For Quick Alerts
Turn On Notification  
For Daily Alerts
Oneindia App Download

ଦୁର୍ଗାପୂଜା ପାଇଁ ପ୍ରସ୍ତୁତି ବୈଠକ, ୬ ତାରିଖ ପର୍ଯ୍ୟନ୍ତ ନିୟମ ଲାଗୁ

ଦୁର୍ଗାପୂଜା ପାଇଁ ପ୍ରସ୍ତୁତି ବୈଠକ, ୬ ତାରିଖ ପର୍ଯ୍ୟନ୍ତ ପୂଜା ପାଇଁ ନିୟମ ଲାଗୁ

|

କଟକ: ଦଶହରା ପାଇଁ କଟକରେ ପ୍ରସ୍ତୁତି ଜୋର୍‌ଦାର । ଧୁମଧାମରେ ପୂଜା କରିବାକୁ ଆୟୋଜକମାନେ ଲାଗି ପଡିଥିବା ବେଳେ ଦୁର୍ଗାପୂଜା ପାଇଁ କମିସନରେଟ ପୋଲିସର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ଆସନ୍ତା ୬ ତାରିଖ ପର୍ଯ୍ୟନ୍ତ ପୂଜା ପାଇଁ ନିୟମ ଲାଗୁ କରାଯାଇଛି । ସହରରେ ମୁତୟନ ୫୫ ପ୍ଲାଟୁନ୍ ଫୋର୍ସ ସହ ୫୫ ଆଣ୍ଟି ସ୍କ୍ୱାଡ ୟୁନିଟ୍ । ୪୦ ଜଣ ଏସିପି ରାଙ୍କ ଅଫିସରଙ୍କ ସମେତ ରୁଫ୍ ଟପ ସିକ୍ୟୁରିଟି ଉପସ୍ଥିତ ରହିବେ । ସୁନା, ଚାନ୍ଦି ମେଢ ହୋଇଥିବା ମଣ୍ତପ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ।

Dussehra 2022

ଦଶହରା ପାଇଁ ୩୧ ଏଡ୍ ପୋଷ୍ଟ ଓ ଭସାଣି ପାଇଁ ୧୪ ଏଡ୍ ପୋଷ୍ଟ କରାଯାଇଛି । ୨୦ଟି ପିସିଆର, ୩ଟି ସ୍ପେସିଆଲ ମୋବାଇଲ, ୪୦ଟି ବାଇକ୍ ପିସିଆର ସହ କୁଇକ ରିଆକ୍ସନ ଟିମଙ୍କୁ ମୁତୟନ କରାଯାଇଛି । ବ୍ୟାଣ୍ଡ, ଡିଜେ ଓ ମ୍ୟୁଜିକ ପାର୍ଟି ପାଇଁ କଟକଣା ଲାଗୁ କରାଯାଇଛି । ଭସାଣିରେ ରାତି ୧୨ ପର୍ଯ୍ୟନ୍ତ ମ୍ୟୁଜିକାଲ ବାଦ୍ୟ ବଯାଇ ପାରିବେ । ପରେ ପାରମ୍ପରିକ ବାଦ୍ୟରେ ଭସାଣି ଅନୁଷ୍ଠିତ କରିପାରିବେ ବୋଲି ସୂଚନା ଦେଇଛନ୍ତି କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ ।

କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କ ସୂଚନା ଅନୁସାରେ 'ଚଳିତ ବର୍ଷ କଟକରେ ୨୮ ଟି ଚାନ୍ଦୀ ମେଢ଼ ରହିଛି । ପ୍ରତ୍ୟକ ମେଢ ପାଖରେ ପୋଲିସ ଉପସ୍ଥିତ ରହିବେ । ସେହିପରି ସହରର ବିଭିନ୍ନ ସ୍ଥାନରେ ରହିବ ପୋଲିସ ଏଡ ପୋଷ୍ଟ । ପୂଜା ବଜାର ଭିଡକୁ ନଜରରେ ରଖି ସ୍ୱତନ୍ତ୍ର ଟ୍ରାଫିକ୍ ବ୍ୟବସ୍ଥା କରାଯାଇଛି । ଏହା ସହ ପୂଜା ସମୟରେ କଡାକଡି କରାଯାଇଛି ମଦ ବିରୋଧୀ ଅଭିଯାନ । ଷ୍ଟ୍ରାଇକିଂ ଫୋର୍ସ ମୁତୟନ ରହିବେ । ତେବେ କୋଭିଡ ଯୋଗୁଁ ପୂଜା ଦୁଇ ବର୍ଷ ହେବ ବନ୍ଦ ରହିଥିବା ବେଳେ ଚଳିତ ବର୍ଷ ଦଶହରାକୁ ନେଇ ଖୁବ ଉତ୍ସାହିତ ଅଛନ୍ତି ଶ୍ରଦ୍ଧାଳୁ ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Durga Puja Guidelines:Preparation Meeting For Durga Puja, Rules For Puja Till 6th
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X