ମୂର୍ତ୍ତି ଉଚ୍ଚତା ବିବାଦ: ୨ ଦିନ ଭିତରେ ସରକାର ନେବେ ନିଷ୍ପତ୍ତି
ଦୁର୍ଗା ପୂଜାରେ ମୂର୍ତ୍ତି ଉଚ୍ଚତା ବିବାଦ । ଆଜି ଲୋକସେବା ଭବନରେ ଆୟୋଜିତ ହୋଇଛି ଗୁରୁତ୍ୱପୂର୍ଣ୍ଣ ବୈଠକ।
ଭୁବନେଶ୍ୱର: ଦୁର୍ଗା ପୂଜାରେ ମୂର୍ତ୍ତି ଉଚ୍ଚତା ବିବାଦ । ଆଜି ଲୋକସେବା ଭବନରେ ଆୟୋଜିତ ହୋଇଛି ଗୁରୁତ୍ୱପୂର୍ଣ୍ଣ ବୈଠକ। କଟକର ଶାନ୍ତି କମିଟି ଓ ପୂଜା କମିଟି ସଦସ୍ୟ ଏବଂ ମୁଖ୍ୟ ଶାସନ ସଚିବ ଓ SRCଙ୍କ ମଧ୍ୟରେ ବୈଠକ ଅନୁଷ୍ଠିତ ହୋଇଥିଲା ।

ଆସନ୍ତା ୨ ଦିନ ମଧ୍ୟରେ ମୂର୍ତ୍ତିର ଉଚ୍ଚତା ନେଇ ନିଷ୍ପତ୍ତି ନିଆଯିବ ବୋଲି ବୈଠକରେ ଚୁଡାନ୍ତ ହୋଇଛି । ଏନେଇ ଆଲୋଚନା ପରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ମହାନଗର ଶାନ୍ତି କମିଟି ମୁଖ୍ୟ ପ୍ରଭାତ ରଞ୍ଜନ ତ୍ରିପାଠୀ ।
ସେହିପରି ଦୁର୍ଗାପୂଜାକୁ ଆହୁରି ଗୋଟିଏ ମାସରୁ ଅଧିକ ସମୟ ବାକି ରହିଛି । ତେଣୁ ସେହି ସମୟରେ କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ଭକ୍ତଙ୍କ ଦର୍ଶନ ଉପରେ ସରକାର ନିଷ୍ପତ୍ତି ନେବେ । ସଂକ୍ରମଣ ସ୍ଥିତିକୁ ଦେଖି ଆବଦ୍ଧ ପୂଜା ଉପରେ ନିଷ୍ପତ୍ତି ନିଆଯିବ ବୋଲି ବୈଠକରେ ସ୍ଥିର ହୋଇଛି ।
ଦୁର୍ଗା ପୂଜାରେ ମା'ଙ୍କ ମୂର୍ତ୍ତିର ଉଚ୍ଚତା ୪ ଫୁଟ୍ ଉଚ୍ଚତାରେ ରହିବା ସହ ଆବଦ୍ଧ ପୂଜା ପାଇଁ ସରକାରଙ୍କ ଦ୍ୱାରା ଲାଗୁ କଟକଣାକୁ କଟକର ବିଭିନ୍ନ ପୂଜା ଅନୁଷ୍ଠାନ ପକ୍ଷରୁ ତୀବ୍ର ବିରୋଧ କରାଯାଇଥିଲା। ସରକାର ନିୟମ କୋହଳ ନ କଲେ ଆସନ୍ତା ୧୩ ତାରିଖରେ କଟକ ବନ୍ଦ ନିମନ୍ତେ ବିଜେପି ପକ୍ଷରୁ ଡାକରା ଦିଆଯାଇଛି।
-
ପ୍ରକାଶ ପାଇଲା ଟି-୨୦ ରାଙ୍କିଙ୍ଗ୍ : ବିଶ୍ୱର ନମ୍ବର ୧ ବ୍ୟାଟ୍ସମ୍ୟା କିଏ ଜାଣନ୍ତୁ… -
୨୦୨୬ ଟି-୨୦ ବିଶ୍ୱକପ ପାଇଁ ଶ୍ରେଷ୍ଠ ଏକାଦଶ ଘୋଷଣା କଲା ICC, ୪ ଭାରତୀୟ ଖେଳାଳଙ୍କୁ ମିଳିଲା ସ୍ଥାନ -
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
କେନ୍ଦ୍ର ସରକାରଙ୍କୁ କଡ଼ା ନିର୍ଦ୍ଦେଶ, କୋଭିଡ ୧୯ ଭ୍ୟାକସିନ ଯୋଗୁଁ ଯେଉଁ ଜୀବନ ଯାଇଛି, ସେମାନଙ୍କୁ କ୍ଷତିପୂରଣ ମିଳୁ -
ଯୁଦ୍ଧ ଭିତରେ ଇରାନ ସହ କଥା ହେଲା ଭାରତ, ଜାଣନ୍ତୁ କଣ ହେଲା ଆଲୋଚନା -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
ହରିଶ ରାଣାଙ୍କୁ ମିଳିଲା ଇଚ୍ଛାମୃତ୍ୟୁ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇଇଲେ ନୂଆ ରେକର୍ଡ କଲେ ଜସପ୍ରିତ ବୁମରାହ -
ଆମେରିକା, ଇସ୍ରାଏଲ-ଇରାନ ଯୁଦ୍ଧ ସମୟରେ ଭାରତ ଯେଉଁ ଅତ୍ୟାବଶ୍ୟକୀୟ ସାମଗ୍ରୀ ଆଇନ ଲାଗୁ କରିଛି ଜାଣନ୍ତୁ ତାହା କ’ଣ? -
ଇରାନ ପାଇଁ ଆମେରିକା ଋଷ ମୁହାଁମୁହିଁ , ଋଷକୁ ବଡ ଚେତାବନୀ ଦେଲେ ଆମେରିକା -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ












Click it and Unblock the Notifications