ମଦ୍ୟପ ଯୁବକର ଉନ୍ମତ୍ତ କାଣ୍ଡ; ଅଟକାଇ ଦେଲା ଟ୍ରେନ୍
ଚଳନ୍ତା ଟ୍ରେନ୍ ଅଟକାଇଲା ମଦ୍ୟପ । ଟ୍ରେନ୍ ଲାଇନରେ ମଦ୍ୟପଙ୍କ ଉନ୍ମତ୍ତକାଣ୍ଡ । ଭୁବନେଶ୍ୱର ରାଜମହଲ ଛକ ନିକଟରେ ଥିବା ରେଳଧାରଣାରେ ଏପରି ଅଭାବନୀୟ ଘଟଣା ଘଟିଛି।
ଖବର ଅନୁଯାୟୀ, ଭୁବନେଶ୍ୱର ଫାଳିକିଆ ବସ୍ତିର ଜଣେ ଯୁବକ ଏପରି କାଣ୍ଡ ଭିଆଇଛନ୍ତି । ଯୁବକ ଜଣଙ୍କ ମଦ ପିଇ ହଠାତ୍ ଟ୍ରେନ୍ ଆଗକୁ ଚାଲିଆସିଥିଲେ । ଟ୍ରେନ୍ ଲାଇନ୍ରେ ଶୋଇପଡିଥିଲେ । ଯାହାଫଳରେ କିଛି ସମୟ ପାଇଁ ଟ୍ରେନ୍ ମଧ୍ୟ ଅଟକି ଯାଇଥିଲା । ସେପଟେ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଲେ RPF ଓ GRP । ଦୁଇ ପୋଲିସ ଟିମ୍ ଦୀର୍ଘ ସମୟର ପରିଶ୍ରମ କରି ମଦ୍ୟପ ଯୁବକଙ୍କୁ କାବି କରିଥିଲେ । ତେବେ ଏହି ଘଟଣାକୁ ନେଇ ରେଳ ସୁରକ୍ଷାରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।













Click it and Unblock the Notifications