ଶ୍ରୀମନ୍ଦିର ଉପରେ ଉଡ଼ିଲା ଡ୍ରୋନ୍: ନୋ ଫ୍ଲାଇଂ ଜୋନ୍‌ରେ କିଏ ଓ କାହିଁକି ଡ୍ରୋନ୍ ଉଡ଼ାଇଲା ?

ଶ୍ରୀମନ୍ଦିର ଉପରେ ଉଡ଼ିଲା ଡ୍ରୋନ୍ । ଭୋର ୪ଟା ୧୦ ମିନିଟ୍‌ରେ ଡ୍ରୋନ୍ ଉଡୁଥିବା ଦୃଶ୍ୟ କ୍ୟାମେରାରେ କଏଦ । ନୋ ଫ୍ଲାଇଂ ଜୋନ୍‌ରେ କିଏ ଓ କାହିଁକି ଡ୍ରୋନ୍ ଉଡ଼ାଇଲା ଅସ୍ପଷ୍ଟ ।ଦୋଳମଣ୍ଡପ ସାହିରୁ ପ୍ରଥମେ ଆସି ମେଘନାଦ ପାଚେରୀ ବୁଲିଲା । ୧୦୦ ଫୁଟ ଉଚ୍ଚକୁ ଯାଇ ଦଧିନଉତି ଓ ନୀଳଚକ୍ର ଉପରେ ବୁଲିଲା । ପୋଲିସ କଣ୍ଟ୍ରୋଲ ରୁମ୍‌ରୁ ଆସିଛି କି ନାହିଁ ସ୍ପଷ୍ଟ ହୋଇନି।

Drone flew over the temple

ନୀଳଚକ୍ର ଉପରେ ବୁଲିବା ସହ ଉତ୍ତର ଦ୍ବାର ଗୁମୁଟ ଦେଇ ଶ୍ରୀଦାଣ୍ଡରୁ ଉଭାନ ହୋଇଯାଇଥିଲା। ତେବେ ଡ୍ରୋନ୍ କିଏ ଉଡାଇଥିଲା ଏବଂ ଶ୍ରୀମନ୍ଦିର ଉପରେ କେମିତି ଆସିଲା ତାର ତଦନ୍ତ ଜାରି ରହିଛି। ପୂର୍ବରୁ ଅତୀତରେ ମଧ୍ୟ ଅନେକ ଥର ସୁରକ୍ଷା ଗାଇଡ ଲାଇନକୁ ନ ମାନି ଶ୍ରୀମନ୍ଦିର ଉପରେ ଡ୍ରୋନ ଉଡାଯାଇଛି। । ଶ୍ରୀମନ୍ଦିର ଉପରେ ଡ୍ରୋନ୍ ଉଡ଼ିବା ପ୍ରଥମ ଘଟଣା ନୁହେଁ। ପୂର୍ବରୁ ମଧ୍ୟ ଶ୍ରୀମନ୍ଦିର ଉପରେ ଡ୍ରୋନ୍ ଉଡ଼ିବା ଓ ଗର୍ଭଗୃହର ଫଟୋ ଭାଇରାଲ୍ ହେବା ଭଳି ଘଟଣା ସାମ୍ନାକୁ ଆସିଛି।

ଡ୍ରୋନଟି ଦୋଳମଣ୍ଡପ ସାହିରୁ ଆସି ପ୍ରଥମେ ମନ୍ଦିର ଚାରିପାଖ ଏବଂ ପରେ ମେଘନାଦ ପାଚେରୀ ବୁଲିଥିଲା। ଏପରିକି ମନ୍ଦିରର ଦଧିନଉତି ଉପରେ ବି ବୁଲିଥିଲା। ତେବେ ଏହି ଡ୍ରୋନଟି କିଏ ଉଡାଇଥିଲା ସେ ସମ୍ପର୍କରେ କୌଣସି ସୂଚନା ମିଳି ପାରିନାହିଁ । ଅନ୍ୟ ପକ୍ଷରେ ପୋଲିସ କଣ୍ଟ୍ରୋଲ ରୁମରୁ ଏଭଳି ଡ୍ରୋନ ଉଡା ଯାଇ ନଥିବା ସ୍ପଷ୍ଟ କରିଛନ୍ତି ପୁରୀ ଏସପି।

୨ ବର୍ଷ ତଳେ ମଧ୍ୟ ସମାନ ଢଙ୍ଗରେ ପଶ୍ଚିମବଙ୍ଗର ୟୁଟ୍ୟୁବର ଅନିମେଶ ଚକ୍ରବର୍ତ୍ତୀ ଶ୍ରୀମନ୍ଦିର ଉପରେ ଡ୍ରୋନ ଉଡାଇ କ୍ଷମା ମାଗିଥିଲେ। ଶ୍ରୀମନ୍ଦିର ଉପରେ ଡ୍ରୋନ୍ ଉଡ଼ାଇ ଏଭଳି ଭିଡିଓ ଉତ୍ତୋଳନ ସୁରକ୍ଷା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଥିଲା। ୫ ମିନିଟ ୪୨ ସେକେଣ୍ଡର ଏହି ଭିଡିଓରେ ଆକାଶ ମାର୍ଗରୁ ଶ୍ରୀମନ୍ଦିର ପରିସରର ସମସ୍ତ କୋଣଅନୁକୋଣ ପ୍ରାଞ୍ଜଳ ଭାବେ ଦେଖାଯାଉଥିବା ବେଳେ ଏହା ଶ୍ରୀମନ୍ଦିର ପୋଲିସ ଓ ସୁରକ୍ଷାକର୍ମୀଙ୍କ ଭୂମିକା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଥିଲା।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+