Get Updates
Get notified of breaking news, exclusive insights, and must-see stories!

ଦ୍ରୌପଦୀଙ୍କ ଶପଥ ପାଇଁ ରାଇରଙ୍ଗପୁର ଉତ୍ସବମୁଖର

Draupadi Murmu Takes Oath As 15th president Of India :Rairangpur Is In Festive Mood Innthe Eve Of Draupadi's Oath Taking Ceremonyଦ୍ରୌପଦୀଙ୍କ ଶପଥ ପାଇଁ ରାଇରଙ୍ଗପୁର ଉତ୍ସବମୁଖର

ରାଇରଙ୍ଗପୁର : ସଂସଦ ଭବନର ସେଣ୍ଟ୍ରାଲ ହଲରେ ଶପଥ ନେଲେ ଓଡିଆ ଝିଅ ମହାମହିମ ରାଷ୍ଟ୍ରପତି ଦ୍ରୈପଦୀ ମୁର୍ମୁ । ୧୫ ତମ ରାଷ୍ଟ୍ରପତି ଭାବେ ଶପଥ ନେଲେ ମ୍ୟାଡମ୍‌ ପ୍ରେସିଡେଣ୍ଟ । ଆଜି ନିଜ ମାଟିର ଝିଅ ପାଈଁ ରାଇରଙ୍ଗପୁରରେ ବ୍ୟାପକ ପ୍ରସ୍ତୁତି କରାଯାଇଥିଲା । ରାଇରଙ୍ଗପୁର ପିସିଏସ୍ କଲ୍ୟାଣୀ ମଣ୍ଡପରେ ଦ୍ରୌପଦୀ ମୁର୍ମୁ ଶପଥ ପାଠ ନେବା ସମୟରେ ସିଧା ପ୍ରସାରଣ ବ୍ୟବସ୍ଥା କରାଯାଇଥିଲା । ଯେଉଁଥି ପାଇଁ କଲ୍ୟାଣୀ ମଣ୍ଡପ ଠାରେ ଏକ ବଡ ଏଲଇଡି ଟିଭି ଲଗାଯାଇଥିଲା । ରାଇରଙ୍ଗପୁର ଗାନ୍ଧୀ ପାର୍କ ଠାରେ ନାଚଗୀତ, ବାଣ ରୋଷଣୀ ମଧ୍ୟରେ ମିଠା ମଧ୍ୟ ବଣ୍ଟାଯାଇଥିଲା ।

Draupadi Murmu

ଅନ୍ୟପଟେ ଦୌପଦୀ ମୁର୍ମୁଙ୍କ ପୈତୃକ ଗାଁ ଉପରବେଡାରେ ମଧ୍ୟ ଉତ୍ସବର ମାହୋଲ ଦେଖିବା ପାଇଁ ମିଳିଥିଲା ।ଭାରତ ମାତା କି ଜୟ ଓ ଦ୍ରୌପଦୀ ମୁର୍ମୁ କି ଜୟ ନାରାରେ ସ୍ଥାନୀୟ ଅଞ୍ଚଳ ପ୍ରକମ୍ପିତ ହୋଇଥିଲା । ମ୍ୟାଡମ୍‌ ପ୍ରେସିଡେଣ୍ଟ ପଢିଥିବା ଉପରବେଡା ଉପ୍ରା ବିଦ୍ୟାଳୟ ସମତେ ୫ ହଜାର ସ୍କୁଲ ଛାତ୍ରଛାତ୍ରୀଙ୍କୁ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା
ଏଥିସହ ଶ୍ରୀମତି ମୁର୍ମୁଙ୍କ ପୈତୃକ ଗାଁ ଘରଠାରୁ ଭାଗବତ ଟୁଙ୍ଗି ପର୍ଯ୍ୟନ୍ତ ପାରମ୍ପରିକ ଆଦିବାସୀ ନାଚଗୀତର ମାହୋଲ ଦେଖିବା ପାଇଁ ମିଳିଥିଲା ।

ଏହି କାର୍ଯ୍ୟକ୍ରମରେ ହଜାର ହଜାର ଆଦିବାସୀଙ୍କ ସମେତ ଜନସାଧାରଣ ଯୋଗ ମଧ୍ୟ ଯୋଗ ଦେଇଥିଲେ । ଏହି ଐତିହାସିକ ଦିନକୁ ଆଉ ଟିକେ ଖାସ କରିବା ପାଇଁ ରାଇରଙ୍ଗପୁର ସମେତ କରଞ୍ଜିଆ, କୁସୁମୀ, ବିଜାତଳା, ଜାମଦା, ବିଶୋଇ ପ୍ରଭୃତି ବ୍ଲକର ବିଭିନ୍ନ ସ୍ଥାନରେ ନାଚଗୀତ ଓ ଭୋଜିଭାତର ଆୟୋଜନ କରାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+