ଓଡ଼ିଶା ପାଇଁ ଗର୍ବ, ଜାତୀୟ ସ୍ତରରେ ଆଉ ଜଣେ ଓଡ଼ିଆଙ୍କୁ ମିଳିଲା ଗୁରୁତ୍ୱପୂର୍ଣ୍ଣ ପଦବୀ

ଭୁବନେଶ୍ୱର: ଓଡିଆ ପୁଅଙ୍କୁ ଗୁରୁ ଦାୟିତ୍ୱ । ଜାତୀୟ ସ୍ତରରେ ଆଉ ଜଣେ ଓଡ଼ିଆଙ୍କୁ ମିଳିଲା ଗୁରୁତ୍ୱପୂର୍ଣ୍ଣ ପଦବୀ । ଜାତୀୟ ସ୍ତରର ବିଭିନ୍ନ ସମ୍ମାନଜନକ ପଦପଦବୀରେ ଓଡ଼ିଆ ମାନେ ଅବସ୍ଥାପିତ ହୋଇ ରାଜ୍ୟର ଗୌରବ ବଢ଼ାଇଛନ୍ତି ।

Atomic Energy Commission

କିଛି ଦିନ ତଳେ ଓଡ଼ିଆ ପୁଅ ସିଦ୍ଧାର୍ଥ ମହାନ୍ତି ଏଲଆଇସିର ଅଧ୍ୟକ୍ଷ ନିଯୁକ୍ତ ହୋଇଥିଲେ । ଏବେ ଆଉ ଜଣେ ଓଡ଼ିଆଙ୍କୁ ଜାତୀୟ ସ୍ତରର ଏକ ଗୁରୁତ୍ବପୂର୍ଣ୍ଣ ପଦବୀରେ ଅବସ୍ଥାପିତ କରାଯାଇଛି। ଡକ୍ଟର ଅଜିତ କୁମାର ମହାନ୍ତିଙ୍କୁ ଆଣବିକ ଶକ୍ତି କମିଶନ ଅଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଛି । ସେ ମଧ୍ୟ ଆଣବିକ ଶକ୍ତି ବିଭାଗର ସଚିବ ପଦରେ ରହିବେ । ଡକ୍ଟର ଅଜିତ କୁମାର ମହାନ୍ତି ୨୦୧୯ରୁ ଭାବା ଆଟମିକ ରିସର୍ଚ୍ଚ ସେଣ୍ଟରର ନିର୍ଦ୍ଦେଶକ ଭାବେ କାର୍ଯ୍ୟରତ ଅଛନ୍ତି।

ତେବେ ଦେଶ ସ୍ୱାଧୀନତା ପରେ ପ୍ରଥମ ଥର ପାଇଁ ଏବେ ଓଡ଼ିଆ ଦେଶର ପରମାଣୁ ସଂସ୍ଥାର ମୁଖ୍ୟ ସଚିବ ହୋଇଛନ୍ତି । ଆସନ୍ତା ୨୦୨୫ ଅକ୍ଟୋବର ୧୦ ଯାଏ ତାଙ୍କର କାର୍ଯ୍ୟକାଳ ରହିବ । ନିଯୁକ୍ତି ସମ୍ପର୍କିତ କ୍ୟାବିନେଟ କମିଟି ଅଜିତଙ୍କ ନାଁ ଉପରେ ମୋହର ମାରିଛି । ଡକ୍ଟର ମହାନ୍ତି ୧୯୫୯ରେ ଓଡ଼ିଶାରେ ଜନ୍ମଗ୍ରହଣ କରିଥିଲେ । ବାରିପଦା ସ୍ଥିତ ଏମପିସି କଲେଜରୁ ସେ ଫିଜିକ୍ସ ଅନର୍ସରେ ଗ୍ରାଜୁଏସନ୍‌ କରିବା ସହ କଟକ ରେଭେନ୍ସା କଲେଜରୁ ପୋଷ୍ଟ-ଗ୍ରାଜୁଏସନ୍‌ କରିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+