କଟକ ଓ ବଲାଙ୍ଗୀର ପରେ ଏବେ ବୌଦ୍ଧ : ଦୋକାନରେ ବିକ୍ରି ହେଉଥିଲା ନକଲି ମେଡିସିନ୍
କଟକ ଓ ବଲାଙ୍ଗୀର ପରେ ଏବେ ନକଲି ମେଡିସିନ ଠାବ ହୋଇଛି ବୌଦ୍ଧ ଜିଲ୍ଲାରେ । ଦୁଇଟି ମେଡିସିଲ୍ ଷ୍ଟୋରରେ ଚଢାଉ କରି ଜବତ ହୋଇଛି ଦାମୀ ନକଲି ଓୌଷଧ
ବୌଦ୍ଧ : ଆକ୍ସନ ମୁଡରେ ଡ୍ରଗ୍ସ କଣ୍ଟ୍ରୋଲ । ରାଜ୍ୟରେ ମେଡିସିନ୍ ଦୋକାନ ଗୁଡିକରେ ନକଲି ଓୌଷଧ ବିକ୍ରି ନେଇ ଆରମ୍ଭ କରିଛି ଚଢାଉ । କଟକ ଓ ବଲାଙ୍ଗୀର ପରେ ଏବେ ନକଲି ମେଡିସିନ ଠାବ ହୋଇଛି ବୌଦ୍ଧ ଜିଲ୍ଲାରେ । ଦୁଇଟି ମେଡିସିଲ୍ ଷ୍ଟୋରରେ ଚଢାଉ କରି ଜବତ ହୋଇଛି ଦାମୀ ନକଲି ଓୌଷଧ । ବୌଦ୍ଧ ଜିଲ୍ଲା ଡ୍ରଗ୍ସ ବିଭାଗ ପକ୍ଷରୁ ଏହି ଚଢାଉ କରାଯାଇଛି । ବାଉସୁଣି ମା କ୍ଷେତ୍ରପାଳିନୀ ମେଡିସିନ୍ ଷ୍ଟୋର ଓ ପଲସାଗୋରାର ମେହେର୍ ମେଡିସିନ୍ ଷ୍ଟୋରରେ ଚଢାଉ କରିଛି ଡ୍ରଗ୍ସ ବିଭାଗ ।

ଏହି ଚଢାଉରେ 22 ପ୍ୟାକେଟ୍ ସିନଜି- 500 ଓ ମେଡିଥ୍ରାଲ୍ -500 ର 22 ପ୍ୟାକେଟ୍ ନକଲି ଓୌଷଧ ଜବତ ହୋଇଛି । ଡ୍ରଗ୍ସ ଆଣ୍ଡ୍ କସମେଟିକ୍ ଆକ୍ଟ ଅନୁସାରେ ଏହି ଦୁଇଟି ମେଡିସିନ୍ ଷ୍ଟୋରର ମାଲିକ ବିରମିତ୍ର ଦେହୁରୀ ଓ ସୁରେଶ ମେହେରଙ୍କ ନାମରେ ମାମଲା ରୁଜୁ ହୋଇଛି । କେଉଁଠାରୁ ଏହି ନକଲି ମେଡିସିନ୍ ସେମାନେ ଆଣୁଥିଲେ ଏବଂ ଏହି ମେଡିସିନ୍ ଆଉ କାହାକୁ ସପ୍ଲାଏ ହୋଇଛି ସେନେଇ ଦୁଇ ଜଣଙ୍କୁ ପଚରାଉଚରା ଜାରି ରହିଛି ।












Click it and Unblock the Notifications