ପ୍ରଚାର ମଇଦାନକୁ ଓହ୍ଲାଇଲେ ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତ
ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଡା. ଦାମୋଦର ରାଉତ ପଞ୍ଚାୟତ ନିର୍ବାଚନ ପ୍ରଚାରକୁ ଓହ୍ଲାଇଛନ୍ତି। ବିଜେଡି ସମର୍ଥିତ ପ୍ରାର୍ଥୀଙ୍କ ସପକ୍ଷରେ ସେ ପ୍ରଚାର କରୁଥିବା ଦେଖିବାକୁ ମିଳିଛି।
ଭୁବନେଶ୍ବର: ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଡା. ଦାମୋଦର ରାଉତ ପଞ୍ଚାୟତ ନିର୍ବାଚନ ପ୍ରଚାରକୁ ଓହ୍ଲାଇଛନ୍ତି। ବିଜେଡି ସମର୍ଥିତ ପ୍ରାର୍ଥୀଙ୍କ ସପକ୍ଷରେ ସେ ପ୍ରଚାର କରୁଥିବା ଦେଖିବାକୁ ମିଳିଛି। ନିର୍ବାଚନ ମଇଦାନରେ ଡା. ରାଉତଙ୍କ ଏହି ଆବିର୍ଭାବ ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି।

ଦାମ ରାଉତ ଏକ ଖୋଲା ଜିପରେ ବସି କୁଜଙ୍ଗ ବ୍ଊଳକ ଅନ୍ତର୍ଗତ ବାଗୋଇ ଓ ଗରେଇ ପଂଚାୟତରେ ଏକ ମଟୋରସାଇକେଲ ଶୋଭାଯାତ୍ରାରେ ସାମିଲ ହୋଇଥିଲେ । ବିଜେଡି ସମର୍ଥିତ ସରପଂଚ ପ୍ରାର୍ଥୀ ପ୍ରଭାଞ୍ଜଳି ସେଠୀ, ସମିତି ସଭ୍ୟା ପ୍ରାର୍ଥୀ ସତ୍ୟରାଣୀ ବେହେରାଙ୍କ ସପକ୍ଷରେ ପ୍ରଚାର କରିଥିଲେ । ଏହି ଦୁଇ ପ୍ରାର୍ଥୀଙ୍କୁ ବିପୁଳ ସଂଖ୍ୟାରେ ଭୋଟ୍ ଦେଇ ବିଜୟୀ କରିବାକୁ ସେ ନିବେଦନ କରିଥିଲେ ।












Click it and Unblock the Notifications