ଅବଦୁଲ କାଲାମ ଦ୍ବୀପରୁ ଅତ୍ୟାଧୁନିକ ବାଲାଷ୍ଟିକ ମିସାଇଲ ’ଅଗ୍ନି ପ୍ରାଇମ’ର ସଫଳ ପରୀକ୍ଷଣ
ବାଲେଶ୍ବର: ନୂଆ ପୀଢିର ବାଲାଷ୍ଟିକ କ୍ଷେପଣାସ୍ତ୍ର 'ଅଗ୍ନି ପ୍ରାଇମ'ର ପ୍ରଥମ ପ୍ରି-ଇଣ୍ଡକ୍ସନ ନାଇଟ୍ ଉତକ୍ଷେପଣ ଓଡିଶାର ଅବଦୁଲ କାଲାମ ଦ୍ବୀପରୁ ସଫଳ ଭାବେ ପରୀକ୍ଷଣ କରାଯାଇଛି । ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ (ଡିଆରଡିଓ) ଏହି ସଫଳ ପରୀକ୍ଷଣ କରିଛି ।
ମଧ୍ୟମ ଦୂରଗାମୀ ଅଗ୍ନୀ ପ୍ରାଇମ୍ କ୍ଷେପଣାସ୍ତ୍ର ସ୍ଥିରିକୃତ ବେଗ, ଦୀଗ ଓ ଲକ୍ଷ୍ୟ ସ୍ଥଳକୁ ସଠିକ୍ ଭାବେ ଟାର୍ଗେଟ କରିପାରିଥିବା ପ୍ରତିରକ୍ଷା ବିଭାଗ ତରଫରୁ କୁହାଯାଇଛି । ଏହି ପରୀକ୍ଷା ପରେ ସେନାରେ ଅଗ୍ନୀ ପ୍ରାଇମ୍ ମିସାଇଲକୁ ବ୍ୟବହାର ପାଇଁ ଅନୁମୋଦନ କରାଯିବ ।

ଅଗ୍ନୀ ପ୍ରାଇମ୍ର ଲକ୍ଷ୍ୟଭେଦ କ୍ଷମତା ୨ ହଜାର କିଲୋମିଟର । ଏଥିରେ ୩୦୦୦ କେଜି ପର୍ଯ୍ୟନ୍ତ ଆଣବିକ ଯୁଦ୍ଧାସ୍ତ୍ର ବ୍ୟବହାର କରାଯାଇ ପାରିବ । ୩ ଥର ଟ୍ରାଏଲ ପରେ ପରୀକ୍ଷଣ ସଫଳ ହୋଇଥିବା ଡିଆରଡିଓ ପକ୍ଷରୁ କୁହାଯାଇଛି । ଭାରତୀୟ ସଶସ୍ତ୍ର ବାହିନୀ ପାଇଁ ଆଗାମୀ ଦିନରେ ଏହା ସହାୟକ ହେବା ସହିତ ସେନାକୁ ଆହୁରି ଶକ୍ତିଶାଳୀ କରିବାରେ ସହାୟକ ହେବ ।
#DRDOUpdates | First Pre Induction night launch of New Generation Ballistic Missile Agni Prime was successfully conducted off the coast of Odisha on 07 June 2023. https://t.co/gdkZozarng#Atmanirbharbharat @DefenceMinIndia @SpokespersonMoD pic.twitter.com/26Zj2rBkON
— DRDO (@DRDO_India) June 8, 2023
ଡିଆରଡିଓ ଏବଂ ଷ୍ଟ୍ରାଟେଜିକ୍ ଫୋର୍ସ କମାଣ୍ଡର ବରିଷ୍ଠ ଅଧିକାରୀମାନେ ସଫଳ ଉଡାଣ ପରୀକ୍ଷଣ ଦେଖିଥିଲେ । ଏହି ପରୀକ୍ଷଣ ଦ୍ୱାରା ଏହି ବ୍ୟବସ୍ଥାକୁ ସଶସ୍ତ୍ର ବାହିନୀରେ ସାମିଲ କରିବାର ବାଟ ଖୋଲିଛି । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଡିଆରଡିଓ ଏବଂ ସଶସ୍ତ୍ର ବାହିନୀକୁ ନୂତନ ପୀଢିର ବାଲାଷ୍ଟିକ କ୍ଷେପଣାସ୍ତ୍ର 'ଅଗ୍ନି ପ୍ରାଇମ'ର ସଫଳତା ଏବଂ କପି-ବୁକ୍ ପ୍ରଦର୍ଶନ ପାଇଁ ଅଭିନନ୍ଦନ ଜଣାଇଛନ୍ତି ।












Click it and Unblock the Notifications