ପାଣିକୋଇଲିରେ ଭୟଙ୍କର ଦୁର୍ଘଟଣା, DSP ମୃତ
ଯାଜପୁର ଜିଲା ପାଣିକୋଇଲି ଥାନା ଚାନ୍ଦପୁର ଛକ ନିକଟରେ ରବିବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ଟ୍ରକ୍ ଭାରସାମ୍ୟ ହରାଇ କାର୍କୁ ଧକ୍କା ଦେଇଛି। ଫଳରେ ଦୁର୍ଘଟଣାରେ ୨ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରୁ ଜଣେ ବାଲେଶ୍ୱର ଜିଲାରେ DSP ଭାବେ କାର୍ଯ୍ୟରତ ବଳରାମ ନାୟକ ବୋଲି ଜଣାପଡିଥିବା ବେଳେ ଅନ୍ୟଜଣଙ୍କ ପରିଚୟ ମିଳିପାରି ନାହିଁ।

ମିଳିଥିବା ସୂଚନା ମୁତାବକ, DSP ବଳରାମ ଏକ କାର୍ ଯୋଗେ କେନ୍ଦୁଝର ଘଟଗାଁ ଘରକୁ ଯାଉଥିଲେ। ହେଲେ ଚାନ୍ଦପୁର ଛକ ନିକଟରେ ଏକ ଟ୍ରକ ଭାରସାମ୍ୟ ହରାଇ କାର୍କୁ ଧକ୍କା ଦେଇଥିଲା। ଫଳରେ ବଳରାମ ଏବଂ ଅନ୍ୟଜଣେ ଗୁରୁତର ଆହତ ହୋଇଥିଲେ। ସେମାନଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ବଳରାମଙ୍କୁ ମୃତ୍ୟୁ ଘୋଷଣା କରିଥିବା ସୂଚନା ମିଳିଛି। ପୋଲିସ ଟ୍ରକ୍ ଏବଂ କାରକୁ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି।












Click it and Unblock the Notifications