ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ହେବେ ଜଷ୍ଟିସ ଡକ୍ଟର ବିଦ୍ୟୁତ୍ ରଞ୍ଜନ ଷଡ଼ଙ୍ଗୀ
ଜଷ୍ଟିସ ଡକ୍ଟର ବିଦ୍ୟୁତ୍ ରଞ୍ଜନ ଷଡ଼ଙ୍ଗୀ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ହେବେ । ଏନେଇ କେନ୍ଦ୍ର ଆଇନ ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଅକ୍ଟୋବାର ୪ ତାରିଖରେ ସେ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଶପଥ ନେବେ । ନୂତନ ଦାୟିତ୍ବ ନେଇ କେନ୍ଦ୍ର ଆଇନ ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଉଛି ।
ଆସନ୍ତା ଅକ୍ଟୋବର ୪ ତାରିଖରେ ବର୍ତ୍ତମାନର ମୁଖ୍ୟ ବିଚାରପତି ଜଷ୍ଟିସ ଶୁଭାଶିଷ ତାଳପତ୍ରଙ୍କ କାର୍ଯ୍ୟକାଳ ଶେଷ ହେବା ପୂର୍ବରୁ ଆଇନ ମନ୍ତ୍ରାଳୟ ଏହି ବିଜ୍ଞପ୍ତି ପ୍ରକାଶ କରିଛି । ଜଷ୍ଟିସ ଶୁଭାଶିଷ ତାଳପତ୍ରଙ୍କ ସ୍ଥାନ ନେବେ ଜଷ୍ଟିସ ଡକ୍ଟର ବିଦ୍ୟୁତ୍ ରଞ୍ଜନ ଷଡ଼ଙ୍ଗୀ ।

ଜଷ୍ଟିସ ବିଦ୍ୟୁବିଦ୍ୟୁତ ରଞ୍ଜନ ଷଡ଼ଙ୍ଗୀ ଘର ନୟାଗଡ଼ ଓଡ଼ଗାଁରେ ହୋଇଥିବା ବେଳେ ଭୁବନେଶ୍ବର ବିଜେବିରୁ ବାଣିଜ୍ୟରେ ଅନର୍ସ ରଖି ସ୍ନାତକ କରିଥିଲେ । ବାଣିବିହାର ଉତ୍କଳ ୟୁନିଭର୍ସିଟି ଅଧିନ କଟକର ଏମ୍ଏସ୍ ଲ କଲେଜରୁ ଏଲଏଲବି ଓ ଏଲଏଲଏମ ପାସ୍ କରିବା ପରେ ସମ୍ବଲପୁର ୟୁନିଭର୍ସିଟିରୁ ଲରେ ପିଏଚଡ଼ି କରିଥିଲେ ।
ଏହାପରେ ୧୯୮୫ ଡିସେମ୍ବରରେ ବାରରେ ଯୋଗଦେଇ ଓଡ଼ିଶା ହାଇକୋର୍ଟ ଓ ସୁପ୍ରିମକୋର୍ଟରେ ନିୟମିତ ଓକିଲାତି ଅଭ୍ୟାସ କରିଥିଲେ ।ଓଡ଼ିଶା ହାଇକୋର୍ଟର ବରିଷ୍ଠ ବିଚାରପତି ଜଷ୍ଟିସ୍ ବିଦ୍ୟୁତ ରଞ୍ଜନ ଷଡ଼ଙ୍ଗୀ ହେବା ନେଇ କେନ୍ଦ୍ର ଆଇନ ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ।












Click it and Unblock the Notifications