ପ୍ରଭୁ ଶ୍ରୀଲିଙ୍ଗରାଜ ମନ୍ଦିର ଉପରେ ଉଡ଼ିଲା ଡ୍ରୋନ୍
ପ୍ରଭୁ ଶ୍ରୀଲିଙ୍ଗରାଜ ମନ୍ଦିର ଉପରେ ଉଡ଼ିଲା ଡ୍ରୋନ୍ । ଅପରାହ୍ନ ୫ଟା ୧୫ରୁ ୫ଟା ୩୦ ପର୍ଯ୍ୟନ୍ତ ଡ୍ରୋନ ଉଡିଥିବା ନେଇ ଅଭିଯୋଗ ହୋଇଛି । ଡ୍ରୋନ୍ ଉଡ଼ିବା ନେଇ ଡିଜିପିଙ୍କ କଟକଣା ସତ୍ତ୍ବେ ଉଡ଼ିଲା । ପୋଲିସକୁ ଅବଗତ କଲେ ମନ୍ଦିର ସେବାୟତ । ତେବେ କିଏ ଏହି ଡ୍ରୋନ ଉଡାଇଲା ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ ।

ପ୍ରକାଶଥାଉକି, ଶ୍ରୀମନ୍ଦିର ଉପରେ ଗତ ଜାନୁଆରୀ ମାସରେ ଏକ ସନ୍ଦିଗ୍ଧ ଡ୍ରୋନ୍ ଉଡିଥିଲା । ଭୋର ୪ଟା ୧୦ ମିନିଟ ସମୟରେ ଏହି ଡ୍ରୋନ୍ ମନ୍ଦିର ଚାରିପାଖରେ ଉଡୁଥିବା ଦେଖାଯାଇଥିଲା । ତେବେ ବାରମ୍ବାର ଡ୍ରୋନ ଉଡୁଥିବା ବେଳେ ସୁରକ୍ଷାକୁ ନେଇ ବର୍ତ୍ତମାନ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।












Click it and Unblock the Notifications