ଆନ୍ଦୋଳନରୁ ଓହରିଲେ ଡ୍ରାଇଭର, ସୂଚନା ଦେଲେ ମହାସଂଘର ସଭାପତି
ରାଜ୍ୟରେ ତିନିଦିନ ଧରି ଚାଲିଥିବା ଡ୍ରାଇଭର ମହାସଂଘ ଆନ୍ଦୋଳନ ଆଜି ପ୍ରତ୍ୟାହୃତ ହୋଇଛି। ସୋସିଆଲ ମିଡିଆରେ ଭିଡିଓ ବାର୍ତ୍ତା ପୋଷ୍ଟ କରି ଆନ୍ଦୋଳନ ହାସଂଘ ସଭାପତି ପ୍ରଶାନ୍ତ ମେନ୍ଦୁଲି ଦେଲେ ସୂଚନା ।

ଭୁବନେଶ୍ୱର:ରାଜ୍ୟରେ ତିନିଦିନ ଧରି ଚାଲିଥିବା ଡ୍ରାଇଭର ମହାସଂଘ ଆନ୍ଦୋଳନ ଆଜି ପ୍ରତ୍ୟାହୃତ ହୋଇଛି। ସୋସିଆଲ ମିଡିଆରେ ଭିଡିଓ ବାର୍ତ୍ତା ପୋଷ୍ଟ କରି ଆନ୍ଦୋଳନ ହାସଂଘ ସଭାପତି ପ୍ରଶାନ୍ତ ମେନ୍ଦୁଲି ଦେଲେ ସୂଚନା । ସେ କହିଛନ୍ତି, ଲୋକଙ୍କ ଅସୁବିଧା, ମୁଖ୍ୟ ସଚିବଙ୍କ ନିବେଦନ ପାଇଁ ଡ୍ରାଇଭର ଆନ୍ଦୋଳନ ପ୍ରତ୍ୟାହୃତ କରାଯାଇଛି । ସେହିପରି ସମସ୍ତ ରାଜ୍ୟବାସୀଙ୍କୁ କ୍ଷମା ମାଗିବା ସହ ଧନ୍ୟବାଦ ଜଣାଇଛନ୍ତି ଓଡ଼ିଶା ଡ୍ରାଇଭର ମହାସଂଘର ସଭାପତି ।
ସୂଚନାଥାଉ ଯେ, ଗତକାଲି ରାଜ୍ୟ ସରକାରଙ୍କ ପକ୍ଷରୁ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ଡ୍ରାଇଭର ସଂଘର ନେତାମାନଙ୍କ ସହିତ ଆଲୋଚନା କରିଥିଲେ। ଦାବିଗୁଡିକ ପୂରଣ କରିବା ନିମନ୍ତେ ସରକାର ତିନିମାସ ସମୟ ମାଗିଥିଲେ। ତେବେ ଏହି ଆଲୋଚନା ଗତକାଲି ବିଫଳ ହୋଇଥିଲା ।
ଭୁବନେଶ୍ବରରୁ ଚଣ୍ଡିଖୋଲ, ଦିନ ସାରା ହାଇଡ୍ରାମା
ଆଜି ପୂର୍ବାହ୍ନରେ ଡ୍ରାଇଭର ସଂଘ ପକ୍ଷରୁ ଆନ୍ଦୋଳନ ଜାରି ରହିବ ବୋଲି ଦୃଢୋକ୍ତି ପ୍ରକାଶ ପାଇବା ପରେ ସ୍ଥିତି ଆହୁରି ଗମ୍ଭୀର ହୋଇଥିଲା। ସବୁଠାରୁ ଗୁରୁତ୍ବପୂର୍ଣ୍ଣ ଘଟଣା ହେଲା ଚଣ୍ଡିଖୋଲ ଠାରେ ହଜାର ହଜାର ସଂଖ୍ୟାରେ ଡ୍ରାଇଭରମାନେ ଏକତ୍ରିତ ହେବା। ଏହି ଘଟଣାରେ ପରିସ୍ଥିତି ଅଧିକ ଜଟୀଳ ହୋଇଥିଲା। ଆନ୍ଦୋଳନରୁ ଓହରିବା ପାଇଁ ଡ୍ରାଇଭର ଅମଙ୍ଗ ହେବା ସରକାରଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଥିଲା। ଆଜି ମଧ୍ୟାହ୍ନରେ ପୋଲିସ୍ ଡିଜି ଓ ମୁଖ୍ୟ ଶାସନ ସଚିବ ମିଳିତ ଭାବରେ ପ୍ରେସ୍ ବିବୃତି ଦେଇ ଆଇନ ହାତକୁ ନେବାକୁ ପ୍ରକାରାନ୍ତରେ ଚେତାବନୀ ଦେଇଥିଲେ ଆନ୍ଦୋଳନକାରୀଙ୍କୁ।












Click it and Unblock the Notifications