ରାଜଧାନୀରେ କଟକଣାମୁକ୍ତ ହେବ ଦୂର୍ଗାପୂଜା, ଉତ୍ସାହିତ ଶ୍ରଦ୍ଧାଳୁ
ଦୀର୍ଘ ଦୁଇ ବର୍ଷ ହେବ ମହାମାରୀ ଯୋଗୁଁ ବନ୍ଦ କଟକଣା ସହିତ ପାଳନ ହୋଇଥିଲା ଦୁର୍ଗାପୂଜା । ଚଳିତ ବର୍ଷ ଦୁର୍ଗାପୂଜା ଅତି ଆଡମ୍ବରର ସରିତ ପାଳନ କରାଯିବୱ। ସେନେଇ ଚାରିଆଡେ ଆରମ୍ଭ ହୋଇଛି ପ୍ରସ୍ତୁତି ।
ଭୁବନେଶ୍ୱର: ଦୀର୍ଘ ଦୁଇ ବର୍ଷ ହେବ ମହାମାରୀ ଯୋଗୁଁ କଟକଣା ସହିତ ପାଳନ ହୋଇଥିଲା ଦୁର୍ଗାପୂଜା । ଚଳିତ ବର୍ଷ ଦୁର୍ଗାପୂଜା ଅତି ଆଡମ୍ବରର ସହିତ ପାଳନ କରାଯିବ। ସେନେଇ ଚାରିଆଡେ ଆରମ୍ଭ ହୋଇଛି ପ୍ରସ୍ତୁତି । ଏଥର ରାଜଧାନୀ ଭୁବନେଶ୍ବରରେ କଟକଣାମୁକ୍ତ ଦୂର୍ଗା ପୂଜା ପାଳିବେ ରାଜଧାନୀବାସୀ।

ଏଥର ରାଜଧାନୀରେ ଶୋଭା ପାଇବ 178ଟି ମେଢ଼। ପ୍ରାୟ ମଣ୍ଡପରେ ପ୍ରସ୍ତୁତି ପର୍ବ ଆରମ୍ଭ ହୋଇଛି । ଭସାଣି ପାଇଁ ନିର୍ମାଣ ହେବ ଅସ୍ଥାୟୀ ବିସର୍ଜନ ପୋଖରୀ। ମଣ୍ଡପ ନିକଟରେ ଆୟୋଜିତ ମେଳାରେ ବିକ୍ରି ହେଉଥିବା ଖାଦ୍ୟର ମାନ ପରଖିବାକୁ 7 ଜଣ ଫୁଡ ଇନ୍ସପେକ୍ଟର ରହିବେ। ମଣ୍ଡପରେ ସାଧାରଣ ଦର୍ଶନ ଜାରି ରହିବ । କୌଣସି ରୋକ ଲଗାଯିବ ନାହିଁ ।
ଏନେଇ ମେୟର, କମିଶନରଙ୍କ ଉପସ୍ଥିତିରେ ବିଭାଗୀୟ ଅଧିକାରୀଙ୍କ ସହ ବୈଠକରେ ସମସ୍ତ ଆଲୋଚନା ହୋଇଛି । କଟକଣାମୁକ୍ତ ପୂଜା ପାଇଁ ଅନୁମତି ମିଳିଥିବାରୁ ଶ୍ରଦ୍ଧାଳୁ ବେଶ ଉତ୍ସାହିତ ଥିବା ଦେଖିବାକୁ ମିଳିଛି । ଦୀର୍ଘ ଦୁଇ ବର୍ଷ ପରେ ପୂର୍ବ ଭଳି ମାଆଙ୍କ ଦର୍ଶନ କରିପାରିବେ ଭକ୍ତ ।












Click it and Unblock the Notifications