ପ୍ରବଳ ଶୀତ ପାଇଁ କଟକ ଜିଲ୍ଲାରେ ଏଣିକି ଶନିବାର ଦିନବେଳା ସ୍କୁଲ
ଓଡିଶାରେ ହାଡ଼ଭଙ୍ଗା ଶୀତ। କଲବଲ କରୁଛି ପ୍ରଚଣ୍ଡ ଥଣ୍ଡା। ଥରୁଛି ଉପକୂଳରୁ ଉପାନ୍ତ। ଅନେକ ଜିଲ୍ଲାରେ 'କୋଲ୍ଡ ୱେଭ୍' ଆଲର୍ଟ। ରାଜ୍ୟରେ ଏବେ ପ୍ରବଳ ଶୀତର ଲହରୀ ଜାରି ରହିଛି। ଅନେକ ସ୍ଥାନରେ ପାରଦ ବହୁତ ତଳକୁ ଖସିଛି। ଶୀତ ପାଇଁ ଭାରତୀୟ ପାଣିପାଗ ବିଭାଗ ଅନେକ ଜିଲ୍ଲା ଲାଗି ସତର୍କ ସୂଚନା ଜାରି କରିଛି। ଶୀତ ପାଇଁ କଟକ ଜିଲ୍ଲାରେ ବଦଳିଲା ସ୍କୁଲ ସମୟ।

ପ୍ରବଳ ଥଣ୍ଡା ଓ ଘନ କୁହୁଡ଼ି ତଥା ସେସନ ଏଣ୍ଡ ପରୀକ୍ଷାକୁ ଦୃଷ୍ଟିରେ ରଖି ପ୍ରତି ଶନିବାର ସ୍କୁଲ ସମୟରେ ପରିବର୍ତ୍ତନ କରାଯାଇଛି। ଶନିବାର ଦିନ ସକାଳ ୧୦ଟାରୁ ସନ୍ଧ୍ୟା ୪ଟା ପର୍ଯ୍ୟନ୍ତ କଟକ ଜିଲ୍ଲାର ସମସ୍ତ ପ୍ରକାରର ସ୍କୁଲଗୁଡ଼ିକୁ କାର୍ଯ୍ୟ କରିବ। କଟକ ଜିଲ୍ଲାପାଳ ଦତ୍ତାତ୍ରୟ ଭାଉସାହେବ ସିନ୍ଦେଙ୍କ ପକ୍ଷରୁ ଏ ସଂକ୍ରାନ୍ତ ନିର୍ଦ୍ଦେଶନାମା ଜାରି ହୋଇଛି। ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଏହି ନିଷ୍ପତ୍ତି ବଳବତ୍ତର ରହିବ।
ଅନ୍ୟପଟେ ସେହିପରି ରାଜଧାନୀ ଭୁବନେଶ୍ବରରେ ଅସହ୍ୟ ଥଣ୍ଡା। ସକାଳ ୫ଟା ୩୦ରେ ୧୦ ଡିଗ୍ରୀ ଛୁଇଁଲା ରାଜଧାନୀ ପାରଦ। ଆଜି ରାଜଧାନୀ ତାପମାତ୍ରା ୧୦.୨ ଡିଗ୍ରୀ ରେକର୍ଡ ହୋଇଛି। ଗତ ୪ ଦିନ ତୁଳନାରେ ରାଜଧାନୀରେ ଆଜି ସବୁଠୁ କମ୍ ତାପମାତ୍ରା ରେକର୍ଡ ହୋଇଛି।












Click it and Unblock the Notifications