୫ଦିନ ପରେ ଡ୍ରାଇଭର ଆନ୍ଦୋଳନ ପ୍ରତ୍ୟାହାର; ଆଜିଠୁ ପୁଣିଥରେ ଷ୍ଟିୟରିଂ ଧରିବେ ହଜାର ହଜାର ଡ୍ରାଇଭର

୫ଦିନ ପରେ ପ୍ରତ୍ୟାହାର ହେଲା ଡ୍ରାଇଭର ଆନ୍ଦୋଳନ । ଆଜିଠୁ ପୁଣିଥରେ ଷ୍ଟିୟରିଂ ଧରିବେ ରାଜ୍ୟର ହଜାର ହଜାର ଡ୍ରାଇଭର । ୭ଦଫା ଦାବି ନେଇ ସରକାରଙ୍କ ସହ ସକରାତ୍ମକ ଆଲୋଚନା ହୋଇଥିବା ବେଳେ ଆନ୍ଦୋଳନ ପ୍ରତ୍ୟାହାର କରାଯାଇଥିବା ଘୋଷଣା କରାଯାଇଛି ।

ଶନିବାର ରେଢାଖୋଲ ଠାରେ ଡ୍ରାଇଭର ମହାସଂଘ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ଏନେଇ ଘୋଷଣା କରାଯାଇଛି । ଜୁଲାଇ ୮ତାରିଖରୁ ବିଭିନ୍ନ ଦାବି ନେଇ ଷ୍ଟିୟରିଂ ଛାଡ଼ ଆନ୍ଦୋଳନର ଡାକରା ଦେଇଥିଲା ଓଡ଼ିଶା ଡ୍ରାଇଭର ମହାସଂଘ ।

ରାଜ୍ୟର ହଜାର ହଜାର ଡ୍ରାଇଭର ଆନ୍ଦୋଳନରେ ବସିବା ସହିତ ପ୍ରଭାବିତ ହୋଇଥିଲା ରାଜ୍ୟର ପରିବହନ ବ୍ୟବସ୍ଥା । ରାଜ୍ୟ ସରକାର ବାରମ୍ବାର ଆଲୋଚନା ଅନୁରୋଧ କରୁଥିଲେ ମଧ୍ୟ ଡ୍ରାଇଭର ସଂଘ ନିଜ ଜିଦରେ ଅଟଳ ରହିଥିଲା ।

Drivers strike called off after 5 days

ତେବେ ୧୧ ତାରିଖ କଂଗ୍ରେସର ସମ୍ବିଧାନ ବଞ୍ଚାଅ ରାଲିରେ କଂଗ୍ରେସ ଗାଡ଼ିକୁ ଛାଡ଼ିବାକୁ ନେଇ ଡ୍ରାଇଭର ସଂଘ ମଧ୍ୟରେ ଆରମ୍ଭ ହୋଇଥିଲା ବିବାଦ । ପରେ ଘରୋଇ ବସ୍ ମାଲିକ ସଂଘ ମଧ୍ୟ ଡ୍ରାଇଭର ସଂଘର ହାତ ଛାଡ଼ିବା ସହ ଶନିବାରରୁ ରାସ୍ତାରେ ବସ୍ ଗଡ଼ାଇଥିଲେ ।

ଏସବୁ ଭିତରେ ଆସନ୍ତାକାଲି ମହାମହିମ ରାଷ୍ଟ୍ରପତି ଓଡ଼ିଶା ଗସ୍ତରେ ଆସୁଥିବାରୁ ଯେମିତି କୌଣସି ଅସୁବିଧା ନହୁଏ । ଏଥିସହିତ ଦାବି ନେଇ ସକରାତ୍ମକ ଆଲୋଚନା ହୋଇଥିବା ବେଳେ ଆନ୍ଦୋଳନ ପ୍ରତ୍ୟାହାର କରାଯାଇଥିବା ଡ୍ରାଇଭର ମହାସଂଘ ପକ୍ଷରୁ କୁହାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+