ରାଷ୍ଟ୍ରପତି ହେବା ପରେ ପ୍ରଥମ ଥର ପାଇଁ ଓଡ଼ିଶା ଆସୁଛନ୍ତି ଦ୍ରୌପଦୀ ମୁର୍ମୁ
ରାଷ୍ଟ୍ରପତି ଭାବେ ଦାୟିତ୍ବ ନେବା ପରେ ପ୍ରଥମ ଥର ଓଡିଶା ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଆସନ୍ତା ୧୦ରେ ରାଷ୍ଟ୍ରପତି ଓଡିଶା ଆସିବେ ।
ଭୁବନେଶ୍ବର: ରାଷ୍ଟ୍ରପତି ଭାବେ ଦାୟିତ୍ବ ନେବା ପରେ ପ୍ରଥମ ଥର ଓଡିଶା ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଆସନ୍ତା ୧୦ରେ ରାଷ୍ଟ୍ରପତି ଓଡିଶା ଆସିବେ । ଦୁଇ ଦିନିଆ ଗସ୍ତରେ ରାଷ୍ଟ୍ରପତି ଓଡିଶା ଆସିବାର କାର୍ଯ୍ୟକ୍ରମ ରହିଛି । ସେ ଓଡିଶା ଆସି ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରିବେ ।

ଭୁବନେଶ୍ବରରେ ପହଞ୍ଚିବା ପରେ ରାଜଭବନରେ ରାତ୍ରି ରହଣିର କାର୍ଯ୍ୟକ୍ରମ ରହିଛି । ଏହା ପରେ ସେ ଭୁବନେଶ୍ବରରୁ ପୁରୀ ଅଭିମୁଖେ ବାହାରିବେ । ସେଠାରେ ଶ୍ରୀମନ୍ଦିରରେ ଦର୍ଶନ କରିବେ । ୧୧ ତାରିଖରେ ଦିଲ୍ଲୀ ଫେରିଯିବେ । ଗସ୍ତ ସମ୍ପର୍କରେ ରାଷ୍ଟ୍ରପତି ଭବନ ସଚିବାଳୟ ପକ୍ଷରୁ ଓଡ଼ିଶା ରାଜ୍ୟପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।
ଗତ ୨୫ ଜୁଲାଇ ୨୦୨୨ରେ ରାଷ୍ଟ୍ରପତି ଭାବେ ଦାୟିତ୍ବ ଗ୍ରହଣ କରିଥିଲେ ଦ୍ରୌପଦୀ ମୁର୍ମୁ । ଏଥିସହ ତାଙ୍କ କାର୍ଯ୍ୟକାଳ ୧୦୦ ଦିନ ପୂରଣ ହୋଇଛି ।












Click it and Unblock the Notifications