Droupadi Murmu: ୨୩ରୁ ରାଷ୍ଟ୍ରପତିଙ୍କ ୩ ଦିନିଆ ଓଡ଼ିଶା ଗସ୍ତ, ସୁରକ୍ଷା ଦାୟିତ୍ୱରେ ୧୧୦ ପ୍ଲାଟୁନ ଫୋର୍ସ

ଆସନ୍ତା ୨୩ ତାରିଖରୁ ୩ଦିନିଆ ଓଡ଼ିଶା ଗସ୍ତରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସୁଛନ୍ତି । ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ଓଡ଼ିଶା ପୁଲିସ ପକ୍ଷରୁ ପ୍ରସ୍ତୁତି ଜୋରଦାର କରିବା ସହ ସୁରକ୍ଷାକୁ ସୁନିଶ୍ଚିତ କରାଯିବ ।

ଗତକାଲି ପୁଲିସ ମହାନିର୍ଦ୍ଦେଶକ ୱାଇବି ଖୁରାନିଆଙ୍କ ଅଧ୍ୟକ୍ଷତାରେ ବୈଠକରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି ।

ବ୍ଲୁ ବୁକ ଅନୁସାରେ ରାଷ୍ଟ୍ରପତିଙ୍କ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ । ୩ଟି ଜିଲ୍ଲାରେ ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମ ଥିବାରୁ ସୁରକ୍ଷା ଦାୟିତ୍ୱରେ ୧୧୦ ପ୍ଲାଟୁନ ପୁଲିସ ଫୋର୍ସ ନିୟୋଜିତ କରାଯିବ ।

Droupadi Murmu

ଏଥିସହ ୫୦୦ ବରିଷ୍ଠ ପୁଲିସ ଅଧିକାରୀ, ଓଡ୍ରାଫ ଟିମ୍‌, ସ୍ପେଶାଲ ଟ୍ରାକ୍ଟିକାଲ ୟୁନିଟ୍‌ ମଧ୍ୟ ମୁତୟନ କରାଯିବ। ସୁରକ୍ଷା ବ୍ୟବସ୍ଥାର ତଦାରଖ କରିବାକୁ ୩ ଜଣ ଏଡିଜି ପାହ୍ୟାର ଅଧିକାରୀଙ୍କୁ ନିୟୋଜିତ କରାଯିବ। ଅନୁରୂପ ଭାବେ ରାଷ୍ଟ୍ରପତିଙ୍କ ଗସ୍ତ ପୂର୍ବରୁ ଭୁବନେଶ୍ୱରରେ ସୁରକ୍ଷା ବ୍ୟବସ୍ଥାକୁ ପୁଲିସ ବ୍ୟାପକ କରିଛି ।

ରାଜଧାନୀରେ ୪୦ ପ୍ଲାଟୁନ ପୁଲିସ ଫୋର୍ସ ସହ କାର୍ଯ୍ୟସୂଚୀର ପ୍ରତିସ୍ଥାନରେ ବରିଷ୍ଠ ଅଧିକାରୀଙ୍କୁ ନିୟୋଜିତ କରାଯିବ । ଏହି ସମୀକ୍ଷା ବୈଠକରେ ଆଇନଶୃଙ୍ଖଳା ଏଡିଜି ସଞ୍ଜୟ କୁମାର, କୋଷ୍ଟଗାର୍ଡ ଏଡିଜି ଅରୁଣ ବୋଥ୍ରା, ଏଡିଜି ଆଧୁନୀକରଣ ସୌମେନ୍ଦ୍ର ପ୍ରିୟଦର୍ଶୀ, ପୁଲିସ କମିସନର ଦେବଦତ୍ତ ସିଂ, ଅତିରିକ୍ତ ପୁଲିସ କମିସନର ଉମାଶଙ୍କର ଦାଶ, ଡିସିପି ପିନାକ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।

ସୂଚନାଯୋଗ୍ୟ ଯେ, ଗତ ୨୩ ତାରିଖରେ ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଓ ବାଙ୍ଗିରିପୋଷିରେ ରାଷ୍ଟ୍ରପତିଙ୍କ ଏକାଧିକ କାର୍ଯ୍ୟକ୍ରମ ରହିଛି। ପରଦିନ ପୁରୀକୁ ଯାଇ ମହାପ୍ରଭୁ ଜଗନ୍ନାଥ ଦର୍ଶନ କରିବେ ମହାମହିମ। ୨୫ ତାରିଖରେ ଭୁବନେଶ୍ୱର ୩ଟି କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଯୋଗଦେବାର କାର୍ଯ୍ୟସୂଚୀରେ ରହିଛି ।

ବାଙ୍ଗିରିପୋଷିରେ ତିନୋଟି ନୂତନ ରେଳପଥ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ

