ଆଜି ସୁଦ୍ଧା ଡ୍ରାଇଭର ମହାସଂଘଙ୍କ ସମସ୍ୟାର ସମାଧାନ: କୃଷ୍ଣଚନ୍ଦ୍ର ପାତ୍ର

ଆଜି ସୁଦ୍ଧା ଡ୍ରାଇଭର ମହାସଂଘଙ୍କ ସମସ୍ୟାର ସମାଧାନ ହେବ ବୋଲି କହିଛନ୍ତି ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ଆଜି ରାତି ସୁଦ୍ଧା ମହାସଂଘ ସହିତ ସରକାରଙ୍କ ଆଲୋଚନା ପରେ ସମସ୍ୟାର ସମାଧାନ ହୋଇଯିବ । ଡ୍ରାଇଭର ମାନଙ୍କ ପ୍ରାୟତଃ ଦାବିକୁ ସରକାର ମାନି ନେବେ ।

ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ ଆନ୍ଦୋଳନ ଯୋଗୁଁ ରାଜ୍ୟରେ ତୈଳ ସଙ୍କଟ ଦେଖା ଦେବା ନେଇ ଯେଉଁ ଆଶାଙ୍କା କରାଯାଉଛି ତାହା ହେବାକୁ ଦିଆଯିବ ନାହିଁ । ଦୋକାନ ବଜାରରେ ଖାଦ୍ୟ ସାମଗ୍ରୀର ଅଭାବ ରହିବ ନାହିଁ । ତେଲର ଯିଏ କଳାବଜାରୀ କରୁଛି ତାଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବା ପାଇଁ ନିର୍ଦ୍ଦେଶ ଜାରି କରାଯାଇଛି । ତେଣୁ ଏଭଳି ବ୍ୟକ୍ତି ବିଶେଷ ସାବଧାନ ହୋଇଯାଆନ୍ତୁ ବୋଲି ଯୋଗାଣ ମନ୍ତ୍ରୀ ତାଗିଦ୍ କରିଛନ୍ତି ।

Krushna Chandra Patra

ସୂଚନା ଅନୁସାରେ ୬ଦଫା ଦାବି ପୂରଣ ପାଇଁ ଗତ ତିନି ଦିନ ହେଲାଣି ରାଜ୍ୟବ୍ୟାପି ଡ୍ରାଇଭର ମହାସଂଘ ଆନ୍ଦୋଳନ କରୁଛନ୍ତି । ୬ ଦଫା ଦାବି ମଧ୍ୟରେ ରହିଛି ଓଡ଼ିଶା ମୋଟର୍‌ ଟ୍ରାନ୍ସପୋର୍ଟ ଡ୍ରାଇଭର୍‌ ଓ ୱାର୍କର୍ ୱେଲଫେୟାର ବୋର୍ଡରେ ଅଟୋ ଡ୍ରାଇଭରଙ୍କୁ ସାମିଲ, ଡ୍ରାଇଭରମାନଙ୍କ ସୁରକ୍ଷା ପାଇଁ ଏକ ସ୍ବତନ୍ତ୍ର ଆଇନ, ବୃତ୍ତିଗତ ଡ୍ରାଇଭରଙ୍କୁ ୬୦ ବର୍ଷ ବୟସ ପରେ ସ୍ବତନ୍ତ୍ର ଭତ୍ତା, ପ୍ରତି ୧୦୦ କିଲୋମିଟର ଅନ୍ତରାଳରେ ଗାଡ଼ି ପାର୍କିଂ, ଡ୍ରାଇଭରମାନଙ୍କ ପାଇଁ ବିଶ୍ରାମାଗାର ଓ ଶୌଚାଳୟ ବ୍ୟବସ୍ଥା, ଓଡ଼ିଶାର ପ୍ରତ୍ୟେକ ଖଣିଖାଦାନ ଓ କାରଖାନାରେ ଓଡ଼ିଶାର ଡ୍ରାଇଭରଙ୍କୁ ଶତକଡ଼ା ୭୦ ପ୍ରତିଶତ କାମ ଆଦି ଅନ୍ତର୍ଭୁକ୍ତ । ଏହା ବାଦ୍ ସେପ୍ଟେମ୍ବର ୧ ତାରିଖକୁ ଜାତୀୟ ଡ୍ରାଇଭର ଦିବସ ରୂପେ ଘୋଷଣା କରାଯାଉ ବୋଲି ସଂଘ ଦାବି କରିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+