ଆସନ୍ତାକାଲିଠୁ ରାଜ୍ୟରେ କରୋନା ଟିକାକରଣର ଡ୍ରାଏ ରନ୍: ଡିଏମଇଟି କହିଲେ, ଆମେ ପ୍ରସ୍ତୁତ ଅଛୁ
କରୋନା ଟିକା ଆସିବା ପରେ କେମିତି ଏହା ଲୋକମାନଙ୍କ ପାଖରେ ସିଧାସଳକ ଓ ସୁବିଧା ଉପାୟରେ ପହଁଚି ପାରିବ । ସେନେଇ ହେବ ଏହି ଡ୍ରାଏ ରନ ପ୍ରକ୍ରିୟା ।
ଭୁବନେଶ୍ବର: ଆସନ୍ତାକାଲି ରାଜ୍ୟରେ କୋଭିଡ୍ ଟିକାକରଣର ଡ୍ରାଏ ରନ୍ । କରୋନା ଟିକା ଆସିବା ପରେ କେମିତି ଏହା ଲୋକମାନଙ୍କ ପାଖରେ ସିଧାସଳକ ଓ ସୁବିଧା ଉପାୟରେ ପହଁଚି ପାରିବ । ସେନେଇ ହେବ ଏହି ଡ୍ରାଏ ରନ ପ୍ରକ୍ରିୟା । ଏଥିପାଇଁ ସବୁ ପ୍ରକାର ବନ୍ଦୋବସ୍ତ କରାଯାଇଥିବା DMET ସିବିକେ ମହାନ୍ତି କହିଛନ୍ତି।
ପୂର୍ବରୁ ଆନ୍ଧ୍ରପ୍ରଦେଶ, ପଞ୍ଜାବ, ଗୁଜରାଟ ଏବଂ ଆସାମରେ କୋଭିଡ ଟିକାର ଡ୍ରାଏ ରନ୍ କରାଯାଇଛି। ରାଜ୍ୟରେ କୋଭିଡ୍ ଟିକାକରଣର ଡ୍ରାଏ ରନ୍ କଥା ଶୁଣିବା ପରେ ରାଜ୍ୟବାସୀଙ୍କୁ ଖୁବଶୀଘ୍ର ଟିକା ମିଳିବା ନେଇ ଆଶା ବଢ଼ିଛି।

କେମିତି ମିଳିବ କରୋନା ଟିକା:
କେବଳ ପୂର୍ବ ପଞ୍ଜୀକୃତଙ୍କୁ ହିଁ ଟିକା ମିଳିବ। ସ୍ପଟ୍ ରେଜିଷ୍ଟ୍ରେସନ ହୋଇପାରିବ ନାହିଁ । ପଞ୍ଜୀକରଣ ପାଇଁ ୧୨ ପ୍ରକାର ପରିଚୟପତ୍ର ଦେଖାଇବା ଜରୁରୀ। ଭୋଟର ପରିଚୟପତ୍ର, ଆଧାର, ଡିଏଲ୍ ଆଦି ୧୨ ପ୍ରକାର ପରିଚୟପତ୍ର ଦେଖାଇବାକୁ ପଡିବ। ପ୍ରତି କେନ୍ଦ୍ରରେ ଦୈନିକ ଶହେରୁ ୨ଶହ ଲୋକଙ୍କୁ ଟିକା ଦିଆଯିବ। ଜଣେ ଟିକା ନେଲା ପରେ ୩୦ ମିନିଟ ଅନୁଧ୍ୟାନ କରାଯିବ।
୩ ଲକ୍ଷ ୭୦ ହଜାର ସ୍ୱାସ୍ଥ୍ୟକର୍ମୀଙ୍କୁ କରୋନା ଭାକ୍ସିନ:
ଡିଏମ୍ଇଟି ନିର୍ଦ୍ଦେଶକ ସିବିକେ ମହାନ୍ତି କହିଛନ୍ତି, ଟିକାକରଣ ପାଇଁ ଏଯାଏଁ ୩ଲକ୍ଷ ୭୦ହଜାର ଜଣ ସ୍ୱାସ୍ଥ୍ୟକର୍ମୀ ପଞ୍ଜୀକୃତ ହୋଇଛନ୍ତି । ପ୍ରଥମେ କରୋନା ଯୋଦ୍ଧାଙ୍କୁ ଏହି ଟିକାକରଣ କରାଯିବ । ୧୦ ଦିନ ଧରି ଚାଲିବ ତାଲିମ ପ୍ରକ୍ରିୟା । ଏହାର ୧୦ ଦିନ ପରେ ଆରମ୍ଭ ପ୍ରଥମ ପର୍ଯ୍ୟାୟ ଟିକାକରଣ । ବ୍ରିଟେନ ଭୁତାଣୁ ଅଧିକ ମାରାତ୍ମକ ହୋଇଥିଲେ ମଧ୍ୟ ଜୀବନ ହାନି କାରକ ନୁହେଁ ବୋଲି କହିଛନ୍ତି ଡାକ୍ତର ଜୟନ୍ତ ପଣ୍ଡା ।












Click it and Unblock the Notifications