ଆଜିଠୁ ଓଡ଼ିଶା ହାଇକୋର୍ଟରେ ଦଶହରା ଛୁଟି; ୩୦ରୁ ପୁଣି ଖୋଲିବ କୋର୍ଟ
ଆଜିଠୁ ଓଡ଼ିଶା ହାଇକୋର୍ଟରେ ଦଶହରା ଛୁଟି । ଦଶହରା ଅବକାଶ ଦୃଷ୍ଟିରୁ ଆଜିଠାରୁ ୨୮ ତାରିଖ ଯାଏଁ ହାଇକୋର୍ଟ ବନ୍ଦ ରହିବ । ୩୦ ତାରିଖରେ ପୁଣି କୋର୍ଟ ଖୋଲିବ ।
ତେବେ ୨୦, ୨୫, ୨୬ ଏବଂ ୨୭ ତାରିଖରେ କୋର୍ଟ ଅଫିସ୍ ଖୋଲା ରହିବ । ତେବେ ୨୬ ଏବଂ ୨୭ ତାରିଖ ଦିନ କୋର୍ଟର ସମସ୍ତ କର୍ମଚାରୀଙ୍କୁ କାର୍ଯ୍ୟରେ ଯୋଗ ଦେବାପାଇଁ ବାଧ୍ୟତାମୂଳକ କରାଯାଇଛି । ଏହି ସବୁ ଦିନଗୁଡ଼ିକରେ ପୂର୍ବାହ୍ନ ୧୧ଟାରୁ ଅପରାହ୍ଣ ୩ଟା ପର୍ଯ୍ୟନ୍ତ କୋର୍ଟ ଅଫିସ କାର୍ଯ୍ୟ କରିବ ।
ରାଜ୍ୟର ଦୁର୍ଗାପୂଜା ମଣ୍ଡପଗୁଡ଼ିକରେ ଆଜି ମହାଷଷ୍ଠୀ ପୂଜା ଅନୁଷ୍ଠିତ ହେଉଛି । ଆଉ ସମସ୍ତ ଦେବୀପୀଠରେ ସପ୍ତମୀ ପୂଜା । ଦୁର୍ଗାପୂଜା ସମୟରେ କଟକ ଓ ଭୁବନେଶ୍ୱରରେ ସୁରକ୍ଷାକୁ ଦୃଷ୍ଟିରେ ରଖି ବ୍ୟାପକ ପୁଲିସ୍ ମୁତୟନ କରାଯାଇଥିବା ପୁଲିସ୍ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି ।

ପାର୍ବଣ ସମୟରେ ରାଜଧାନୀରେ ବଢିବ ଭିଡ଼ । ଏଥର ରାଜଧାନୀରେ ୧୮୮ ଟି ମେଢ ହେଉଥିବା ବେଳେ ପୂଜା ମଣ୍ଡପରେ ଭିଡ଼ ଜମିବ । ଭିଡ଼ ନିୟନ୍ତ୍ରଣ ସହ ଅସମାଜିକ ବ୍ୟକ୍ତିଙ୍କ ଉପରେ ନଜର ରଖିବା ଏବଂ ସୁରକ୍ଷା ବ୍ୟବସ୍ଥା ନେଇ ପ୍ରସ୍ତୁତି କରିଛି କମିଶରେଟ୍ ପୋଲିସ୍ ।
ରାଜଧାନୀକୁ ଜଗିବେ 31 ପ୍ଲାଟୁନ ପୋଲିସ୍ ଫୋର୍ସ । 6 ଟି କଣ୍ଟ୍ରୋଲ ରୁମ ଜରିଆରେ ତଦାରଖ କରିବେ ଡିସିପି । ସିସିଟିଭି ନଜରରେ ରହିବ ରାସ୍ତାଘାଟ ଓ ଗଳିକନ୍ଦି । ଷଷ୍ଠୀରୁ ଭସାଣୀ, ରାଜଧାନୀ ପୋଲିସ୍ ରେ ଛାଉଣୀ ହେବ । 6 ଟି କଣ୍ଟ୍ରୋଲ ରୁମରୁ କଣ୍ଟ୍ରୋଲ ହେବ ସିକ୍ୟୁରିଟି ଓ ଟ୍ରାଫିକ ମ୍ୟାନେଜମେଣ୍ଟ । 3 ଟି କ୍ୟାଟାଗୋରୀରେ ପୂଜା ମଣ୍ଡପକୁ ଦିଆଯିବ ସୁରକ୍ଷା ।
ସେହିପରି କଟକରେ ପୂଜା ଓ ଭସାଣ ପାଇଁ ୫୫ ପ୍ଲାଟୁନ୍ ଫୋର୍ସ ଓ ଭୁବନଶ୍ୱେରରେ ୩୧ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯିବ ।












Click it and Unblock the Notifications