ଏହି କାରଣରୁ ଆଜି ବନ୍ଦ ରହିବ ବାଲି ଯାତ୍ରାର ସାଂସ୍କୃତିକ କାର୍ଯ୍ୟକ୍ରମ
ବିଜେପିର ଭେଟ୍ରାନ୍ ଲିଡର ତଥା ପୂର୍ବତନ ଉଚ୍ଚ ଶିକ୍ଷା ମନ୍ତ୍ରୀ ସମୀର ଦେ'ଙ୍କ ଦେହାନ୍ତ ହୋଇଛି। ସେଥିପାଇଁ କଟକ ବାଲିଯାତ୍ରା ସାଂସ୍କୃତିକ କାର୍ଯ୍ୟକ୍ରମ ବନ୍ଦ ରହିବ। ଆଜି ପାଇଁ ସାଂସ୍କୃତିକ କାର୍ଯ୍ୟକ୍ରମ ବନ୍ଦ ରଖିବାକୁ କଟକ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇଛି।

କଟକର ଐତିହାସିକ ବାଲି ଯାତ୍ରା ତିନି ଦିନ ତଳେ ଆରମ୍ଭ ହୋଇଥିଲା। ଦର୍ଶକଙ୍କୁ ମନୋରଞ୍ଜନର ଖୋରାକ ଯୋଗାଇବା ପାଇଁ ପ୍ରତିଦିନ ରାତି ୧୦ଟା ପର୍ଯ୍ୟନ୍ତ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଉଥିଲା। ତେଣୁ ବାଲିଯାତ୍ରା ବୁଲିବା ପାଇଁ ଆସୁଥିବା ଲୋକମାନେ ଭରପୂର ମନୋରଞ୍ଜନର ଖୋରାକ ପାଉଥିଲେ। ତେବେ ଶନିବାର ରାତିରେ ସମୟ ଅତିକ୍ରାନ୍ତ ହୋଇଥିବାରୁ ପୁଲିସ୍ ସାଂସ୍କୃତିକ କାର୍ଯ୍ୟକ୍ରମକୁ ବନ୍ଦ କରିଥିଲା। ଯେଉଁଥିପାଇଁ ବିବାଦ ମୁଣ୍ଡ ଟେକିଥିଲା।












Click it and Unblock the Notifications