ଇଶ୍ୱର ଚନ୍ଦ୍ର ବେହେରାଙ୍କୁ ଆଜୀବନ କାରାଦଣ୍ଡ
ବହୁ ଚର୍ଚ୍ଚିତ ISI ଲିଙ୍କ ଘଟଣାରେ ଗିରଫ ହୋଇଥିବା ଈଶ୍ୱର ବେହେରା ଦୋଷୀ ସାବ୍ୟସ୍ତ ହୋଇଛି। ଦେଶଦ୍ରୋହ ମାମଲାରେ ଅତିରିକ୍ତ ଜିଲ୍ଲା ଜଜ୍ (ଏଡିଜେ) କୋର୍ଟ ଗୁରୁବାର ଦିନ ଇଶ୍ୱର ଚନ୍ଦ୍ର ବେହେରାଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି।
ବାଲାଶ୍ୱେର: ବହୁ ଚର୍ଚ୍ଚିତ ISI ଲିଙ୍କ ଘଟଣାରେ ଗିରଫ ହୋଇଥିବା ଈଶ୍ୱର ବେହେରା ଦୋଷୀ ସାବ୍ୟସ୍ତ ହୋଇଛି। ଦେଶଦ୍ରୋହ ମାମଲାରେ ଅତିରିକ୍ତ ଜିଲ୍ଲା ଜଜ୍ (ଏଡିଜେ) କୋର୍ଟ ଗୁରୁବାର ଦିନ ଇଶ୍ୱର ଚନ୍ଦ୍ର ବେହେରାଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ପାକିସ୍ତାନର ଗୁଇନ୍ଦା ଏଜେନ୍ସି ଆଇଏସଆଇର ଗୁପ୍ତଚର ଅଭିଯୋଗରେ ଜାନୁଆରୀ ୨୦୧୫ରେ ଗିରଫ ହୋଇଥିଲେ ଈଶ୍ବର ।
ଚାନ୍ଦିପୁର ସ୍ଥିତି ପ୍ରତିରକ୍ଷା ଅନୁସନ୍ଧାନ ବିକାଶ ସଂଗଠନ (DRDO)ରେ ଚୁକ୍ତିଭିତ୍ତିକ କ୍ୟାମେରାମ୍ୟାନ ଭାବେ କାର୍ଯ୍ୟ କରୁଥିଲେ ଇଶ୍ୱର ଚନ୍ଦ୍ର ବେହେରା । ତେବେ ପାକିସ୍ତାନର ଗୁପ୍ତଚର ଏଜେନ୍ସି ଇଣ୍ଟର ସର୍ଭିସେସ୍ ଇଣ୍ଟେଲିଜେନ୍ସ (ଆଇଏସଆଇ)କୁ ଡିଆରଡିଓର ଗୁପ୍ତ ତଥ୍ୟ ଦେବା ତଥା ଭିଡିଓ ବିକ୍ରୟ କରିବା ଏବଂ କ୍ଷେପଣାସ୍ତ୍ରର ସୂଚନା ପ୍ରଦାନ ଅଭିଯୋଗରେ ଇଶ୍ୱରଙ୍କୁ ଜାନୁଆରୀ 23, 2015 ରେ ଗିରଫ କରାଯାଇଥିଲା।

ପୋଲିସର କହିବା ଅନୁଯାଇ, ଇଶ୍ୱର ଚନ୍ଦ୍ର ବେହେରା ସ୍ୱୀକାର କରିଛନ୍ତି ଯେ, ସେ ତାଙ୍କ ହ୍ୟାଣ୍ଡଲରଙ୍କ ସହିତ ଫୋନରେ ନିରନ୍ତର ଯୋଗାଯୋଗରେ ରହୁଥିଲେ ଏବଂ ତାଙ୍କୁ ଭେଟିବା ପାଇଁ ଅତିକମରେ 10 ଥର କୋଲକାତା ଯାତ୍ରା କରିଥିଲେ । ଆବୁଧାବି, ମୁମ୍ବାଇ, ମେରଟ, ଆନ୍ଧ୍ରପ୍ରଦେଶ ଏବଂ ବିହାରରୁ ଇଣ୍ଟରନେଟ ବ୍ୟାଙ୍କିଙ୍ଗ ମାଧ୍ୟମରେ ତାଙ୍କ ଆକାଉଣ୍ଟକୁ ଟଙ୍କା ଟ୍ରାନ୍ସଫର କରାଯାଇଥିଲା। ତାଙ୍କ ପାଖରୁ ଦୁଇଟି କମ୍ପ୍ୟୁଟର ଡିସ୍କ, ଦୁଇଟି ମୋବାଇଲ୍ ହ୍ୟାଣ୍ଡସେଟ୍ ଏବଂ ଏକ ବ୍ୟାଙ୍କ ପାସବୁକ୍ ଜବତ କରାଯାଇଥିଲା।
ମୟୂରଭଞ୍ଜ ଜିଲ୍ଲାର ବାଇସିଙ୍ଗା ନିକଟ କାଣ୍ଟିପୁର ଗାଁର ଈଶ୍ବର ବେହେରା ୨୦୦୭ରେ ଚୁକ୍ତିଭିତ୍ତିକ ଭିତ୍ତିରେ କ୍ୟାମେରମ୍ୟାନ ଭାବରେ ନିଯୁକ୍ତି ପାଇଥିଲେ ଏବଂ ୮- ୧୦ ମାସ ଧରି ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସଆଇ ପାଇଁ ଗୁପ୍ତଚର ଭାବେ କାର୍ଯ୍ୟ କରିଥିଲେ।












Click it and Unblock the Notifications