୩ ଶାଳକଙ୍କୁ ହତ୍ୟା କଲା ନିଶାସକ୍ତ ଭିଣୋଇ

ଆଜିକା ଦିନରେ ନିଶା ଯୋଗୁଁ ସମାଜରେ ଅନେକ ଭୟଙ୍କର ଘଟଣା ଘଟିଯାଉଛି। ମଣିଷ ନିଜର ହିତାହିତ ଜ୍ଞାନ ହରାଇ ବର୍ବର କାଣ୍ଡ ଘଟାଉଛି । ଏଭଳି କିଛି ଘଟଣା ଘଟିଛି ମାଲକାନଗିରିରେ ।

3 boys

ଭିଣୋଇର ବର୍ବରକାଣ୍ଡ । ନିଶାସକ୍ତ ଅବସ୍ଥାରେ ୩ ଶଳାଙ୍କୁ ହତ୍ୟା କରିଛି ସୈତାନ ଭିଣୋଇ। ମୃତକ ହେଲେ ମାଲକାନଗିରି ଚିତ୍ରକୋଣ୍ଡା ଥାନା କୁପାଗୁଡ଼ା ଗାଁର ରାଜୁ ଖେମୁଡୂ, କୁଞ୍ଜ ଖେମୁଡୁ ଏବଂ କ୍ରିଷ୍ଣା ଖେମୁଡୁ । ରବିବାର ନିଜ ଭଉଣୀ ଘରକୁ ଶବ ଦାହ କାର୍ଯ୍ୟରେ ଯୋଗଦେବା ପାଇଁ ଆନ୍ଧ୍ରପ୍ରଦେଶ ସିଲେରୁ ଯାଇଥିଲେ ୩ ଭାଇ । ସେଠାରେ ଭିଣୋଇ ଓ ଶଳାମାନଙ୍କ ମଧ୍ୟରେ କୌଣସି କଥାକୁ ନେଇ ଯୁକ୍ତି ତର୍କ ହୋଇଥିଲା । ତେବେ ରାତିରେ ସମସ୍ତେ ଶୋଇଥିବାବେଳେ ୩ ଶଳାଙ୍କୁ ଆକ୍ରମଣ କରିଥିଲା ଅଭିଯୁକ୍ତ । କ୍ରୀଷ୍ଣା ଏବଂ କୁଞ୍ଜଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଥିବା ବେଳେ ଖେମୁଡୁକୁ ଗୁରୁତର ଅବସ୍ଥାରେ ବିଶାଖାପାଟଣାର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମଧ୍ୟ ମୃତ୍ୟୁ ହୋଇଛି । ପୁଲିସ ଘଟଣାର ତଦନ୍ତ କରୁଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+