ରେଡ୍ ବେଳେ ଏସିଏଫଙ୍କ ଘରେ ପୁଳା ପୁଳା ଟଙ୍କା, ତାଜୁବ ହେଲେ ଅଧିକାରୀ

କୋଟିପତି ଏସିଏଫଙ୍କ ଘରେ ପୁଳା ପୁଳା ଟଙ୍କା । ହୀରାକୁଦ ବନ୍ୟପ୍ରାଣୀ ଡିଭିଜନର ଏସିଏଫ ରେବତୀ ରମଣ ଯୋଶୀ ଭିଜିଲାନ୍ସ ହାବୁଡରେ ପଡିବା ପରେ ଚାଲିଛି ଜୋରଦାର ଚଢାଉ । ଏସସିଏଫ ରେବତୀ ରମଣ ଯୋଶୀଙ୍କ ଏକକାଳୀନ ୯ଟି ସ୍ଥାନରେ ଚାଲିଛି ରେଡ୍ । ଆୟ ବହିର୍ଭୁତ ସଂପତି ଠୁଳ ଅଭିଯୋଗରେ ରେଡ୍ କରାଯାଉଛି । ତେବେ ଚଢାଉ ବେଳେ ବାବୁଙ୍କ ସରକାରୀ ବାସଭବନରୁ ମିଳିଛି ନଗଦ ସାଢ଼େ ୧୪ ଲକ୍ଷ ଟଙ୍କା ।

ACF

ସମ୍ବଲପୁରର ୭ଟି ଓ ବରଗଡ଼ର ୨ଟି ସ୍ଥାନରେ ଚଢାଉ କରୁଛି ଭିଜିଲାନ୍ସ । ସମ୍ବଲପୁରରେ ଥିବା ରେବତୀ ରମଣଙ୍କ ଅଫିସ୍, ଡିୟର ପାର୍କ ନିକଟରେ ଥିବା ସରକାରୀ କ୍ବାର୍ଟରେ ରେଡ୍ ଚାଲିଛି । ଅଇଁଠାପାଲି ସ୍ଥିତ ତିନି ମହଲା ଘର, ଚର୍ଚ୍ଚ ଛକ ନିକଟରେ ଥିବା ଫ୍ଲାଟରେ ଯାଂଚ କରୁଛି ଭିଜିଲାନ୍ସ ।

ବ୍ରଜଧାମ ହାଉସିଂ ସୋସାଇଟିରେ ଥିବା ଘର, ସିଟି ପ୍ରାଇଡ୍ ଆପାର୍ଟମେଣ୍ଟରେ ଥିବା ଫ୍ଲାଟରେ ମଧ୍ୟ ଚଢାଉ କରାଯାଉଛି । ସମ୍ବଲପୁର ମଲ୍ଲିପାଲିରେ ଥିବା କୋଠାରେ ମଧ୍ୟ ପହଞ୍ଚିଛନ୍ତି ଭିଜିଲାନ୍ସ ଅଧିକାରୀ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+