Get Updates
Get notified of breaking news, exclusive insights, and must-see stories!

ଧାନ କିଣାରେ ଅନିୟମିତତା ଯୋଗୁଁ ଦୁଇ ଅଧିକାରୀ ନିଲମ୍ବିତ

ଅନିୟମିତତା ଅଭିଯୋଗରେ କେନ୍ଦୁଝରର ଡିଆର୍‌ସିଏସ୍‌ ପ୍ରମୋଦ କୁମାର ବରିହା ଏବଂ ଏଆର୍‌ସିଏସ୍‌ ପର୍ଶୁରାମ ପାତ୍ରଙ୍କୁନିଲମ୍ବନ କରାଯାଇଛି ।

ଭୁବନେଶ୍ୱର: କେନ୍ଦୁଝର ସାହାରପଡ଼ା ଲ୍ୟାମ୍ପସ୍‌ରେ ଧାନ କିଣାରେ ଅନିୟମିତତା ଅଭିଯୋଗରେ କେନ୍ଦୁଝର ଡିଆର୍‌ସିଏସ୍‌ ପ୍ରମୋଦ କୁମାର ବରିହା ଏବଂ ଏଆର୍‌ସିଏସ୍‌ ପର୍ଶୁରାମ ପାତ୍ରଙ୍କୁ ନିଲମ୍ବନ କରାଯାଇଛି ।

paddy

ଗତ ଖରିଫ ଋତୁରେ ସାହାରପଡ଼ା ଲ୍ୟାମ୍ପସରେ ଧାନକିଣାରେ ଅନିୟମିତତା ଅଭିଯୋଗର ତଦନ୍ତ ରିପୋର୍ଟ କେନ୍ଦୁଝର ଜିଲ୍ଲାପାଳଙ୍କଠାରୁ ହସ୍ତଗତ ହେବା ପରେ ଡେପୁଟି ରେଜିଷ୍ଟାର କୋଅପରେଟିଭ୍‌ ସୋସାଇଟି ଓ ଆସିଷ୍ଟାଣ୍ଟ ରେଜିଷ୍ଟାର କୋଅପରେଟିଭ୍‌ ସୋସାଇଟିଙ୍କୁ ରାଜ୍ୟ ସରକାର ନିଲମ୍ବନ କରିଛନ୍ତି । ସମବାୟ ବିଭାଗ ପକ୍ଷରୁ ଆଜି ଏ ସଂପର୍କରେ ବିଜ୍ଞପ୍ତି ପ୍ରକାଶ ପାଇଛି । ନିଲମ୍ବନ ଆଦେଶ ତୁରନ୍ତ କାର୍ଯ୍ୟକାରୀ କରାଯାଇଛି । ଏଥି ସହିତ ନିଲମ୍ବିତ ଅଧିକାରୀ ଦ୍ୱୟଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯାଉଥିବା ବିଭାଗୀୟ ସୂତ୍ରରୁ ପ୍ରକାଶ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+