କାଲିଠୁ ସାରା ରାଜ୍ୟରେ ପାଗ ଶୁଖିଲା !

କମିଲା ବର୍ଷା । ବଦଳିଲା ପାଗ । ଆସନ୍ତାକାଲିଠୁ ରାଜ୍ୟରେ କ୍ରମଶଃ ଶୁଖିଲା ପାଗ ରହିବ ବୋଲି ଆକଳନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ଭୁବନେଶ୍ବର: କମିଲା ବର୍ଷା । ବଦଳିଲା ପାଗ । ଆସନ୍ତାକାଲିଠୁ ରାଜ୍ୟରେ କ୍ରମଶଃ ଶୁଖିଲା ପାଗ ରହିବ ବୋଲି ଆକଳନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ମୌସୁମୀ ନିମ୍ନ-ଚାପ ରେଖା ଉତ୍ତର ମୁହାଁ ହେଉଥିବାରୁ ଆଜି (ବୁଧବାର) ରାଜ୍ୟରେ ଅଧିକାଂଶ ସ୍ଥାନରେ ପାଗ ଶୁଖିଲା ଥିବା ଦେଖିବାକୁ ମିଳିଛି ।

odisha weather update

ଆସନ୍ତାକାଲି ମଧ୍ୟ ରାଜ୍ୟରେ ଶୁଖିଲା ପାଗ ଜାରି ରହିବ । ତେବେ ଶୁକ୍ରବାର କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା ସମ୍ଭାବନା ଥିବା କହିଛି ପାଣିପାଗ କେନ୍ଦ୍ର । ବାଲେଶ୍ୱର ଉପର ଦେଇ ପୂର୍ବ-ପୂର୍ବ ଦିଗରେ ଏବଂ ପରେ ଉତ୍ତର-ପୂର୍ବ ଦିଗରେ ବଙ୍ଗୋପସାଗର ଦେଇ ଗତି କରୁଛି ମୌସୁମୀ ଟ୍ରଫ୍‌ ଲାଇନ୍‌ । ଏହା ସମୁଦ୍ର ପତନଠାରୁ ୦.୯ କିଲୋମିଟର ଉଚ୍ଚତାରେ ଲମ୍ବିଛି। ଏହାର ପ୍ରଭାବରେ ଆଭ୍ୟନ୍ତରୀଣ ଓଡିଶାର ଜିଲ୍ଲାଗୁଡ଼ିକରେ ଅଧିକାଂଶ ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା କିମ୍ବା ବଜ୍ରପାତ ହେବାର ସମ୍ଭାବନା ରହିଛି ।

ବରଗଡ, ସୁନ୍ଦରଗଡ଼, ଝାରସୁଗୁଡ଼ା, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ନୂଆପଡ଼ା, ରାୟଗଡ଼ା ଓ ଗଜପତି ପ୍ରଭୃତି ଜିଲ୍ଲାଗୁଡ଼ିକର କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା କିମ୍ବା ବଜ୍ରପାତ ହେବାର ସମ୍ଭାବନା ରହିଛି ବୋଲି କହିଛି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।

ଆସନ୍ତା ୨୮ ଓ ୩୧ରେ ରାଜ୍ୟରେ ବର୍ଷା ପାଇଁ କୌଣସି ସତର୍କ ସୂଚନା ଜାରି କରିନି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ମଙ୍ଗଳବାର ରାଜ୍ୟର କିଛି ସ୍ଥାନରେ ବର୍ଷା ହୋଇଛି । ଢେଙ୍କାନାଳରେ ୪୪.୭ ମିଲିମିଟର, କଟକରେ ୨୦.୨, ଭୁବନେଶ୍ୱରରେ ୧୯, ତାଳଚେରରେ ୧୦, ଅନୁଗୁଳରେ ୧୦.୬, ଦାରିଙ୍ଗିବାଡିରେ ୮ ଓ କେନ୍ଦ୍ରାପଡ଼ାରେ ୮.୩ ମିମି ବର୍ଷା ରେକର୍ଡ ହୋଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+