ଚାନ୍ଦିପୁରରୁ ଦୂରଗାମୀ କ୍ରୁଜ୍‌ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କଲା DRDO

ସଫଳ ହେଲା ପରୀକ୍ଷଣ । ସମସ୍ତ ପାରାମିଟର ସଠିକ୍‌ ଥିବା DRDOର ସୂଚନା । ଶୁଭେଚ୍ଛା ଜଣାଇଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ । ଚାନ୍ଦିପୁରରୁ ଦୂରଗାମୀ କ୍ରୁଜ୍‌ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କଲା DRDO।

ଚାନ୍ଦିପୁର ସମନ୍ବିତ ପରୀକ୍ଷଣ ଘାଟି (ଆଇଟିଆର)ରୁ ସଫଳତାର ସହ ପରୀକ୍ଷଣ ହେଲା ଦୂରଗାମୀ ଆଟାକ୍‌ କ୍ରୁଜ ମିସାଇଲ୍‌ (LRLACM)। ଗତକାଲି (ମଙ୍ଗଳବାର) ସଂଧ୍ୟାରେ ପ୍ରତିରକ୍ଷା ବିକାଶ ଓ ଗବେଷଣା ସଂସ୍ଥା (ଡିଆରଡିଓ) ପକ୍ଷରୁ ଏହି ପରୀକ୍ଷଣକୁ ସଫଳତାର ସହ ଶେଷ କରାଯାଇଛି । ଏକ ମୋବାଇଲ ଲଞ୍ଚପ୍ୟାଡରୁ ଏହି ପରୀକ୍ଷଣ କରାଯାଇଥିଲା । ଏହି ସମୟରେ ସମସ୍ତ ପାରାମିଟର ସଠିକ ଭାବେ କାମ କରିଥିବା ଓ ପରୀକ୍ଷଣ ସଫଳ ହୋଇଥିବା ସଂସ୍ଥା ପକ୍ଷରୁ କୁହାଯାଇଛି ।

cruise missile

ପରୀକ୍ଷଣ ସମୟରେ ରାଡାର, ଇଲେକ୍ଟ୍ରୋ-ଅପ୍ଟିକାଲ ଟ୍ରାକିଂ ସିଷ୍ଟମ ଏବଂ ଟେଲିମେଟ୍ରି ଉପକରଣ ସମେତ ବିଭିନ୍ନ ସେନସର ମାଧ୍ୟମରେ ଏହି କ୍ଷେପଣାସ୍ତ୍ରର ସଠିକତା ଓ କାର୍ଯ୍ୟଦକ୍ଷତା ଉପରେ ନଜର ରଖାଯାଇଥିଲା । ବର୍ଦ୍ଧିତ କାର୍ଯ୍ୟଦକ୍ଷତା ନିଶ୍ଚିତ କରିବାକୁ ଏହି କ୍ଷେପଣାସ୍ତ୍ରକୁ ଡିଜାଇନ୍ କରାଯାଇଛି । ଏହା ଦୂରଗାମୀ କ୍ଷେପଣାସ୍ତ୍ର ଓ ଏକ ଲମ୍ବା ଦୂରତା ଅତିକ୍ରମ କରି ଶତ୍ରୁର ପୋଷ୍ଟକୁ ଟାର୍ଗେଟ କରିବାରେ ସମ୍ପୂର୍ଣ୍ଣ ସକ୍ଷମ । ପରୀକ୍ଷଣ ସଫଳ ହେବା ପରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ 'ଡିଆରଡିଓ'ର ସମସ୍ତ ବୈଜ୍ଞାନିକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+