ଭୁବନେଶ୍ୱର ଓ କଟକ ପାଇଁ ଭସାଣ ଗାଇଡଲାଇନ: ଅପରାହ୍ନ ୩ଟାରୁ ଭସାଣ, ନିଅମ ଖିଲାପ କଲେ ଜରିମନା
ଭୁବନେଶ୍ୱରରେ କାଲି ଅପରାହ୍ନ ୩ଟାରୁ ଭସାଣ । ଏ ନେଇ ଗାଇଡଲାଇନ୍ ଜାରି କରାଯାଇଛି । ରାତି ୧ଟା କିମ୍ବା ଭସାଣ ଶେଷ ପର୍ଯ୍ୟନ୍ତ ଯାନବାହନ କଟକଣା । ସହିଦ ନଗର ଭସାଣ ବେଳେ ବାଣୀବିହାରରୁ ରୂପାଲି ଯାନବାହନ ମନା ।
ବାଣୀବିହାରରୁ ସବୁ ଯାନବାହନ ଆଚାର୍ଯ୍ୟବିହାର ଦେଇ ଯିବ । ଜନପଥ ରାସ୍ତାରେ ଯାନବାହନ ମନା, ସଚିବାଳୟ ରାସ୍ତା ଦେଇ ଯିବ। ନୟାପଲ୍ଲୀ ଭସାଣ ପାଇଁ CRP ପଟୁ ଗାଡ଼ି ଏକାମ୍ର ପାର୍କ ଦେଇ ଯିବ ।
ସେହିପରି ଚନ୍ଦ୍ରଶେଖରପୁରରେ ଭସାଣ ବେଳେ କିଟ୍ ପଟୁ ନାଲକୋ ଛକ ଯିବା ମନା । ସେସବୁ ଗାଡ଼ି ନନ୍ଦନକାନନ ରାସ୍ତା ଦେଇ ଜୟଦେବବିହାର ଆଡେ ଯିବ । ଖୋର୍ଦ୍ଧାରୁ ଆସୁଥିବା ଭାରୀଯାନ ଫାୟାର ଷ୍ଟେସନରୁ ଓଭର ବ୍ରିଜ୍ରେ ଯିବ । ଖିଲାପ କଲେ ୫ ଶହରୁ ୧ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ।

ସେହିପରି କଟକରେ ଭସାଣ ସମୟରେ ମୁଖ୍ୟ ରାସ୍ତାରେ ଯାନବାହାନ ଯିବାକୁ ଅନୁମତି ଦିଆଯାଇ ନାହିଁ । କଟକ କଲେଜ ଛକ ନିକଟରୁ ବକ୍ସିବଜାର ପର୍ଯ୍ୟନ୍ତ ଯାନବାହନ ଚଳାଚଳ କରିବା ପାଇଁ ଅନୁମତି ନାହିଁ । ସେହିପରି ତିନିକୋଣିଆ ବଗିତା ଦେଇ ଚାନ୍ଦିନୀ ଚୌକ ଛକ ପର୍ଯ୍ୟନ୍ତ ଗାଡ଼ି ଚଳାଚଳ ଉପରେ କଟକଣା ଲାଗିଥିବା ବେଳେ ଚୌଧୁରୀ ବଜାର ଛକ ଠାରୁ ପୂର୍ଣ୍ଣସାହି ଛକ ପର୍ଯ୍ୟନ୍ତ ବି କଟକଣା ଲାଗିଛି ।
ସେହିପରି ଚଣ୍ତିଛକରୁ ଶେଖ ବଜାର, ମହମ୍ମଦିଆ ବଜାରରୁ ଚାନ୍ଦିନୀ ଚୌକ ରାସ୍ତାରେ ମଧ୍ୟ ଯାନବାହ ଯିବା ଉପରେ କଟକଣା ଲାଗଯାଇଛି । ତେବେ ଯଦି ଟ୍ରାଫିକ୍ ନିୟମ ଉଲ୍ଲଙ୍ଘନ କଲେ ୫ ଶହରୁ ୧ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନ ଭରିବାକୁ ପଡିବ ବୋଲି ସୂଚନା ଦେଇଛି କମିଶନରେଟ୍ ପୋଲିସ ।
ଆଜି ରାଜଧାନୀରେ ମା'ଙ୍କ ଦର୍ଶନ କରିବା ସହ ରାବଣ ପୋଡ଼ିର ମଜା ଉଠାଇବେ ଲୋକେ । ଭୁବନେଶ୍ବରରେ ରାବଣ ପୋଡ଼ି ପାଇଁ ଏଯାବତ ୬ଟି ପୂଜା ମଣ୍ଡପକୁ ଦିଆଯାଇଛି ଅନୁମତି । ଡେପୁଟି ଫାୟାର ଅଫିସର ଅବନୀ ସ୍ୱାଇଁ ଦେଲେ ସୂଚନା ।












Click it and Unblock the Notifications