ସାବଧାନ ଦେଉଛନ୍ତି ନାବାଳକଙ୍କ ହାତରେ ଗାଡ଼ି, ଦୁଇ ଦିନରେ ଧରା ପଡିଲେ ୩୩୪ ନାବାଳକ ଚାଳକ

ନାବାଳକ ଗାଡ଼ିଚାଳକଙ୍କ ଉପରେ ଲଗାମ କଷିଛନ୍ତି ରାଜ୍ୟ ପରିବହନ କତ୍ତୃପକ୍ଷ । ସୋମବାର ଠାରୁ ରାଜ୍ୟ ବ୍ୟାପି ଧରପକଡ ଆରମ୍ଭ ହୋଇଛି । ଦୁଇ ଦିନରେ ଧରା ପଡିଲେ ୩୩୪ ନାବାଳକ ଚାଳକ ।

driving

ଏହା ସହ ୧୩୮ ଟି ଗାଡି ଜବତ କଲା ଏସଟିଏ । କେବଳ କଟକରେ ସର୍ବାଧିକ ୨୭ ଜଣ ଧରା ପଡିଛନ୍ତି । ଏବଂ ଗାଡ଼ି ପିଛା ୨୫ ହଜାର ଟଙ୍କା କରି ମୋଟ ୮୩ ଲକ୍ଷ୫୦ ହଜାର ଟଙ୍କାର ଚାଲାଣ ମଧ୍ୟ ଆଦାୟ ହୋଇଛି ।

ବଡ଼ କଥା ହେଉଛିକି ଏହି ପ୍ରକ୍ରିୟାରେ ଆସନ୍ତା କାଲି ଠାରୁ ଧରା ପଡ଼ିଥିବା ଗାଡିଗୁଡ଼ିକ ମାଲିକ ବା ନାବାଳକ ନାବାଳିକାଙ୍କ ବାପା, ମା'ଙ୍କ ନାଁରେ ମୋଟର ଭେଇକିଲ ଆକ୍ଟ ୧୯୯ ଆଧାରରେ ମାମଲା ରୁଜ୍ଜୁ ହେବ । ମୋଟର ଭେଇକିଲ ଆକ୍ଟ ୧୯୯ ଅନୁଯାଇ ଯଦି ୧୮ ବର୍ଷରୁ କମ ବୟସ୍କ ବର୍ଗର କୌଣସି ବ୍ୟକ୍ତି ଗାଡି ଚଳାଉଥିବା ଅବସ୍ଥା ଧରା ପଡନ୍ତି ତେବେ ଏହି କ୍ଷେତ୍ରରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାର ବ୍ୟବସ୍ଥା ରହିଛି ।

ଗାଡିକୁ ଜବତ କରାଯିବା ସହ ଗାଡି ଚାଳକଙ୍କ ଉପରେ ୨୫ ହଜାର ଟଙ୍କାର ଫାଇନ ଲଗାଯିବ । ଗାଡିର ପଞ୍ଜିକରଣକୁ ରଦ୍ଦ କରାଯିବ, ଗାଡ଼ିର ମାଲିକ ବା ଗାଡ଼ି ଚାଳାଉଥିବା ପିଲାଙ୍କ ବାପା ମା'ଙ୍କ ନାଁରେ ଥାନାରେ ମାମଲା ରଜୁ କରାଯାଇ ପାରିବ । ଏଥିରେ ୩ ବର୍ଷ ଜେଲ ଦଣ୍ଡର ବ୍ୟବସ୍ଥା ମଧ୍ୟ ରହିଛି । ଏହା ବ୍ୟତିତ ଦୋଷୀ ସାବ୍ୟସ୍ତ ହେଲେ ଗାଡି ସହ ଧରା ପଡ଼ିଥିବା ନା ନାବାଳକ ବା ନାବାଳିକାଙ୍କ ତଥ୍ୟକୁ ସାରାଥୀ ପୋଟାଲରେ ଅପଲୋଡ କରାଯିବ। ଏହା ସହ ୨୫ ବର୍ଷ ବୟସ ନହେବା ପର୍ଯ୍ୟନ୍ତ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଡ୍ରାଇଭିଂ ଲାଇସେନ୍ସ ପ୍ରଦାନ କରାଯିବ ନାହିଁ ବୋଲି କହିଛନ୍ତି ଅତିରିକ୍ତ ପରିବହନ କମିଶନର ଲାଲମୋହନ ସେଠୀ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+