ସାବଧାନ, ରାଜଧାନୀରେ ବିକ୍ରି ହେଉଛି ନକଲି ଟିଭି
ରାଜଧାନୀ ଭୁବନେଶ୍ବରରେ ବିକ୍ରି ହେଉଥିଲା ନକଲି ଟିଭି । ଖବର ପାଇ ଚଢଉ କରିବା ସହ ସୋରୁମ୍ ମାଲିକକୁ ଗିରଫ କରିଛି କମିଶନରେଟ ପୋଲିସ ।
ଭୁବନେଶ୍ୱର: ଯଦି ଆପଣ ରାଜଧାନୀରୁ ଟିଭି କିଣୁଛନ୍ତି, ତେବେ ଟିକେ ସାବଧାନ ହୋଇ ଟିଭି କିଣନ୍ତୁ । କାରଣ ରାଜଧାନୀ ଭୁବନେଶ୍ବରରେ ବିକ୍ରି ହେଉଥିଲା ନକଲି ଟିଭି । ଖବର ପାଇ ଚଢଉ କରିବା ସହ ସୋରୁମ୍ ମାଲିକକୁ ଗିରଫ କରିଛି କମିଶନରେଟ ପୋଲିସ ।

ସୂଚନାନୁସାରେ, ରାଜଧାନୀରେ ନକଲି ଟିଭି ରାକେଟ୍ ଦୀର୍ଘ ଦିନ ହେବ ସକ୍ରିୟ ରହିଥିଲା । ବିଭିନ୍ନ ନାମୀ ଦାମୀ ବ୍ରାଣ୍ଡର ନକଲି ଟିଭି ବିକ୍ରି କରି ମାଲେମାଲ୍ ହେଉଥିଲେ ସୋ ରୁମ୍ ମାଲିକ । ଏହି ସବୁ ଟିଭି ପଶ୍ଚିମବଙ୍ଗର କୋଲକାତାରୁ ଆସୁଥିଲା । ତେବେ ଏହି ସବୁକୁ ସୋରୁମ୍ ମାଲିକ ଅଧା ଦାମରେ ବିକ୍ରି କରୁଥିଲେ।
ପୋଲିସ ସୋରୁମରେ ଚଢଉ କରିବା ସହ ୧୨୦ ଟିଭି ଜବତ କରିଛି । ଏହାସହ ସୋରୁମ ମାଲିକଙ୍କୁ ମଧ୍ୟ ସ୍ପେଶାଲ ସ୍କ୍ବାଡ୍ ଗିରଫ କରିଛି । ସୋରୁମ୍ ମାଲିକ ପାରାଦୀପ ପୋର୍ଟରୁ ଟିଭି ଆଣି ବିନା ଜିଏସଟିରେ ବିକ୍ରି କରାହେଉଛି କହି ଗ୍ରାହକଙ୍କୁ ଠକୁଥିବା ପୋଲିସ କହିଛି ।












Click it and Unblock the Notifications