ମୂର୍ତ୍ତି ଉଚ୍ଚତା ବିବାଦ, ଆସନ୍ତାକାଲି ଗୁରୁତ୍ୱପୂର୍ଣ୍ଣ ବୈଠକ
ଦୁର୍ଗା ପୂଜାରେ ମୂର୍ତ୍ତି ଉଚ୍ଚତା ବିବାଦ । ଆସନ୍ତାକାଲି ଗୁରୁତ୍ୱପୂର୍ଣ୍ଣ ବୈଠକ ଡାକିଲେ ସରକାର । କଟକର ଶାନ୍ତି କମିଟି ଓ ପୂଜା କମିଟି ସଦସ୍ୟଙ୍କୁ ମିଟିଂ ପାଇଁ ଆମନ୍ତ୍ରଣ । ମୁଖ୍ୟ ଶାସନ ସଚିବ ଓ SRCଙ୍କ ସହ ବୈଠକ ହେବା ନେଇ ସୂଚନା ।
ଭୁବନେଶ୍ୱର: ଦୁର୍ଗା ପୂଜାରେ ମୂର୍ତ୍ତି ଉଚ୍ଚତା ବିବାଦ । ଆସନ୍ତାକାଲି ଗୁରୁତ୍ୱପୂର୍ଣ୍ଣ ବୈଠକ ଡାକିଲେ ସରକାର । କଟକର ଶାନ୍ତି କମିଟି ଓ ପୂଜା କମିଟି ସଦସ୍ୟଙ୍କୁ ମିଟିଂ ପାଇଁ ଆମନ୍ତ୍ରଣ । ମୁଖ୍ୟ ଶାସନ ସଚିବ ଓ SRCଙ୍କ ସହ ବୈଠକ ହେବା ନେଇ ସୂଚନା ।

ତେବେ ବିଧାନସଭାରେ ଆଜି ମୂର୍ତ୍ତି ପ୍ରସଙ୍ଗ ଉଠିବା ପରେ ଏହାକୁ ତତ୍ପର ପ୍ରକାଶ କରିଛନ୍ତି ସରକାର । ଆଜି ପ୍ରଶ୍ନକାଳ ସରିବା ପରେ ପୂଜା କଟକଣା ନେଇ ଦାବି ଉଠାଇଥିଲେ କଂଗ୍ରେସ ବିଧାୟକଙ୍କ ଗୃହରେ ହୋହାଲ୍ଲା କରିଛନ୍ତି । କରୋନା କଟକଣାକୁ କୋହଳ କରାଯାଇଥିବା ବେଳେ କାହିଁକି ପୂଜା ବେଳେ ଏମିତି କଟକଣା ରଖାଯାଇଛି ବୋଲି ସମସ୍ତେ ଏହାକୁ ପ୍ରତିବାଦ କରିଥିଲେ। ଆଲୋଚନା କାଳରେ ଉଦବେଗ ପ୍ରକାଶ କରିଥିଲେ କଂଗ୍ରେସ ବିଧାୟକ ମହମ୍ମଦ ମୋକିମ । ୧୦୦୦ ବର୍ଷର ସହର କଟକ। ସରକାରଙ୍କ ଗାଇଡ଼ଲାଇନ ରେ ଧର୍ମୀୟ ଭାବନାକୁ କୁଠାରଘାତ କରାଯାଇଛି। ପରଦା ହଟାଇବା ସହିତ ମୃଣ୍ମୟୀ ମୂର୍ତ୍ତିର ଉଚ୍ଚତା ବୃଦ୍ଧି ପାଇଁ ଦାବି । କଟକ ସହିତ ସାରା ଓଡିଶା ପାଇଁ କଟକଣା ହଟୁ ବୋଲି ଦାବି ହୋଇଥିଲା ।
ସେପଟେ ଆଜି ୪ ଫୁଟ ମୂର୍ତ୍ତି ଓ ମଣ୍ଡପରେ ପରଦା ଟାଣି ପୂଜା ପ୍ରସଙ୍ଗରେ ବିଭିନ୍ନ ସାମାଜିକ ସଂଗଠନର ସଦସ୍ୟ ଓ କାର୍ଯ୍ୟକର୍ତା ବର୍ଷାରେ ରାସ୍ତାରେ ଆଣ୍ଠେଇ ପ୍ରତିବାଦ ଜାରି କରିଥିଲେ। ସେହିପରି ଏହି ପ୍ରସଙ୍ଗରେ ବିଜେପି ପକ୍ଷରୁ କଟକ ବନ୍ଦ ଡାକରା ଦିଆଯାଇଛି । ଆସନ୍ତା ୧୩ ତାରିଖରେ ପ୍ରତିବାଦରେ କଟକ ବନ୍ଦ ରହିବ ବୋଲି ଦଳ ପକ୍ଷରୁ ଘୋଷଣା କରାଯାଇଛି ।












Click it and Unblock the Notifications