ହିଞ୍ଜିଳି ପୌର ପରିଷଦ ପକ୍ଷରୁ ଡୋର ଟୁ ଡୋର ଥର୍ମାଲ ସ୍କ୍ରିନିଂ ଓ ଅକ୍ସିଜେନ ଯାଞ୍ଚ କାର୍ଯ୍ୟକ୍ରମ ଆରମ୍ଭ
ଗଞ୍ଜାମ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ହିଞ୍ଜିଳି ମୁନିସିପାଲିଟି ତରଫରୂ ହିଞ୍ଜିଳି ଗ୍ରାମର ୧ ନମ୍ବର ୱାର୍ଡଠାରୁ ୪ ନମ୍ବର ୱାର୍ଡ ପର୍ଯ୍ୟନ୍ତ ଘରକୁ ଘର ବୁଲି ଜନ ସାଧାରଣଙ୍କ ଅକ୍ସିଜେନ ସ୍ତର ଏବଂ ଥର୍ମାଲ ସ୍କ୍ରିନିଂ ଯାଞ୍ଚ କରଯାଉଛି ।
ହିଞ୍ଜିଳିକାଟୁ: ଗଞ୍ଜାମ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ହିଞ୍ଜିଳି ମୁନିସିପାଲିଟି ତରଫରୂ ହିଞ୍ଜିଳି ଗ୍ରାମର ୧ ନମ୍ବର ୱାର୍ଡଠାରୁ ୪ ନମ୍ବର ୱାର୍ଡ ପର୍ଯ୍ୟନ୍ତ ଘରକୁ ଘର ବୁଲି ଜନ ସାଧାରଣଙ୍କ ଅକ୍ସିଜେନ ସ୍ତର ଏବଂ ଥର୍ମାଲ ସ୍କ୍ରିନିଂ ଯାଞ୍ଚ କରଯାଉଛି । ଏହାର ଦାୟିତ୍ବ ଭାର ହିଞ୍ଜିଳି ପୌରପରିଷଦ ଅଧିକାରୀ ଡ. ମନୋରଞ୍ଜନ ସାହୁଙ୍କ ଉପରେ ରହିଛି ।

ତେବେ ଆସନ୍ତା ୭ ଦିନ ମଧ୍ୟରେ ହିଞ୍ଜିଳି ପୌରପାଳିକାର ସମସ୍ତ ୱାର୍ଡ ଘରକୁ ଘର ବୁଲି ଲୋକଙ୍କ ଯାଞ୍ଚ କରାଯିବ ବୋଲି ପୌର ପରିଷଦ ଅଧିକାରୀ ସୁଚନା ଦେଇଛନ୍ତି । ବର୍ତ୍ତମାନ ଦେଖାଯାଉଛି ଯେ, କୋଭିଡ୍ ଲକ୍ଷଣ ନଥାଇ ମଧ୍ୟ କେତେକ ବ୍ୟକ୍ତିଙ୍କର ଅକ୍ସିଜେନ୍ ସ୍ତର କମିଯାଇ ହଠାତ୍ ଗୁରୁତର ହୋଇ ପଡୁଛନ୍ତି । ଏଣୁ ଅକ୍ସିଜେନ୍ ସ୍ତର ୯୫ ରୁ ୧୦୦ ମଧ୍ୟରେ , ୯୨ ରୁ ୯୫ ମଧ୍ୟରେ ଏବଂ ୯୨ରୁ କମ୍ ଥିବା ବ୍ୟକ୍ତିଙ୍କୁ ଏହି ପରି ତିନି ଭାଗରେ ବିଭକ୍ତ କରି ଯାଞ୍ଚ କରାଯିବ । ଯେଉଁ ମାନଙ୍କର ଅକ୍ସିଜେନ ସ୍ତର ୯୦ ରୁ କମ୍ ହୋଇଥିବ ସେମାନଙ୍କୁ ନିକଟସ୍ଥ ସ୍ବାସ୍ଥ୍ୟ କେନ୍ଦ୍ର କିମ୍ବା ଉତ୍ସର୍ଗୀକୃତ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇ ଚିକିତ୍ସା କରାଯିବ।
ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଅକ୍ସି ମିଟର ଏବଂ ଥର୍ମୋମିଟର ଯୋଗାଇ ଦେବାପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । କରୋନାର ଦ୍ବିତୀୟ ଲହର ପ୍ରାଦୁର୍ଭାବକୁ ଦୃଷ୍ଟିରେ ରଖି ମହିଳା, ଶିଶୁ, ଗର୍ଭବତୀ ଓ ପ୍ରସୂତୀ ମାନଙ୍କ ସୁରକ୍ଷା ଲାଗି ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରିବାକୁ କାର୍ଯ୍ୟ ନିର୍ବାହୀ ଅଧିକାରୀ କହିଛନ୍ତି।












Click it and Unblock the Notifications