ରାଜଧାନୀ ରାସ୍ତାରେ ଗଡିବ ଡବଲ ଡେକର ବସ୍, ଆଜି ପହଞ୍ଚିବା ନେଇ ସୂଚନା
Odisha News: ରାଜଧାନୀ ଭୁବନେଶ୍ୱରରେ ଗଡିବ ଇଲେକ୍ଟ୍ରିକ୍ ଡବଲ ଡେକର ବସ୍ । ଆଜି ମୁମ୍ବାଇରୁ ଦୁଇଟି ଗାଡ଼ି ଆସି ପହଞ୍ଚିବା ନେଇ ସୂଚନା ରହିଛି । ପ୍ରଥମେ ଏହି ଦୁଇଟି ବସ ପ୍ରବାସୀ ଭାରତୀୟଙ୍କ ବ୍ୟବହାର ନିମନ୍ତେ ବ୍ୟବହାର କରାଯିବ । ପରେ ସାଧାରଣ ଲୋକ ଏଥିରେ ବସିବାର ସୁଯୋଗ ପାଇବେ । ଏନେଇ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ସୂଚନା ଦେଇଛନ୍ତି ।

ସୂଚନା ଅନୁସାରେ, ଆସନ୍ତା ୮ ତାରିଖରୁ ୧୦ ତାରିଖ ପର୍ଯ୍ୟନ୍ତ ୩ ଦିନ ଧରି ଭୁବନେଶ୍ଵର ଜନତା ମଇଦାନରେ ପ୍ରବାସୀ ଭାରତୀୟ ଦିବସ ସମାରୋହ ପାଳିନ କରାଯିବ । ଏହି ସମୟରେ ପ୍ରବାସୀ ଭାରତୀୟଙ୍କ ପାଇଁ ଏହି ବସ ପ୍ରଥମେ ବ୍ୟବହାର କରାଯିବ । ଏହାପରେ ସାଧାରଣ ଲୋକ ମଧ୍ୟ ଏହି ବସରେ ବସିବାର ମଜା ନେଇ ପାରିବେ । ଏହା ଇଲେକ୍ଟ୍ରିକ୍ ଡବଲ ଡେକର ବସ୍ ରହିଛି । ପ୍ରଥମ ପର୍ଯ୍ୟାୟରେ ଦୁଇଟି ବସ ଆସୁଛି । ତେବେ ଆଗକୁ ଭୁବନେଶ୍ୱରରୁ-ପୁରୀ ମଧ୍ୟରେ ଏହି ବସ୍ ଚାଲିବା ନେଇ ସୂଚନା ରହିଛି ।












Click it and Unblock the Notifications