ଖୋଲିଲା ରତ୍ନ ଭଣ୍ଡାର, ପ୍ରଶ୍ନ ଉଠାଇଲେ ଡ. ବିବୁଧ ରଞ୍ଜନ, କହିଲେ କୁଆଡ଼େ ଗଲା ୧୨ ସୁନା ମୁକୁଟ ?

ପୁରୀ: ଦୀର୍ଘଦିନ ଅପେକ୍ଷାର ଆଜି ଅନ୍ତ ହୋଇଛି । କେବେ ଖୋଲିବ ରତ୍ନ ଭଣ୍ଡାର? ଏହି ପ୍ରଶ୍ନରେ ଆଜି ପୂର୍ଣ୍ଣଛେଦ ପଡ଼ିଛି । ଦୀର୍ଘ ୪୬ ବର୍ଷ ପରେ ଖୋଲିଛି ରତ୍ନଭଣ୍ଡାର । ପ୍ରଥମେ ବାହାର ଏବଂ ପରେ ଭିତର ରତ୍ନଭଣ୍ଡାରକୁ ଖୋଲାଯାଇଛି । ଭିତର ଅବସ୍ଥା ଦେଖିବା ପରେ ବାହାରକୁ ଆସିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ।

ରତ୍ନଭଣ୍ଡାର ଖୋଲିବା ପରେ ସେ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ଟ୍ରେଜେରିରୁ ଯେଉଁ ଚାବି ଆସିଥିଲା ସେଥିରେ ତାଲା ଖୋଲି ପାରି ନ ଥିଲା । ଫଳରେ ଏସଓପି ଅନୁସାରେ ତାଲା ଭାଙ୍ଗି ଭିତର ରତ୍ନଭଣ୍ଡାର ଖୋଲାଯାଇଥିଲା । ବାହାର ରତ୍ନଭଣ୍ଡାର ଅଳଙ୍କାର ଚାଙ୍ଗଡା ଘର ଏବଂ ଫୁଲ ଘରେ ହୋଇଥିବା ଅସ୍ଥାୟୀ ଷ୍ଟ୍ରଙ୍ଗରୁମକୁ ସ୍ଥାନାନ୍ତର କରାଯିବା ପରେ ତାହାକୁ ସିଲ କରାଯାଇଛି ।

ratna bhandar

ଭିତର ରତ୍ନଭଣ୍ଡାର ସିନ୍ଦୁକରେ ସୁନା ରହିଛି । ରଥଯାତ୍ରା ପରେ ତାହା ଗଣନା ହେବ ବୋଲି ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି । ଅନ୍ୟପଟେ ରତ୍ନ ଭଣ୍ଡାରକୁ ନେଇ କୁହାଯାଏ ଯେ, ୧୫୬୮ ସୁଦ୍ଧା ଓଡ଼ିଶାର ଶେଷ ସ୍ୱାଧୀନ ରାଜା ମୁକୁନ୍ଦ ଦ୍ୱେ ବିଭିନ୍ନ ରାଜାଙ୍କୁ ପରାସ୍ତ କରି ସେମାନଙ୍କଠାରୁ ୪୬ଟି ସୁନା ମୁକୁଟ ପାଇଥିଲେ । ୧୮୦୩ ରେ ରତ୍ନ ଭଣ୍ଡାରରେ ୪୬ଟି ସୁନା ମୁକୁଟ ଥିବା କୁହାଯାଏ ।

ଯେତେବେଳେ ୧୯୭୮ରେ ରତ୍ନ ଭଣ୍ଡାର ଗଣା ହୋଇଥିଲା ସେତେବେଳେ ୩୪ ସୁନା ମୁକୁଟ ଥବବା କୁହାଯାଏ । ତେବେ ବର୍ତ୍ତମାନ ୧୨ଟି ସୁନା ମୁକୁଟ କୁଆଡ଼େ ଗଲା?' ଏଭଳି ପ୍ରଶ୍ନ କରିଛନ୍ତି ପୁରୀର ଡ. ବିବୁଧ ରଞ୍ଜନ ।ସେପଟେ ବିଧାନସଭାରେ ରତ୍ନଭଣ୍ଡାର ତାଲିକା (୨୦୧୮)ରେ ୪୬ ବର୍ଷ ତଳେ ୧୯୭୮ର ଗଣତି ଆଧାରରେ ଭିତର ରତ୍ନ ଭଣ୍ଡାରରେ ୧୪୯ କେଜି ସୁନା ଓ ୨୫୮ କେଜି ରୁପା ଅଛି ବୋଲି ତଥ୍ୟ ପ୍ରକାଶ କରାଯାଇଥିଲା । ତେବେ ରତ୍ନଭଣ୍ଡାରର ସମସ୍ତ ଅଳଙ୍କାର ଗଣନା ହେବା ପରେ ସ୍ପଷ୍ଟ ରତ୍ନଭଣ୍ଡାର ଭିତରେ କେତେ ଅଳଙ୍କରା ରହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+