ଦୁର୍ଗାପୂଜା ଗାଇଡଲାଇନ: ବ୍ୟାଣ୍ଡ ବାଜା ଓ ଡିଜେ ଉପରେ ଲାଗିଲା କଟକଣା
ଧୁମଧାମରେ ପୂଜା କରିବାକୁ ଆୟୋଜକମାନେ ଲାଗି ପଡିଥିବା ବେଳେ ସେପଟେ ଦୁର୍ଗାପୂଜା ପାଇଁ କମିସନରେଟ ପୋଲିସ ପକ୍ଷରୁ କଟକଣା ଲାଗୁ ହୋଇଛି ।
ଭୁବନେଶ୍ୱର: ଆସୁଛନ୍ତି ମା । ଆଉ ଅଳ୍ପ ଦିନର ଅପେକ୍ଷା । ଧରାପୃଷ୍ଟକୁ ଅବତରଣ କରିବେ ଜଗତଜନନୀ ମା ଦୁର୍ଗା । ଦୁର୍ଗା ପୂଜା ପାଇଁ ରାଜଧାନୀରେ ପ୍ରସ୍ତୁତି ଜୋର୍ଦାର । ଧୁମଧାମରେ ପୂଜା କରିବାକୁ ଆୟୋଜକମାନେ ଲାଗି ପଡିଥିବା ବେଳେ ସେପଟେ ଦୁର୍ଗାପୂଜା ପାଇଁ କମିସନରେଟ ପୋଲିସ ପକ୍ଷରୁ କଟକଣା ଲାଗୁ ହୋଇଛି ।

ବ୍ୟାଣ୍ଡ, ଡିଜେ ଓ ମ୍ୟୁଜିକ ପାର୍ଟି ପାଇଁ କଟକଣା ଲାଗୁ କରାଯାଇଛି । ଲାଉଡ ସ୍ପିକର ସାଉଣ୍ଡ ୬୫ ଡେସିବିଲ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଭସାଣିରେ ଗୋଟିଏ ବ୍ୟାଣ୍ଡ ଓ ଗୋଟିଏ ମ୍ୟୁଜିକ ପାର୍ଟିକୁ ଅନୁମତି । ମ୍ୟୁଜିକ ପାର୍ଟି ୪ରୁ ୫ଟି ସାଉଣ୍ଡବକ୍ସ ବ୍ୟବହାର କରିପାରିବେ । ଏଥିପାଇଁ କଟକ ଓ ଭୁବନଶ୍ୱେର ଡିସିପିଙ୍କ ଠାରୁ ଅନୁମତି ନେବାକୁ ପଡିବ । ଶୋଭାଯାତ୍ରାରେ ୬ଟି ଟ୍ରଲିକୁ ଅନୁମତି ମିଳିବ । ଅମାନ୍ୟକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ହେବ ବୋଲି କମିସନରେଟ ପୋଲିସ ପକ୍ଷରୁ କୁହାଯାଇଛି ।
କୋଭିଡ ଯୋଗୁଁ ପୂଜା ଦୁଇ ବର୍ଷ ହେବ ବନ୍ଦ ରହିଥିବା ବେଳେ ଏ ବର୍ଷ ଦଶହରାକୁ ନେଇ ଖୁବ ଉତ୍ସାହିତ ଅଛନ୍ତି ଶ୍ରଦ୍ଧାଳୁ । କିନ୍ତୁ ଏହି ସମୟରେ ସରକାର କିଛି କଟକଣା ଲାଗୁ କରିଛନ୍ତି ।












Click it and Unblock the Notifications