Durga Puja 2024: ୧୨ ସ୍ଥାନରେ ରାବଣ ପୋଡ଼ି, ୭ ମଣ୍ଡପରେ ସ୍ବତନ୍ତ୍ର ମହିଳା ପୋଲିସ ସୁରକ୍ଷା ଦଳ
ଭୁବନେଶ୍ୱରରେ ଏଥର ଶୃଙ୍ଖଳିତ ତଥା ସୁରକ୍ଷିତ ଦୁର୍ଗାପୂଜା ପାଇଁ ପ୍ରସ୍ତୁତି ହୋଇଛି । ପୂଜା ସମୟରେ ଆପରାଧିକ କାର୍ଯ୍ୟକଳାପ ଉପରେ ପଦକ୍ଷେପ ନେବା ପାଇଁ ପରାମର୍ଶ ଦିଆଯାଇଛି। ଚଳିତ ବର୍ଷ ଭୁବନେଶ୍ୱରରେ ୧୮୭ ମେଢ଼ ହୋଇଥିବାବେଳେ ଏହାକୁ ୩ଟି ଶ୍ରେଣୀଭକ୍ତ କରାଯାଇଛି । 'ଏ' ଶ୍ରେଣୀରେ ୪୮ଟି ମେଢ଼, 'ବି' ରେ ୭୧ ଓ 'ସି' ରେ ୬୮ ମେଢ଼ ରହିଛି।
ତେବେ ୨୨ଟି ଚାନ୍ଦି ମେଢ଼ ଥିବାବେଳେ ପ୍ରତ୍ୟେକ ମଣ୍ଡପରେ ୩ ଏପିଆର୍ ବନ୍ଧୁକ ଧରି ସୁରକ୍ଷା ଦେବେ। ପୂଜା ପାଇଁ ୨ ଡିସିପି, ୧୦ ଅତିରିକ୍ତ ଡିସିପି, ୨୨ ଏସିପି/ଏସି, ୨୪୫ ଅଫିସର, ୬୫୭ ବିଭିନ୍ନ ଫୋର୍ସ, ୩୨୮ ହୋମଗାର୍ଡ, ଗୋଟିଏ ପ୍ଲାଟୁନ୍ ବିଏସ୍ଏଫ୍ ଓ ୬୩ ସେକ୍ସନ୍ ରିଜର୍ଭ ଫୋର୍ସ ନିୟୋଜିତ ହୋଇଛନ୍ତି। ଏଥିସହ ୧୩ଟି ମୋବାଇଲ ପାଟ୍ରୋଲିଂ ଗଠନ ହୋଇଥିବାବେଳେ ସେମାନେ ପଳାଶୁଣୀରୁ ସିଆର୍ପି ଛକ, ରସୁଲଗଡରୁ କଳ୍ପନା ଛକ, ବାଣୀବିହାରରୁ ରାଜମହଲ ଛକରେ ଜୋନ୍ ଏସିପିଙ୍କ ନେତୃତ୍ୱରେ କାମ କରିବେ।

ନୟାପଲ୍ଲୀ, ଶହୀଦନଗର, ରସୁଲଗଡ଼, ଝାରପଡ଼ା ଆଦି ୧୩ଟି ମଣ୍ଡପରେ ସ୍ବତନ୍ତ୍ର ପୋଲିସ ନିୟୋଜିତ ହୋଇଛନ୍ତି। ନୟାପଲ୍ଲୀ, ଶହୀଦନଗର, ରସୁଲଗଡ଼, ଝାରପଡ଼ା ଆଦି ୭ ମଣ୍ଡପରେ ସ୍ବତନ୍ତ୍ର ମହିଳା ପୋଲିସ ସୁରକ୍ଷା ଦଳ ନିୟୋଜିତ ହୋଇଛନ୍ତି। ୧୨ଟି ମଣ୍ଡପରେ ରାତି ୧୨ରୁ ଭିଡ଼ କମିବା ଯାଏ ସ୍ବତନ୍ତ୍ର ପୋଲିସ ନିୟୋଜିତ ରହିବେ। ମହାଷ୍ଟମୀ ପାଇଁ ସକାଳ ସମୟରେ ନୟାପଲ୍ଲୀ, ଝାରପଡ଼ା, ରସୁଲଗଡ଼ ଆଦି ମଣ୍ଡପରେ ଅତିରିକ୍ତ ମହିଳା କର୍ମଚାରୀ ରହିବେ। ପୂଜା ପାଇଁ ୩ଟି ଷ୍ଟ୍ରାଇକିଙ୍ଗ ଫୋର୍ସ ହୋଇଥିବାବେଳେ ୫ ମଣ୍ଡପରେ କଣ୍ଟ୍ରୋଲ ରୁମ୍ ବ୍ୟବସ୍ଥା ହୋଇଛି। ବିଭିନ୍ନ ବିଭାଗର କର୍ମଚାରୀ ଓ ପୋଲିସକୁ ନେଇ ଏକ ଜଏଣ୍ଟ୍ ଇନ୍ସପେକ୍ସନ୍ ଟିମ୍ ଗଠନ ହୋଇଛି।












Click it and Unblock the Notifications