ପୁଣି ଭାଇରାଲ୍ ହେଲା ଶ୍ରୀମନ୍ଦିରର ଡ୍ରୋନ୍‌ ଭିଡିଓ , ଶ୍ରୀମନ୍ଦିର ସୁରକ୍ଷା ଉପରେ ଉଠିଲା ପ୍ରଶ୍ନବାଚୀ

ପୁଣି ପୁରୀ ଶ୍ରୀମନ୍ଦିର ଡ୍ରୋନ୍ ଭିଡିଓ ଭାଇରାଲ୍ । ଭାଇରାଲ ହୋଇଥିବା ଡ୍ରୋନ ଉତ୍ତୋଳିତ ଭିଡିଓରେ ଜଣେ ଚୁନରା ସେବକ ନମସ୍କାର କରୁଥିବା ଦେଖାଯାଉଛି । ଶ୍ରୀମନ୍ଦିର ଚୂଡ଼ାରେ ପତାକା ପରିବର୍ତ୍ତନ ସମୟରେ ନମସ୍କାର କରୁଥିବା ଭିଡିଓରେ ରହିଛି । ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି ଭିଡିଓ । ମେ' ୩୦ ତାରିଖରେ ଫେସବୁ୍‌ରେ ଭିଡିଓ ଅପଲୋଡ୍‌ ହୋଇଛି । ଏହାକୁ ନେଇ ଶ୍ରୀମନ୍ଦିରର ସୁରକ୍ଷା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି ।

shri mandir

ପୂର୍ବରୁ ୨୦୧୪, ୨୦୧୭, ୨୦୧୯, ୨୦୨୨, ୨୦୨୪ ମସିହାରେ ଶ୍ରୀମନ୍ଦିର ଉପରେ ଉଡ଼ିଥିଲା ଡ୍ରୋନ। ଶ୍ରୀମନ୍ଦିର ସୁରକ୍ଷା ପ୍ରତି ବିପଦ ଥିବା ଦର୍ଶାଇଥିବା ସେତେବେଳେ ବିଭିନ୍ନ ଗୁଇନ୍ଦା ବିଭାଗ ସଂସ୍ଥା ଓ ଏଏନଆଇ ପକ୍ଷରୁ ଏଭଳି ଚିତ୍ର ଉତୋଳନ ନେଇ ନାନା ଟିପଣି ପ୍ରଦାନ କରାଯାଇଥିଲା । ସଦାସର୍ବଦା ଆତଙ୍କବାଦୀ ଟାର୍ଗେଟ ରେ ରହିଥିବା ପୁରୀ ଶ୍ରୀମନ୍ଦିର ଉପରେ ନୋ ଫ୍ଲାଇଙ୍ଗ ଜୋନ ଘୋଷଣା କରାଯାଇଥିବାବେଳେ ମଧ୍ୟ କିପରି ଉଡ଼ୁଛି ଏହି ଡ୍ରୋନ କ୍ୟାମେରା ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+