ବାଙ୍ଗିରିପୋଷିରେ ତିନୋଟି ନୂତନ ରେଳପଥ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିବେ ରାଷ୍ଟ୍ରପତି । ସେଗୁଡ଼ିକ ହେଲା ବାଦାମପାହାଡ଼-କେନ୍ଦୁଝର ରେଳ‌ ସଂଯୋଗୀକରଣ, ଗୋରୁମହିଷାଣୀ- ବାଙ୍ଗିରିପୋଷି ରେଳ ସଂଯୋଗୀକରଣ ଏବଂ ବୁଡାମୋରା-ଝାଡ଼ଖଣ୍ଡ ଚାକୁଳିଆ ରେଳ ସଂଯୋଗୀକରଣ । ତେବେ ଝାଡ଼ଖଣ୍ଡରେ ବିଧାନସଭା ନିର୍ବାଚନ ଘୋଷଣା ସରିଥିବା ବେଳେ, ବୁଡାମୋରା-ଝାଡ଼ଖଣ୍ଡ ଚାକୁଳିଆ ରେଳ ସଂଯୋଗୀକରଣ ପ୍ରକଳ୍ପ ଭିତ୍ତିପ୍ରସ୍ତର କାର୍ଯ୍ୟକ୍ରମକୁ ବାତିଲ କରାଯାଇପାରେ । ସେପଟେ ରେଳ ବିଭାଗ ସହ ଜିଲ୍ଲା ପ୍ରଶାସନ ତତ୍ପର ହୋଇଉଠିଛି । ଗତ କିଛିଦିନ ପୂର୍ବରୁ ଦକ୍ଷିଣ-ପୂର୍ବ ରେଳବାଇ ଜିଏମ ଅନିଲ କୁମାର ମିଶ୍ର ବାଙ୍ଗିରିପୋଷି ଗସ୍ତ କରିଥିଲା ବେଳେ ପୁଣି ଗତକାଲି (ବୁଧବାର) ଏକ ସ୍ଵତନ୍ତ୍ର ଟ୍ରେନ ଯୋଗେ ବାଙ୍ଗିରିପୋଷି ଗସ୍ତରେ ଆସି ବ୍ୟବସ୍ଥାର ତଦାରଖ କରିଥିଲେ ।

ସୁରକ୍ଷା ସ୍ଥିତି ସମୀକ୍ଷା କଲେ ଏଡିଜି ଗଙ୍ଗଓ୍ବାର

ଏଡିଜି ଦୟାଲ ଗଙ୍ଗୱାର ମଧ୍ୟ ବାଙ୍ଗିରିପୋଷିରେ ପହଞ୍ଚି ପ୍ରସ୍ତୁତି ଓ ସୁରକ୍ଷା ତଦାରଖ କରିଛନ୍ତି । ନିର୍ମାଣାଧୀନ ହେଲିପ୍ୟାଡ ନିରୀକ୍ଷଣ କରିବା ସହ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ମୟୂରଭଞ୍ଜ ଜିଲ୍ଲାପାଳ ହେମକାନ୍ତ ସାଏ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବରୁଣ ଗୁଣ୍ଟୁପାଲିଙ୍କ ସହ ଆଲୋଚନା କରିଥିଲେ । ସେହିପରି ଷ୍ଟେସନ ନିକଟସ୍ଥ ମିନି-ଷ୍ଟାଡିୟମଠାରେ ହେବାକୁ ଥିବା କାର୍ଯ୍ୟକ୍ରମର ଆୟୋଜନ ସ୍ଥାନ, ପାର୍କିଂ ବ୍ୟବସ୍ଥା, ଯାନବାହାନ ଓ ଭିଡ ନିୟନ୍ତ୍ରଣ କିପରି ସୁରୁଖୁରୁରେ ହୋଇ ପାରିବ ସହ ଶାନ୍ତି ଶୃଙ୍ଖଳା ଓ ଅତିଥୀମାନଙ୍କର ସୁରକ୍ଷା ସମ୍ପର୍କରେ ଜିଲ୍ଲାପାଳ, ଏସପି ଏବଂ ରେଳ ବିଭାଗର 'ଏଡିଆରଏମ'ଙ୍କ ସହ ବିସ୍ତୃତ ଆଲୋଚନା କରିଥିଲେ ।

କାର୍ଯ୍ୟକ୍ରମରେ ସାମିଲ ହେବେ ରାଜ୍ୟପାଳ-ମୁଖ୍ୟମନ୍ତ୍ରୀ
ରାଷ୍ଟ୍ରପତିଙ୍କ ପରିଦର୍ଶନ ସମୟରେ ବାଙ୍ଗିରିପୋଷି ବିଧାୟିକା ସଞ୍ଜଳି ମୁର୍ମୁ, ସାରସକଣା ବିଧାୟକ ଭାଦବ ହାଁସଦା ମଧ୍ୟ ଉପସ୍ଥିତ ରହିଥିଲେ । ପ୍ରକାଶଯୋଗ୍ୟ, ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମ ବେଳେ ରାଜ୍ୟପାଳ ରଘୁବର ଦାସ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ରମନ୍ତ୍ରୀ, ରାଜ୍ୟ କ୍ୟାବିନେଟ ମନ୍ତ୍ରୀ ମାନଙ୍କ ସହ ମୟୂରଭଞ୍ଜ ଜିଲ୍ଲାର ଲୋକସଭା ଓ ରାଜ୍ୟସଭା ଦୁଇ ସାଂସଦ, କେନ୍ଦୁଝର ଓ ବାଲେଶ୍ଵର ଜିଲ୍ଳାର ଲୋକସଭା ସାଂସଦ, ଜିଲ୍ଲାର ସମସ୍ତ ବିଧାୟକ ଓ ବିଧାୟିକାମାନଙ୍କ ସହ ବହୁ ବରିଷ୍ଠ ଅଧିକାରୀ, ନେତା ତଥା ରେଳ ବିଭାଗର ବହୁ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହିବାର କାର୍ଯ୍ୟକ୍ରମ ରହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+