ହୋଲି ଖେଳି ଗାଧୋଇବା ବେଳେ ବୁଡ଼ିଗଲେ ୬ ଜଣ: ଜଣେ ମୃତ, ୫ ନିଖୋଜ
ହୋଲି ଖେଳି ସାରି ଗାଧୋଇବା ବେଳେ ଅଘଟଣ । ଯାଜପୁର ଟାଉନ ଥାନା ବଡ଼ ସୁଆର ଅଞ୍ଚଳରେ ଖରସ୍ରୋତା ନଦୀରେ ବୁଡ଼ି ଗଲେ ୬ ଜଣ । ଗାଧୋଇବା ବେଳେ ବୁଡ଼ିଯାଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣଙ୍କୁ ଉଦ୍ଧାର କରାଯାଇଥିବା ଜଣାପଡ଼ିଛି ।
ଯାଜପୁର: ହୋଲି ଖେଳି ସାରି ଗାଧୋଇବା ବେଳେ ଅଘଟଣ । ଯାଜପୁର ଟାଉନ ଥାନା ବଡ଼ ସୁଆର ଅଞ୍ଚଳରେ ଖରସ୍ରୋତା ନଦୀରେ ବୁଡ଼ି ଗଲେ ୬ ଜଣ । ଗାଧୋଇବା ବେଳେ ବୁଡ଼ିଯାଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣଙ୍କୁ ଉଦ୍ଧାର କରାଯାଇଥିବା ଜଣାପଡ଼ିଛି ।

ଯାଜପୁର ଜିଲ୍ଲା ସଦର ଥାନା ଅନ୍ତର୍ଗତ ବଡ଼ସୁଆଁର ଗାଁ ନିକଟ ଦେଇ ପ୍ରବାହିତ ହେଉଥିବା ଖରସ୍ରୋତା ନଦୀ ମଙ୍ଗଳାଘାଟରେ ଆଜି ଅପରାହ୍ନରେ ଏହି ଅଘଟଣ ଘଟିଛି। ତେବେ ଜଣଙ୍କର ମୃତଦେହ ଉଦ୍ଧାର ହୋଇଛି। ସମସ୍ତଙ୍କର ବୟସ ୧୫ରୁ ୨୧ ବର୍ଷ ବୟସ ମଧ୍ୟରେ ହେବ।
ଏବେ ବି ୩ ଜଣ ନିଖୋଜ ଅଛନ୍ତି । ସ୍ଥାନୀୟ ଲୋକଙ୍କ ସହାୟତାରେ ଅଗ୍ନଶିମ କର୍ମଚାରୀ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ଉଦ୍ଧାର କରାଯାଇଥିବା ୨ ଜଣଙ୍କୁ ଚିକିତ୍ସା ପାଇଁ ମେଡିକାଲକୁ ନିଆଯାଇଛି ।












Click it and Unblock the Notifications