ଡ୍ରୋନ୍‌ ପ୍ରୟୋଗ ଦ୍ୱାରା କୃଷି କ୍ଷେତ୍ରରେ ଆସୁଛି ଯୁଗାନ୍ତକାରୀ ପରିବର୍ତ୍ତନ

ଆଧୁନିକ ଜ୍ଞାନକୌଶଳ ପ୍ରୟୋଗ କରି କୃଷି କ୍ଷେତ୍ରର ବିକାଶ ଏବଂ କୃଷକଙ୍କ ସଶକ୍ତିକରଣ ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଡ୍ରୋନ୍‌ ପ୍ରଯୁକ୍ତିର ବହୁଳ ବ୍ୟବହାର ଉପରେ ଗୁରୁତ୍ୱାରୋପ କରି ଆସୁଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଜାତୀୟ ଡ୍ରୋନ୍‌ ମିଶନର ଶୁଭାରମ୍ଭ କରାଯିବା ସହିତ କୃଷି କ୍ଷେତ୍ରରେ ଡ୍ରୋନର ବହୁଳ ବ୍ୟବହାର ପାଇଁ ସରକାର ସବସିଡି ମଧ୍ୟ ଯୋଗାଇ ଦେଉଛନ୍ତି । ଡ୍ରୋନ୍‌ ଜରିଆରେ ଚାଷ ଜମିରେ କୀଟନାଶକ ସିଞ୍ଚନ କରିବା ଏବେ ସହଜ ହୋଇଥିବାରୁ ଚାଷୀଙ୍କ ପରିଶ୍ରମ କମିଛି ଏବଂ ସେମାନଙ୍କୁ ଅଧିକ ଲାଭ ମିଳିପାରୁଛି। ଏହି ଆଧୁନିକ ଜ୍ଞାନକୌଶଳ କୃଷି କ୍ଷେତ୍ରରେ ଯୁଗାନ୍ତକାରୀ ପରିବର୍ତ୍ତନ ଆଣିଛି ।

ଏହି କ୍ରମରେ ସମ୍ପ୍ରତି ଜାରି ରହିଥିବା ବିକଶିତ ଭାରତ ସଂକଳ୍ପ ଯାତ୍ରା ଅନ୍ତର୍ଗତ କୃଷି କ୍ଷେତ୍ରରେ ଡ୍ରୋନର ବ୍ୟବହାର କିଭଳି କରାଯାଇପାରିବ ସେ ସମ୍ପର୍କରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ସଚେତନତା ପ୍ରଦର୍ଶନୀମାନ ଆୟୋଜନ କରାଯାଇଛି । ରାଜ୍ୟର ୭ଟି ଆଦିବାସୀ ବହୁଳ ଜିଲ୍ଲାରେ ମୋଟ୍‌ ୬୦ ରୁ ଊର୍ଦ୍ଧ୍ବ ଡ୍ରୋନ୍‌ ବ୍ୟବହାର ପ୍ରଦର୍ଶନୀ ଆୟୋଜନ କରାଯାଇଛି । ଏଥିରେ ହଜାର ହଜାର ଚାଷୀ ଭାଗ ନେଇ ଡ୍ରୋନ୍‌ ବ୍ୟବହାର କୌଶଳ ଶିଖିଛନ୍ତି । ମୟୂରଭଞ୍ଜ ଜିଲ୍ଲାର ବାରିପଦା ସମେତ କଳାହାଣ୍ଡି, କନ୍ଧମାଳ, କେନ୍ଦୁଝର, କୋରାପୁଟ, ମାଲକାନଗିରି, ମୟୂରଭଞ୍ଜ, ସୁନ୍ଦରଗଡ଼ ଜିଲ୍ଲାରେ ଚାଷ ଜମିରେ ଡ୍ରୋନ୍‌ ପ୍ରୟୋଗ କରି କୀଟନାଶକ ସିଞ୍ଚନ ପ୍ରଦର୍ଶନ କରାଯାଇଥିଲା।

drone

ଫର୍ଟିଲାଇଜର୍ସ ଏଣ୍ଡ କେମିକାଲ୍ସ ଟ୍ରାଭାଙ୍କୋର୍‌ ଲିମିଟେଡ୍‌ (ଏଫଏସିଟି) ପକ୍ଷରୁ ଡ୍ରୋନ୍‌ ପ୍ରଦର୍ଶନୀ ଆୟୋଜନ କରାଯାଇଥିଲା। ବିଶେଷଜ୍ଞମାନେ ଡ୍ରୋନରେ କୀଟନାଶକ ସିଞ୍ଚନ ଉପକରଣ ଲଗାଇ ଚାଷୀଙ୍କୁ ଫସଲରେ କୀଟନାଶକ ପ୍ରୟୋଗ ଶିଖାଇ ଦେଇଥିଲେ। ଚାଷୀମାନେ ଏସବୁ ଡ୍ରୋନ୍‌ କିଣିବାକୁ ଚାହିଁଲେ କେନ୍ଦ୍ର ସରକାର ସବସିଡି ବ୍ୟବସ୍ଥା ମଧ୍ୟ କରିଛନ୍ତି। ଡ୍ରୋନ୍‌ ବ୍ୟବହାର ପାଇଁ ଚାଷୀଙ୍କୁ ପ୍ରଶିକ୍ଷଣ ବ୍ୟବସ୍ଥା ମଧ୍ୟ ରହିଛି ବୋଲି ଏହି ଅବସରରେ ସୂଚନା ଦିଆଯାଇଥିଲା।

ସୂଚନାଯୋଗ୍ୟ ହାତରେ କୀଟନାଶକ ସିଞ୍ଚନ କରିବା ଦ୍ୱାରା ଚାଷୀଙ୍କ ଶରୀର ଉପରେ କୁପ୍ରଭାବ ପଡ଼ିବାର ଆଶଙ୍କା ରହିଛି । କିନ୍ତୁ ଡ୍ରୋନ୍‌ ବ୍ୟବହାର ଦ୍ୱାରା ଚାଷୀମାନେ ଚାଷ ଜମି ଭିତରକୁ ପ୍ରବେଶ ନକରି ସାର ଓ କୀଟନାଶକ ପ୍ରୟୋଗ କରିପାରିବେ ଓ ଏହାଦ୍ୱାରା ସେମାନଙ୍କ ଶରୀର ଉପରେ କୌଣସି ପ୍ରତିକୂଳ ପ୍ରଭାବ ମଧ୍ୟ ପଡ଼ିବ ନାହିଁ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+