Dropout rate after matric: ମାଟ୍ରିକ୍‌ ପରେ ଡ୍ରପ୍‌ ଆଉଟ୍‌ ଚିନ୍ତାଜନକ: ପଢ଼ା ଛାଡ଼ି‌ଦେଲେ ୪୩ ହଜାର

ଦଶମ ପାସ୍‌ କଲେ। ଆଖିରେ ଆଖିଏ ସ୍ବପ୍ନ ହେଉ କି ବାଧ୍ୟବାଧକତାରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ(ଯୁକ୍ତ୨ କଲେଜ)ରେ ନାମ ଲେଖାଇଲେ। କିଛି ଦିନ ନିୟମିତ ବିଦ୍ୟାଳୟ ଆସି ପାଠ ପଢ଼ିଲେ। ହଠାତ୍‌ ଅଧାରୁ ପାଠ ଛାଡ଼ିଦେଲେ। ବିଦ୍ୟାଳୟ ଆସିଲେନି କି ଶ୍ରେଣୀ ପରୀକ୍ଷାରେ ଅଂଶଗ୍ରହଣ କଲେ ନାହିଁ। ଏବେ ଯୁକ୍ତ୨ ପରୀକ୍ଷା ଥିବା ବେଳେ ସେମାନଙ୍କର କୌଣସି ଖୋଜ୍‌ଖବର ନାହିଁ। ଏକାଥରେ ୪୩ ହଜାର ୫୧ଜଣ ବିଦ୍ୟାର୍ଥୀଙ୍କ ଦେଖାମିଳୁନି। ଫର୍ମ ପୂରଣ ଦୂରର କଥା, ସ୍କୁଲ କର୍ତ୍ତୃପକ୍ଷ ଫୋନ୍‌ କଲେ ମଧ୍ୟ ପିଲା କିମ୍ବା ସେମାନଙ୍କ ଅଭିଭାବକଙ୍କଠାରୁ ଉତ୍ତର ମିଳୁନି। ସାରା ଓଡ଼ିଶାରୁ ଏବେ ଏଭଳି ତଥ୍ୟ ସାମନାକୁ ଆସିଛି।

୨୦୨୪-୨୫ ଶିକ୍ଷାବର୍ଷ ପାଇଁ ସାମ୍‌ସ ମାଧ୍ୟମରେ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ବିଭାଗରେ ୪ଲକ୍ଷ ୧୬ହଜାର ୯୬୧ଜଣ ନାମ ଲେଖାଇଥିଲେ। ନିୟମିତ ବିଦ୍ୟାର୍ଥୀ ଭାବେ ସେମାନେ ୨୦୨୬ରେ ଯୁକ୍ତ୨ ପରୀକ୍ଷା ଦେବା କଥା। ହେଲେ ଏବେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଯୁକ୍ତ୨ ପରୀକ୍ଷା ପାଇଁ ଫର୍ମ ପୂରଣ ଶେଷ ହେବା ପରେ ଯେଉଁ ତଥ୍ୟ ଆସିଛି ତାହା ଆଶ୍ଚର୍ଯ୍ୟ କରିବା ଭଳି। ପରିଷଦର ତଥ୍ୟ ଅନୁଯାୟୀ ଏବେ ସୁଦ୍ଧା ୨୦୨୬ରେ ପରୀକ୍ଷା ଦେବାକୁ ୩ଲକ୍ଷ ୭୩ ହଜାର ୯୧୦ଜଣ ନିୟମିତ(ରେଗୁଲାର) ବିଦ୍ୟାର୍ଥୀ ଫର୍ମ ପୂରଣ କରିଛନ୍ତି।

Dropout rate after matric is worrying

ଉଭୟ ନାମଲେଖା ଓ ପରୀକ୍ଷା ପାଇଁ ଫର୍ମପୂରଣ ତଥ୍ୟକୁ ଅନୁଧ୍ୟାନ କଲେ ୪୩ ହଜାର ୫୧ଜଣ ବିଦ୍ୟାର୍ଥୀଙ୍କ ସମ୍ପର୍କରେ କୌଣସି ଖବର ନାହିଁ। ‌କଳା ବିଭାଗରେ ସର୍ବାଧିକ ୩୪ହଜାର ୬୨୫ଜଣ, ବିଜ୍ଞାନରେ ୪ହଜାର ୨୩୧, ବାଣିଜ୍ୟରେ ୩ହଜାର ୧୯୯, ଧନ୍ଦାମୂଳକ ବିଭାଗରେ ୯୯୬ଜଣଙ୍କ ବିଷୟରେ ଖବର ନାହିଁ। ଏତେ ସଂଖ୍ୟକ ପିଲା କୁଆଡ଼େ ଗଲେ? ନାମ ଲେଖାଇଥିଲେ ମଧ୍ୟ ଫର୍ମ ପୂରଣ କଲେନି କାହିଁକି? ଶିକ୍ଷାବିତ୍‌ ଶଙ୍କର୍ଷଣ ମହାନ୍ତି କହିଛନ୍ତି ଯେ ପିଲାମାନେ ଅଧାରୁ ପାଠପଢ଼ା ଛାଡ଼ିଛନ୍ତି।

ଆର୍ଥିକ ସମସ୍ୟା, ମାଟ୍ରିକ୍‌ ପାସ୍‌ ପରେ ରାଜ୍ୟ ବାହାରକୁ ଦାଦନ ଖଟିବାକୁ ଯିବା, ଝିଅମାନଙ୍କ ବାହାଘର ସମସ୍ୟା ଉପୁଜିଥିବ। ଘରଠାରୁ ବହୁ ଦୂରରେ କଲେଜ ହୋଇଥିବାରୁ କିଛି ବିଦ୍ୟାର୍ଥୀ ପାଠପଢ଼ା ଛାଡ଼ିଥାଇ ପାରନ୍ତି। ଏସବୁର ତଦନ୍ତ ହେବା ଆବଶ୍ୟକ। ପରିଷଦର ପରୀକ୍ଷା ନିୟନ୍ତ୍ରକ ପ୍ରଶାନ୍ତ କୁମାର ପରିଡ଼ାଙ୍କ କହିବା କଥା ହେଲା, ଆମ ପାଖରେ ପଞ୍ଜୀକରଣ କରିଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ ପ୍ରାୟ ୧୦ ହଜାର ପିଲା ଫର୍ମ ପୂରଣ କରିନାହାନ୍ତି। ଆଉ ଏକ ସୁଯୋଗ ଦିଆଯିବ। ନାମଲେଖା ସମୟରେ ଯେଉଁ ତଥ୍ୟ ଥିଲା ପରିଷଦରେ ପଞ୍ଜୀକରଣ କରିବା ବେଳେ ସେଥିରେ ଫରକ ହୋଇଥାଇପାରେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+