ଶ୍ରୀମନ୍ଦିର ଉପରେ ଡ୍ରୋନ୍ ଉଡାଇବା ମାମଲା: ଅନିମେଶଙ୍କୁ କୋର୍ଟ ଚାଲାଣ କରିବ ପୋଲିସ
ଶ୍ରୀମନ୍ଦିର ଉପରେ ଡ୍ରୋନ୍ ଉଡ଼ାଇବା ମାମଲାରେ ଅଭିଯୁକ୍ତ ୟୁଟ୍ୟୁବର ଅନିମେଶ ଚକ୍ରବର୍ତ୍ତୀଙ୍କୁ haଲିସ ଆଜି କୋର୍ଟ ଚାଲାଣ କରିବ । ବୁଧବାର ଦିନ କଲିକତାରୁ ଗିରଫ ହୋଇଥିଲେ ୟୁଟୁବର ଅନିମେଶ୍ ଚକ୍ରବର୍ତ୍ତୀ।
ପୁରୀ: ଶ୍ରୀମନ୍ଦିର ଉପରେ ଡ୍ରୋନ୍ ଉଡ଼ାଇବା ମାମଲାରେ ଅଭିଯୁକ୍ତ ୟୁଟ୍ୟୁବର ଅନିମେଶ ଚକ୍ରବର୍ତ୍ତୀଙ୍କୁ ପୋଲିସ ଆଜି କୋର୍ଟ ଚାଲାଣ କରିବ । ବୁଧବାର ଦିନ କଲିକତାରୁ ଗିରଫ ହୋଇଥିଲେ ୟୁଟୁବର ଅନିମେଶ୍ ଚକ୍ରବର୍ତ୍ତୀ। ସିଟି ଡିଏସ୍ପି କେକେ ହରିପ୍ରସାଦଙ୍କ ନେତୃତ୍ୱରେ ଚଢ଼ଉ କରାଯାଇ ଅନିମେଶଙ୍କୁ ଗିରଫ କରାଯାଇଥିଲା।

ସୂଚନାଯୋଗ୍ୟ, କୋଲକାତାର ଅନିମେଶ ଚକ୍ରବର୍ତ୍ତୀ ଗତ ତିନି ମାସ ତଳେ ପୁରୀ ଆସିଥିଲା । ନୋ ଫ୍ଲାଇଂ ଜୋନରେ ଡ୍ରୋନ୍ ଉଡ଼ାଇ ଶ୍ରୀମନ୍ଦିର ଭିତର ବେଢ଼ାର ଫଟୋ ଭିଡ଼ିଓ ଉତ୍ତଳନ କରିଥିଲା । ଏହାକୁ ଅନିମେଶ ନିଜ ୟୁନିଫାଏଡ୍ ଅନିମେଶ ନାଁରେ ଏକ ୟୁ-ଟ୍ୟୁବ ଚ୍ୟାନେଲରେ ନଭେମ୍ବର ୧୯ ତାରିଖରେ ଅପଲୋଡ୍ କରିଥିଲା । ଏପରିକି ଭିଡ଼ିଓର ଗୋଟିଏ ଫୁଟେଜ ନେଇ ୨୦ ହଜାର ଟଙ୍କା ଦାବି କରିଥିଲେ।
ପରେ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହେବା ପରେ ଶ୍ରୀମନ୍ଦିର ସୁରକ୍ଷା ପ୍ରଶାସକ ଘଟଣାର ତଦନ୍ତ ଆରମ୍ଭ କରିଥିଲା ପରେ ଡ୍ରୋନ୍ ଉଡାଇଥିବାରୁ କ୍ଷମା ପ୍ରାର୍ଥନା କରିଥିଲେ ଅନିମେଶ୍। ସିଟି ଡିଏସପିଙ୍କ ରିପୋର୍ଟ ଆଧାରରେ ସିଂହଦ୍ଵାର ଥାନାରେ ମୋକଦ୍ଦମା ରୁଜ୍ଜୁ ହୋଇଥିଲା।












Click it and Unblock the Notifications