ଗଣଶିକ୍ଷା ସଚିବଙ୍କ ଆକ୍ସନ ପ୍ଲାନ: ଡ୍ରପଆଉଟ ପିଲା ଫେରିବେ ସ୍କୁଲ !
ସ୍କୁଲ ଆସୁନାହାଁନ୍ତି ପିଲା। ଶହେ ପ୍ରତିଶତ ପିଲାଙ୍କୁ ନେଇ ହେଇଥିବା ସ୍କୁଲକୁ ପାଠ ପଢ଼ିବାକୁ ଆସୁଛନ୍ତି ସତୁରୀ ପ୍ରତିଶତ। ବାକି ୩୦ ପ୍ରତିଶତ ଛାତ୍ର ଛାତ୍ରୀ ସ୍କୁଲ ଆସୁନାହାଁନ୍ତି। ତେବେ ଏନେଇ ଗଣଶିକ୍ଷା ସଚିବ ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ।
ଭୁବନେଶ୍ବର: ଗରିବ ପିଲାମାନଙ୍କ ପାଠ ପଢା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଅନେକ ସୁବିଧା ସୁଯୋଗ ପ୍ରଦାନ କରାଯାଇଛି। ମାଗଣାରେ ପାଠ୍ୟ ପୁସ୍ତକ ଏବଂ ପାଠ୍ୟ ଉପକରଣ ସହିତ ଯୋଗ୍ୟ ହିତାଧିକାରୀମାନଙ୍କୁ ମଧ୍ୟାହ୍ନ ଭୋଜନରେ ସୁବିଧା ମଧ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ଉପକୃତ ହେଉଛନ୍ତି ଗରିବ ଛାତ୍ରଛାତ୍ରୀ। ତେବେ କରୋନା ମହାମାରୀ ପରେ ଦୁଇ ବର୍ଷ ପରେ ସ୍କୁଲ ଖୋଲାଯାଇଥିବା ବେଳେ କେତେକ ଜିଲ୍ଲାରେ ଉପସ୍ଥାନ କମ ରହୁଥିବା ଦ୍ରୁଷ୍ଟି ଗୋଚର ହୋଇଥିବା ପରିପ୍ରେକ୍ଷୀରେ ଗଣଶିକ୍ଷା ସଚିବ ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ।

ବର୍ତ୍ତମାନ ଅନେକ ବିଦ୍ୟାଳୟରେ ପୁରୁଣା ପାଠ୍ୟକ୍ରମ ପଠାଯିବା ସହ 2 ବର୍ଷ ହେବ ଡ୍ରପ ଆଉଟ ପିଲାଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ତେଣୁ ଗଣଶିକ୍ଷା ବିଭାଗ ପ୍ରମୁଖ ସଚିବ ବିଷ୍ଯୁପଦ ସେଠୀ କରିଛନ୍ତି ଆକ୍ସନ ପ୍ଲାନ । ବିଦ୍ୟାଳୟର ଶିକ୍ଷକ ମାନେ କେଉଁ କାରଣରୁ ଛାତ୍ରଛାତ୍ରୀ ପାଠ ପଢିବା ପାଇଁ ଆସୁ ନାହାଁନ୍ତି ସେ ନେଇ ସର୍ଭେ କରିବା ନିମନ୍ତେ ପଠାଯିବ । ସ୍କୁଲ ନଆସିବାର ପ୍ରକୃତ କାରଣ ବୁଝିବା ସହ ପିଲାଙ୍କୁ ପାଠ ପଢିବା ନେଇ ପ୍ରେରିତ କରିବା ଦାୟୀତ୍ବ ବହନ କରିବେ ।
ଅତ୍ୟଧିକ ଖରା ଯୋଗୁଁ ଶିକ୍ଷାନୁଷ୍ଠାନ ସକାଳ 6ଟାରୁ ଦିନ 9ଟା ପର୍ଯ୍ୟନ୍ତ ଚାଲୁଛି । ଚଳିତ ବର୍ଷ ଖରା ଛୁଟିର ବ୍ୟବଧାନ ମଧ୍ୟ କମ କରାଇ ଦିଆଯାଇଛି । ଏହାଦ୍ବାରା ଛାତ୍ରଛାତ୍ରୀ ପୁରୁଣା ପାଠ ଶେଷ କରି ନୂଆର ଆରମ୍ଭ କରିପାରିବେ । ପ୍ରଥମରୁ ପଞ୍ଚମ ଶ୍ରେଣୀ ମଧ୍ୟରେ ମାଲକାନଗିରି,ବୌଦ୍ଧ, ସମ୍ବଲପୁର, ଗଜପତି ଓ ନୂଆପଡା ଆଦି ଜିଲ୍ଲାରେ ପିଲାଙ୍କ ଉପସ୍ଥାନ ହାରାହାରି ଠାରୁ କମ ରହୁଥିବା ଦେଖାଯାଇଛି । ଅନ୍ୟପଟେ ଗଜପତି, ବରଗଡ, ସୋନପୁର, କନ୍ଧମାଳ ଆଦି ସ୍ଥାନରେ ଯୁକ୍ତ 2 ପିଲାଙ୍କ ଉପସ୍ଥାନ ମଧ୍ୟ ହାରାହାରି ଠାରୁ କମ ରହୁଛି । ତେଣୁ ଏନେଇ ଯତ୍ନଶୀଳ ହେବାକୁ ପରାମର୍ଶ ଦେଇଛନ୍ତି ଗଣଶିକ୍ଷା ସଚିବ ।












Click it and Unblock the Notifications