କଟକରୁ ନକଲି ଚା' ଜବତ, ବ୍ୟବସାୟୀ ଗିରଫ

କଟକରୁ ନକଲି ଚା' ଜବତ, ବ୍ୟବସାୟୀ ଗିରଫ

ସାଲେପୁର: ନକଲି ତେଲ, ଘିଅ, ଔଷଧ, ମସଲା, ସସ୍ ପରେ ଏବେ ପୁଣି କଟକ ଜିଲ୍ଲାରୁ ଜବତ ହୋଇଛି ନକଲି ଚା'ପତି । ପୂର୍ବରୁ କେବଳ ସହରରେ ତିଆରି ଓ ବିକ୍ରି ହେଉଥିଲା ଡୁପ୍ଲିକେଟ୍ ସାମଗ୍ରୀ ହେଲେ ଏବେ ଗାଁ ଗାଁରେ ମଧ୍ୟ କିଣାବିକା ହେଲାଣି ନକଲି ଜିନିଷ । ଏହି ଘଟଣାରେ ଜଣେ ବ୍ୟକ୍ତିଙ୍କୁ ଗିରଫ କରି ପଚରାଉଚରା କରିଛି ନିଶ୍ଚିନ୍ତକୋଇଲି ପୋଲିସ ।

Duplicate tea

ନକଲି ଜିନିଷର ହବ୍ ପାଲଟିଥିବା କଟକ ସହରର ନିଶ୍ଚିନ୍ତକୋଇଲି ଥାନା କଟିକଟା ବଜାରର ଏକ ଭେରାଇଟି ଷ୍ଟୋରରେ ନକଲି ଚା' ବିକ୍ରୀ ହେଉଥିବା ନେଇ କୌଣସି ସୂତ୍ରରୁ ଖବର ପାଇ ଗତକାଲି ପୋଲିସ ଚଠାଉ କରିବା ସହ ଦୋକାନର ମାଲିକ ସେକ୍ ରିଜୁୱାନଙ୍କୁ ଗିରଫ କରିଥିଲା । ଚଢାଉ ସମୟରେ ବହୁ ସଂଖ୍ୟାରେ ଟାଟା ଚା' ପ୍ୟାକେଟ୍ ଜବତ କରିଥିଲା ପୋଲିସ । ତେବେ ଚଢାଉ ବେଳେ ପୋଲିସ ସହ ଟାଟା କମ୍ପାନୀର ଅଫିସର, କିଛି କର୍ମଚାରୀ ମଧ୍ୟ ଉପସ୍ଥିତ ଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+