ସାବଧାନ ଗ୍ରାହକ: ରାଜଧାନୀରେ ବିକ୍ରି ହେଉଛି ନକଲି ମାଛ

ଘିଅ, ତେଲ, ସସ୍, ଆଚାର, ମସଲା ପରେ ଏବେ ମାର୍କେଟରେ ଦେଖିବାକୁ ମିଳିଛି ଆଉ ଏକ ନକଲି ଦବ୍ଯ । ଯାହା ଖୋଦ ରାଜଧାନୀର ମାର୍କେଟରେ ବ୍ରିକ୍ରି ହେଉଥିବା ଦେଖିବାକୁ ମିଳିଛି ।

ଭୁବନେଶ୍ବର: ରାଜଧାନୀରେ ବିକ୍ରି ହେଉଛି ନକଲି ମାଛ । ଘିଅ, ତେଲ, ସସ୍, ଆଚାର, ମସଲା ପରେ ଏବେ ମାର୍କେଟରେ ଦେଖିବାକୁ ମିଳିଛି ଆଉ ଏକ ନକଲି ଦବ୍ୟ । ଯାହା ଖୋଦ ରାଜଧାନୀର ମାର୍କେଟରେ ବ୍ରିକ୍ରି ହେଉଥିବା ଦେଖିବାକୁ ମିଳିଛି ।

fish

ଅସଲି ପ୍ରଜାତିର ମାଛ ନାଁରେ ବିକ୍ରି ହେଉଛି ନକଲି ମାଛ । ଦାମୀ ପ୍ରଜାତିର ମାଛ ଭଳି ଦେଖାଯାଉଥିବା କମ୍ ଦାମୀ ପ୍ରଜାତିର ମାଛ ବଜାରରେ ବିକ୍ରି ହେଉଛି । ଆଉ ରାଜଧାନୀର ଆମିଷପ୍ରିୟ ଲୋକେ ସହଜରେ ଏହାକୁ ଜାଣି ପାରୁନାହାନ୍ତି ।

ପୋହଳା, ମାଗୁର, ମିରିକାଳି, ଖୁରାଣ୍ଟି ଭଳି ମାଛ ଆଉ ନଦୀ ପୋଖରୀରେ ବିଶେଷ ମିଳୁନାହିଁ । ଏହି ଦେଶୀ ମାଛଗୁଡ଼ିକର ପ୍ରବଳ ଚାହିଦା ଥିବା ବେଳେ ଏହା ବଜାରରେ ବିଶେଷ ନମିଳିବାରୁ ପୋହଳା ଭଳି ଦେଖାଯାଉଥିବା ମିରିକାଳି ଜାଁଳ ବିକ୍ରି କରାଯାଉଛି । ସେହିଭଳି ଡାହାଙ୍ଗିରି ଛୁଆକୁ ମଧ୍ୟ ପୋହଳା କହି ମାଛ ବେପାରୀ ବିକ୍ରି କରୁଛନ୍ତି । ଆଫ୍ରିକାନ୍ କ୍ୟାଟ୍ ଫିସ୍ କୁ ମାଗୁର ବୋଲି କହି ବେପାରୀ ବିକ୍ରି କରୁଛନ୍ତି ବୋଲି ଏକ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟରେ କୁହାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+