ଲଗାଣ ବର୍ଷା ଯୋଗୁ ଚିତ୍ରକୋଣ୍ଡାରେ ବିଭିନ୍ନ ସ୍ଥାନ ଜଳମଗ୍ନ

ଚିତ୍ରକୋଣ୍ଡାରେ ଲଗାଣ ବର୍ଷା ଯୋଗୁ ବିଭିନ୍ନ ସ୍ଥାନ ଜଳମଗ୍ନ ହୋଇଛି। ଗୋରା ସେତୁ, ପଣସପୁଟ, ଅଣ୍ଡରାପାଲିରେ, ଯନ୍ତ୍ରୀ ପଞ୍ଚାୟତ ଜଳମଗ୍ନ ହୋଇଥିବା ଦେଖିବାକୁ ମିଳିଛି। ରାସ୍ତାରେ ୩ରୁ ୪ ଫୁଟର ପାଣି ପ୍ରବାହିତ ହେଉଛି। ଯୋଗାଯୋଗ ଏବେ ବିଚ୍ଛିନ୍ନ ଅଛି।

ଗତ ୨୪ ଘଣ୍ଟାରେ ମାଲକାନଗିରି ଜିଲ୍ଲାରେ ସର୍ବାଧିକ ବର୍ଷା ହୋଇଛି। ଚିତ୍ରକୋଣ୍ଡାରେ ସର୍ବାଧିକ ୧୯୯ ମି.ମି., କୁରୁକୁଣ୍ଡାରେ ୧୮୫ ମି.ମି. ବର୍ଷା। ପାଖାପାଖି ୨୦୦୦ ରୁ ୩୦୦୦ ଲୋକେ ହନ୍ତସନ୍ତ ହେଉଥିବା ସୂଚନା ମିଳିଛି।

heavy_rain

ରାଜ୍ୟର ଅନ୍ୟାନ୍ୟ ସ୍ଥାନରେ ବି ସମାନ ଅବସ୍ଥା ଦେଖିବାକୁ ମିଳିଛି। ପାରଳାଖେମୁଣ୍ଡିରେ ଲଗାଣ ବର୍ଷାରେ ଅସ୍ଥାୟୀ ପୋଲ ଧୋଇ ହୋଇ ଯାଇଛି। ୩ଟି ଗାଁ ସହ ଯୋଗାଯୋଗ ବିଚ୍ଛିନ୍ନ। ଡାଳିମ୍ବପୁର, ଅମରା, ରାଟିଣି ଗାଁ ସହ ଯୋଗାଯୋଗ ବିଚ୍ଛିନ୍ନ। ଅଢ଼େଇ ହଜାର ଲୋକ ହନ୍ତସନ୍ତ। ୧୨ କି.ମି. ବୁଲି ଆନ୍ଧ୍ର ଦେଇ ଆସୁଛନ୍ତି ଲୋକେ। ଯାହା ଦ୍ଵାରା ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ମାଲକାନଗିରି , କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି ଏବଂ କନ୍ଧମାଳ ଜିଲ୍ଲାର ପାହାଡିଆ ଅଞ୍ଚଳରେ ଭୂସ୍ଖଳନ ସମ୍ଭାବନା ରହିଛି। ମତ୍ସ୍ୟଜୀବୀମାନଙ୍କୁ ୨୦ରୁ ୨୨ ଯାଏଁ ସମୁଦ୍ର ଯିବାକୁ ମନା ହୋଇଛି।

ସେହିପରି ଲଗାଣ ବର୍ଷା ଯୋଗୁଁ ମାଲକାନଗିରି ଜିଲ୍ଲାରେ ଜଳବନ୍ଦୀ ପରିସ୍ଥିତି । ବିଭିନ୍ନ ଗାଁରେ ପାଣି ପସିଯିବା ସହ, ପୋଲ ଉପରେ ବର୍ଷା ଜଳ ପ୍ରବାହିତ ହେଉଛି । ଗତ ୨୪ ଘଣ୍ଟାରେ ଜିଲ୍ଲାରେ ୬୩ ଦଶମିକ ୨ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ଲଗାଣ ବର୍ଷା ଯୋଗୁଁ ବିଭିନ୍ନ ନଦୀର ଜଳସ୍ତର ବଢିବାରେ ଲାଗିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+