୬ ତାରିଖରୁ ରାଜ୍ୟରେ ଚାଲିବ ଡବଲ ଡେକର ବସ୍
Double Decker Bus: ଆସନ୍ତା ୬ ତାରିଖରୁ ରାଜ୍ୟରେ ଚାଲିବ ଡବଲ ଡେକର ବସ୍, ରାଜ୍ୟରେ ୫ଟି ବସ୍ ଆସି ପହଞ୍ଚିବ ଏନେଇ ସୂଚନା ଦେଲେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ।ତେବେ ଡବଲ ଡେକର ବସ ନେଇ ରାଜ୍ୟବାସୀଙ୍କ ମଧ୍ୟରେ ଖୁବ ଉତ୍ସାହ ରହିଛି । ସେପଟେ ଡବଲ ଡେକର ବସ ବ୍ରହ୍ମପୁରରେ ପହଞ୍ଚି ସାରିଛି ଏଥିରେ ଓଡ଼ିଶାର କଳା ସଂସ୍କୃତିର ଝଲକ ଦେଖିବା ପାଇଁ ମିଳିଛି ।
ସୂଚନା ଅନୁସାରେ, ପ୍ରବାସୀ ଭାରତୀୟ ଦିବସ ଉପଲକ୍ଷେ ବର୍ତ୍ତମାନ ରାଜଧାନୀରେ ଚାଲିଛି ଜୋରଦାର ପ୍ରସ୍ତୁତି । ଏହି ଦିବସରେ ୫ଟି ଡବଲ ଡେକର ବସ ମୁମ୍ବାଇର ଅଣାଯିବ ଏହାରି ମଧ୍ୟରେ ଗୋଟିଏ ଓଡିଶାରେ ପହଁଞ୍ଚି ସାରିଛି । ୩୧ ତାରିଖ ବେଳକୁ ଆଉ ଦୁଇଟି ବସ ଆସିବା ନେଇ ସୂଚନା ରହିଛି ।

ପ୍ରବାସୀ ଭାରତୀୟ ଏହି ବସରେ ବସିବାର ସୁଯୋଗ ପାଇବେ ଏହା ପରେ ସାଧାରଣ ଲୋକ ଏହି ବସରେ ବସିବାର ମୌକା ପାଇବେ । ଏହି ବସ ଭୁବନେଶ୍ୱର, କଟକ, ଖୋର୍ଦ୍ଧା ଏବଂ ପୁରୀ ମଧ୍ୟରେ ଚାଲିବ । ଏହି ବସରେ ଓଡ଼ିଶାର ସଂସ୍କୃତିର ଝଲକ ଦେଖିବାକୁ ମିଳିଛି, ଶ୍ରୀମନ୍ଦିର, ଧଉଳି ଶାନ୍ତି ସ୍ତୁପ, ଏବଂ କଟକ ବାଲିଯାତ୍ରା ଛବି ଏଥିରେ ରହିଛି ।
କଟକ ଭୁବନେଶ୍ୱର ମଧ୍ୟରେ ଦୁଇଟି ଡବଲ ଡେକର୍ ବସ ଚାଲିବ ସେହିପରି ଭୁବନେଶ୍ୱରରୁ ପୁରୀ ମଧ୍ୟ ୨ଟି ବସ୍ ଚାଲିବା ନେଇ ସୂଚନା ରହିଛି । ତେବେ ପ୍ରଥମ ଥର ଓଡ଼ିଶାରେ ଚାଲିବା ପାଇଁ ଯାଉଛି ଡବଲ୍ ଡେକର ବସ ।












Click it and Unblock the Notifications