କୋରାପୁଟରେ ଡବଲ୍ ମର୍ଡର: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷ

କୋରାପୁଟ: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷ, ଖଣ୍ତା ଚୋଟରେ ଗଲା ୨ ଜୀବନ । ଉତ୍ତେଜନାକୁ ନେଇ ଘଟଣାସ୍ଥଳରେ ୨ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ କରାଯାଇଛି । ଏପରି ଘଟଣା କୋରାପୁଟ ଜିଲ୍ଲା କୁନ୍ଦୁଲି ହାଟପଦାରେ ଦେଖିବା ପାଇଁ ମିଳିଛି । ମୃତକଙ୍କ ଦ୍ୱୟ ହେଲେ ଗୋବର୍ଦ୍ଧନ ପାଣ୍ତକା ଓ ରାଜକୁମାର ରୁଡ଼ି ।

ସୂଚନା ଅନୁସାରେ, ଆଜି ସକଳା ପ୍ରାୟ ୮ଟା ସମୟରେ ଗୋବର୍ଦ୍ଧନ କୁନ୍ଦୁଲି ହାଟପଦାରେ ଥିବା ଦୋକାନକୁ ଜିନିଷ କିଣିବା ପାଇଁ ଯାଇଥିଲେ । କୌଣସି କାରଣରୁ ଦୋକାନୀ ସହ ଗୋବର୍ଦ୍ଧଙ୍କର ବଚସା ହୋଇଥିଲା । ସେହିପରି ଘଟଣାସ୍ଥଳରେ ରାଜକୁମାର ଓ ତାଙ୍କ ବାପା ମଧ୍ୟ ଉପସ୍ଥିତ ଥିଲେ ।

 Koraput

ତିନି ଜଣଙ୍କ ମଧ୍ୟରେ ଝଗଡ଼ା ଉଗ୍ର ରୂପ ନେଇଥିଲା ଯାହା ପରେ ଦୋକାନୀ ଗୋବର୍ଦ୍ଧନ ଉପରେ ରାଜକୁମାର ଓ ତାଙ୍କ ବାପା ମିଳି ଠେଙ୍ଗା ଏବଂ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ । ଯାହା ଫଳରେ ଘଟଣାସ୍ଥଳରେ ଗୋବର୍ଦ୍ଧନଙ୍କ ମୃତ୍ୟୁ ହୋଇଥିଲା । ଯାହା ପରେ ଉତ୍ତେଜନା ପ୍ରକାଶ ପାଇଥିଲା ଗୋବର୍ଦ୍ଧନଙ୍କ ପିରାବର ଲୋକେ ଘଟଣାସ୍ଥଳରେ ପହଁଞ୍ଚି ରାଜକୁମାରଙ୍କ ଉପରେ ଆକ୍ରମଣ କରିଥିଲେ ଫଳରେ ଘଟଣାସ୍ଥଳରେ ରାଜକୁମାରଙ୍କର ମୃତ୍ୟୁ ହୋଇଥିଲା ।

ଖବର ପାଇଁ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଘଟଣାର ତଦନ୍ତ କରୁଛି । କୁନ୍ଦୁଲି ହାଟପଦାରେ ଚାପା ଉତ୍ତେଜନା ଲାଗି ରହିଥିବାରୁ ଘଟଣାସ୍ଥଳରେ ପୋଲିସ ଫୋର୍ସ ମୁତୟନ କରାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+