୱ ଦିଆଯାଇଛି । ପୂଜା ମଣ୍ତପରେ ସିସିଟିଭି କ୍ୟାମେରା ଲଗାଯିବ । ସେହିପରି ମହିଳାଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଅଲଗା ଧାଡ଼ିର କରାଯିବ । ସେହିପରି ସ୍ୱେଚ୍ଛାକୃତ ସୁରକ୍ଷାକର୍ମୀଙ୍କୁ ନିୟୋଜିତ କରାଯିବ । ଏଥର ପୂଜା ପାଇଁ ପ୍ରାୟ ୨୫ରୁ ୩୦ ଲକ୍ଷ ଟଙ୍କା ଖର୍ଚ୍ଚ ହେବ ବୋଲି ସୂଚନା ରହିଛି ।












Click it and Unblock the Notifications