ଦୁର୍ଗାପୂଜା ପାଇଁ ପ୍ରସ୍ତୁତି ବୈଠକ, ୬ ତାରିଖ ପର୍ଯ୍ୟନ୍ତ ନିୟମ ଲାଗୁ
ଦୁର୍ଗାପୂଜା ପାଇଁ ପ୍ରସ୍ତୁତି ବୈଠକ, ୬ ତାରିଖ ପର୍ଯ୍ୟନ୍ତ ପୂଜା ପାଇଁ ନିୟମ ଲାଗୁ
କଟକ: ଦଶହରା ପାଇଁ କଟକରେ ପ୍ରସ୍ତୁତି ଜୋର୍ଦାର । ଧୁମଧାମରେ ପୂଜା କରିବାକୁ ଆୟୋଜକମାନେ ଲାଗି ପଡିଥିବା ବେଳେ ଦୁର୍ଗାପୂଜା ପାଇଁ କମିସନରେଟ ପୋଲିସର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ଆସନ୍ତା ୬ ତାରିଖ ପର୍ଯ୍ୟନ୍ତ ପୂଜା ପାଇଁ ନିୟମ ଲାଗୁ କରାଯାଇଛି । ସହରରେ ମୁତୟନ ୫୫ ପ୍ଲାଟୁନ୍ ଫୋର୍ସ ସହ ୫୫ ଆଣ୍ଟି ସ୍କ୍ୱାଡ ୟୁନିଟ୍ । ୪୦ ଜଣ ଏସିପି ରାଙ୍କ ଅଫିସରଙ୍କ ସମେତ ରୁଫ୍ ଟପ ସିକ୍ୟୁରିଟି ଉପସ୍ଥିତ ରହିବେ । ସୁନା, ଚାନ୍ଦି ମେଢ ହୋଇଥିବା ମଣ୍ତପ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ।

ଦଶହରା ପାଇଁ ୩୧ ଏଡ୍ ପୋଷ୍ଟ ଓ ଭସାଣି ପାଇଁ ୧୪ ଏଡ୍ ପୋଷ୍ଟ କରାଯାଇଛି । ୨୦ଟି ପିସିଆର, ୩ଟି ସ୍ପେସିଆଲ ମୋବାଇଲ, ୪୦ଟି ବାଇକ୍ ପିସିଆର ସହ କୁଇକ ରିଆକ୍ସନ ଟିମଙ୍କୁ ମୁତୟନ କରାଯାଇଛି । ବ୍ୟାଣ୍ଡ, ଡିଜେ ଓ ମ୍ୟୁଜିକ ପାର୍ଟି ପାଇଁ କଟକଣା ଲାଗୁ କରାଯାଇଛି । ଭସାଣିରେ ରାତି ୧୨ ପର୍ଯ୍ୟନ୍ତ ମ୍ୟୁଜିକାଲ ବାଦ୍ୟ ବଯାଇ ପାରିବେ । ପରେ ପାରମ୍ପରିକ ବାଦ୍ୟରେ ଭସାଣି ଅନୁଷ୍ଠିତ କରିପାରିବେ ବୋଲି ସୂଚନା ଦେଇଛନ୍ତି କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ ।
କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କ ସୂଚନା ଅନୁସାରେ 'ଚଳିତ ବର୍ଷ କଟକରେ ୨୮ ଟି ଚାନ୍ଦୀ ମେଢ଼ ରହିଛି । ପ୍ରତ୍ୟକ ମେଢ ପାଖରେ ପୋଲିସ ଉପସ୍ଥିତ ରହିବେ । ସେହିପରି ସହରର ବିଭିନ୍ନ ସ୍ଥାନରେ ରହିବ ପୋଲିସ ଏଡ ପୋଷ୍ଟ । ପୂଜା ବଜାର ଭିଡକୁ ନଜରରେ ରଖି ସ୍ୱତନ୍ତ୍ର ଟ୍ରାଫିକ୍ ବ୍ୟବସ୍ଥା କରାଯାଇଛି । ଏହା ସହ ପୂଜା ସମୟରେ କଡାକଡି କରାଯାଇଛି ମଦ ବିରୋଧୀ ଅଭିଯାନ । ଷ୍ଟ୍ରାଇକିଂ ଫୋର୍ସ ମୁତୟନ ରହିବେ । ତେବେ କୋଭିଡ ଯୋଗୁଁ ପୂଜା ଦୁଇ ବର୍ଷ ହେବ ବନ୍ଦ ରହିଥିବା ବେଳେ ଚଳିତ ବର୍ଷ ଦଶହରାକୁ ନେଇ ଖୁବ ଉତ୍ସାହିତ ଅଛନ୍ତି ଶ୍ରଦ୍ଧାଳୁ ।
-
ପ୍ରକାଶ ପାଇଲା ଟି-୨୦ ରାଙ୍କିଙ୍ଗ୍ : ବିଶ୍ୱର ନମ୍ବର ୧ ବ୍ୟାଟ୍ସମ୍ୟା କିଏ ଜାଣନ୍ତୁ… -
୨୦୨୬ ଟି-୨୦ ବିଶ୍ୱକପ ପାଇଁ ଶ୍ରେଷ୍ଠ ଏକାଦଶ ଘୋଷଣା କଲା ICC, ୪ ଭାରତୀୟ ଖେଳାଳଙ୍କୁ ମିଳିଲା ସ୍ଥାନ -
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
କେନ୍ଦ୍ର ସରକାରଙ୍କୁ କଡ଼ା ନିର୍ଦ୍ଦେଶ, କୋଭିଡ ୧୯ ଭ୍ୟାକସିନ ଯୋଗୁଁ ଯେଉଁ ଜୀବନ ଯାଇଛି, ସେମାନଙ୍କୁ କ୍ଷତିପୂରଣ ମିଳୁ -
ଯୁଦ୍ଧ ଭିତରେ ଇରାନ ସହ କଥା ହେଲା ଭାରତ, ଜାଣନ୍ତୁ କଣ ହେଲା ଆଲୋଚନା -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
ହରିଶ ରାଣାଙ୍କୁ ମିଳିଲା ଇଚ୍ଛାମୃତ୍ୟୁ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇଇଲେ ନୂଆ ରେକର୍ଡ କଲେ ଜସପ୍ରିତ ବୁମରାହ -
ଆମେରିକା, ଇସ୍ରାଏଲ-ଇରାନ ଯୁଦ୍ଧ ସମୟରେ ଭାରତ ଯେଉଁ ଅତ୍ୟାବଶ୍ୟକୀୟ ସାମଗ୍ରୀ ଆଇନ ଲାଗୁ କରିଛି ଜାଣନ୍ତୁ ତାହା କ’ଣ? -
ଇରାନ ପାଇଁ ଆମେରିକା ଋଷ ମୁହାଁମୁହିଁ , ଋଷକୁ ବଡ ଚେତାବନୀ ଦେଲେ ଆମେରିକା -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ












Click it and Unblock the Notifications